ଏମିତି ପ୍ରସ୍ତୁତ ହୁଏ ‘ନୁଡୁଲ୍ସ ପକୋଡ଼ା’

ଏମିତି ପ୍ରସ୍ତୁତ ହୁଏ ‘ନୁଡୁଲ୍ସ ପକୋଡ଼ା’

ଆବଶ୍ୟକ ସାମଗ୍ରୀ: ନୁଡୁଲ୍ସ, ବନ୍ଧା କୋବି, କ୍ୟାପ୍‌ସିକମ୍, ଗାଜର, ଧନିଆ ପତ୍ର, ପିଆଜ, ମଇଦା, ରିଫାଇନ ତେଲ, ବେସନ, ଚାଉଳ ଗୁଣ୍ଡ, ଅଦା ଓ ରସୁଣ ପେଷ୍ଟ, ନୁଡୁଲ୍ସ ମସଲା, ଲଙ୍କା ଗୁଣ୍ଡ, ଲୁଣ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କରେଇରେ ପାଣି ଗରମ କରନ୍ତୁ। ସେଥିରେ ନୁଡୁଲ୍ସ ପକାଇ ସିଝାନ୍ତୁ । ନୁଡୁଲ୍ସ ପଚାଶ ପ୍ରତିଶତ ସିଝିଗଲା ଗଲା ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ତା’ପରେ ସେଥିରେ କଟା ବନ୍ଧା କୋବି, କଟା ପିଆଜ, କଟା ଗାଜର, କଟା ଧନିଆ ପତ୍ର ଏବଂ ଅଦା-ରୁସଣ ପେଷ୍ଟ ପକାନ୍ତୁ। ଏହାପରେ ସେଥିରେ ବେସନ, ଚାଉଳ ଗୁଣ୍ଡ, ଗରମ ମସଲା, ନୁଡୁଲ୍ସ ମସଲା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଗୋଳେଇ ଦିଅନ୍ତୁ।

ତା’ପରେ ନୁଡୁଲ୍ସ ମସଲାର ମିଶ୍ରଣକୁ ବଲ୍‌ ଆକାରରେ ଗୋଲ ଗୋଲ କରି ଏକ ପ୍ଲେଟ୍‌ରେ ରଖନ୍ତୁ। ଏହାପରେ ମଇଦାରେ ପାଣି ଦେଇ ବହଳିଆ ଘୋଳ ପ୍ରସ୍ତୁତ କରନ୍ତୁ ଓ କଞ୍ଚା ନୁଡୁଲ୍ସକୁ ଗୁଣ୍ଡ କରି ଏକ ପାତ୍ର ରଖନ୍ତୁ । ତା‘ଉପରେ ପରେ ନୁଡୁଲ୍ସ ବଲ୍ ଗୁଡିକ ଗୋଟି ଗୋଟି କରି ମଇଦା ଘୋଳ ବୁଡ଼ାଇ ଦି‌ଅନ୍ତୁ । ଏହାପରେ  କଞ୍ଚା ନୁଡୁଲ୍ସ ଗୁଡ଼ିକୁ ତାର ଚାରିପଟେ ଲଗାଇ ଦିଅନ୍ତୁ ।

ପରେ ଗ୍ୟାସରେ ତେଲ ଗରମ କରନ୍ତୁ । ତେଲ ଗରମ ହୋଇଗଲା ପରେ ନୁଡୁଲ୍ସ ବଲ୍ ଗୁଡିକ ଛାଣନ୍ତୁ। ଲାଲ ହୋଇଗଲା ପର୍ଯ୍ୟନ୍ତ ସେଗୁଡ଼ିକୁ ଛାଣନ୍ତୁ। ଏହାପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ନୁଡୁଲ୍ସ ପକୋଡ଼ା’।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: