ରଥଯାତ୍ରା ପାଇଁ ପୁରୀରେ ଖୋଲିବ ୬୯ ଫାଷ୍ଟଏଡ ସେଣ୍ଟର

ରଥଯାତ୍ରା ପାଇଁ ପୁରୀରେ ଖୋଲିବ ୬୯ ଫାଷ୍ଟଏଡ ସେଣ୍ଟର

ପ୍ରିଜମ ନ୍ୟୁଜ ବ୍ୟୁରୋ: ଦୁଇଦିନ ପରେ ପୁରୀରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଏଥି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ସ୍ବାସ୍ଥ୍ୟଠୁ ଆରମ୍ଭ କରି ସୁରକ୍ଷା ସମସ୍ତ ଦିଗ ପ୍ରତି ଲକ୍ଷ୍ୟ କରାଯାଇ ପ୍ରସ୍ତୁତି କରାଯାଉଛି। ତେବେ ସ୍ଵାସ୍ଥ୍ୟ ବିଭାଗର ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର। ରଥଯାତ୍ରା ପାଇଁ ପୁରୀରେ ୬୯ ଫାଷ୍ଟଏଡ ସେଣ୍ଟର ଖୋଲାଯାଇଛି। ୫୮ଟି ଆମ୍ବୁଲାନ୍ସ ସର୍ଭିସ, ୧୧୪ଟି ଷ୍ଟେଚର ସର୍ଭିସ, ୧୪୫ ଡାକ୍ତର, ଫୁଡ଼ ସେପେଟି ଅଫିସର ୭, ଫାର୍ମାସିଷ୍ଟ ୪୦, ନର୍ସିଂ ଅଫିସର ୩୦, ୪୫ ସ୍ବାସ୍ଥ୍ୟ ଅଧିକାରୀ, ନର୍ସିଂ ଅଫିସର ୩୦, ୪୫ ସ୍ବାସ୍ଥ୍ୟ ଅଧିକାରୀ ନିଯୁକ୍ତ ହୋଇଛନ୍ତି।

ପୁରୀର ବିଭିନ୍ନ ହସ୍ପିଟାଲରେ ୨୮୭ ବେଡ ବ୍ୟବସ୍ଥା ହୋଇଛି। ଗୁଳୁଗୁଳି ପାଇଁ ପୁରୀରେ ୨୬ଟି AC ବେଡ୍‌ର ବ୍ୟବସ୍ଥା ହୋଇଛି, ପୁରୀ ହସ୍ପିଟାଲରେ ୨୦୦ ୟୁନିଟ ଲେଖାଏଁ ବିଭିନ୍ନ ଗ୍ରୁପର ବ୍ଲଡ ବ୍ୟାଙ୍କ ପ୍ରସ୍ତୁତ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଏହାସହ ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଦୁଇ ବର୍ଷ ପରେ ଏଥର ଭକ୍ତଙ୍କୁ ରଥଯାତ୍ରାରେ ସାମିଲ ହେବାର ସୁଯୋଗ ମିଳୁଥିବାରୁ ଭିଡ଼ ଅଧିକ ହେବ ବୋଲି ଅନୁମାନ କରାଯିବା ସହ ସେହି ଅନୁଯାୟୀ ପ୍ରସ୍ତୁତି ଜୋରଦାର ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: