ଦରକାର ନାହିଁ ପିଆଜ କି ରସୁଣ, ଏମିତି ତିଆରି ହେବ ଟେଷ୍ଟି ରାଜମା

ଦରକାର ନାହିଁ ପିଆଜ କି ରସୁଣ, ଏମିତି ତିଆରି ହେବ ଟେଷ୍ଟି ରାଜମା

ପ୍ରିଜମ ନ୍ୟୁଜ ବ୍ୟୁରୋ:ଆଗକୁ ଆସୁଛି ପଣା ସଂକ୍ରାନ୍ତି ଏହାସହ ଚୈତ୍ର ମାସ ହୋଇଥିବାରୁ ଅନେକ ଲୋକ ଆମିଷ କି ପିଆଜ- ରସୁଣ ମଧ୍ୟ ଖାଇ ନଥାନ୍ତି। ଏହି ମାସରେ ଘର ମହିଳାମାନେ ସାଧାରଣତଃ ମା ମଙ୍ଗଳାଙ୍କ ଓଷା କରିବା କାରଣରୁ ଏବଂ ଅନେକ ଘରେ ପୁରୁଷ ମାନେ ଦାଣ୍ଡରେ ମିଶିବା କାରଣରୁ ସମ୍ପୂର୍ଣ୍ଣ ସାଧା ଖାଦ୍ୟ ଖାଇଥାନ୍ତି। ତେବେ ବିନା ପିଆଜ ରସୁଣରେ କଣ ସ୍ଵାଦିଷ୍ଟ ଓ ଚଟାପଟା ତରକାରୀ ହୋଇ ପାରିବ ସେ ନେଇ ଅନେକ ଚିନ୍ତାରେ ପଡନ୍ତି। ଯଦି ଆପଣ ରଜମା ଖାଇବାକୁ ଭଲ ପାଆନ୍ତି ତେବେ ଆଜି ଆମେ ସେଥିରେ ପ୍ରସ୍ତୁତ ସ୍ଵାଦିଷ୍ଟ ଖାଦ୍ୟ ତିଆରି ବିଷୟର କହିବୁ। ଆମେ ଆପଣଙ୍କୁ ବିନା ପିଆଜ ଓ ରସୁଣରେ ରାଜମା ତିଆରି ବିଷୟରେ କହିବୁ। ଏହାକୁ ଆପଣ ଭାତ କିମ୍ବା ରୁଟି ସହିତ ଖାଇ ପାରିବେ ।

ବଶ୍ୟକୀୟ ସାମଗ୍ରୀ :ରାଜମା ୩୦୦ ଗ୍ରାମ, ଟମାଟର ୨ ଟା ମଧ୍ୟମ ଆକାରର, ଅଦା ଖଣ୍ଡେ, କଞ୍ଚା ଲଙ୍କା,ଜିରା, ଲବଙ୍ଗ, ଗୋଲମରିଚ ମରିଚ,ଲାଲ ଲଙ୍କା ଗୁଣ୍ଡ, ରାଜମା ମସଲା,ହଳଦୀ ଗୁଣ୍ଡ,ତେଲ,ଲୁଣ ଓ ଧନିଆ ପତ୍ର।

କେମିତି ପ୍ରସ୍ତୁତି କରିବେ :ଗୋଟିଏ ଦିନ ଆଗରୁ ରାଜମାକୁ ଭିଜାଇ ରଖନ୍ତୁ। ପରଦିନ ସେହି ରାଜମାକୁ ଲୁଣ ପକାଇ ସିଝାଇ ଦିଅନ୍ତୁ । ଏବେ ଗୋଟେ ଟମାଟ,ଅଦା ଓ କଞ୍ଚା ଲଙ୍କାକୁ ମିଶାଇ ଗ୍ରାଇଣ୍ଡ କରି ଦିଅନ୍ତୁ । ଏହାକୁ ହାଲକା ପେଶନ୍ତୁ ଯେପରି ଖଣ୍ଡ ଖଣ୍ଡ ରହିବ । ପରେ କିଛି ଧଣିଆ ପତ୍ର ଧୋଇ କାଟି ରଖନ୍ତୁ। ରାଜମା ସିଝିଯିବା ପରେ ଗୋଟେ କରେଇରେ ତେଲ ଗରମ କରି ସେଥିରେ ଶୁଖିଲା ଲଙ୍କା ଓ ଜିରା ପକାଇ ଫୁଟାନ୍ତୁ । ଏବେ ଟମାଟର ବଟା ପକାନ୍ତୁ । ଏହାକୁ ଭଲ ଭାବେ ଗୋଳାନ୍ତୁ । ଏଥିରେ ୩ ରୁ ୪ ଟି ଲବଙ୍ଗ ଓ ଗୋଲ ମରିଚ ପକାନ୍ତୁ । ଏବେ ଏଥିରେ ଧନିଆ ଗୁଣ୍ଡ, ଲାଲ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଅଳ୍ପ ରାଜମା ମସଲା ପକାଇ କସନ୍ତୁ । ଯଦି ଚାହିଁବେ ଆପଣ ଏଥିରେ କାଜୁ କିମ୍ବା ଚାର ମଗଜ ବଟା ଦେଇ ପାରିବେ। ଏହା ଗ୍ରେଭି ବହଳିଆ କରିବା ସହ ଅଧିକ ସ୍ବାଦ ବଢେଇ ଥାଏ। ତେବେ ଏହି ସମସ୍ତ ଜିନିଷକୁ ଦୁଇରୁ ତିନି ମିନିଟ କସିବା ପରେ ତାକୁ ଢ଼ାଙ୍କି କରି ରଖନ୍ତୁ । ମସଲାରୁ ତେଲ ଛାଡ଼ିଗଲେ ସିଝା ହୋଇଥିବା ରାଜମା ପକାନ୍ତୁ । ଆବଶ୍ୟକ ଅନୁଯାୟୀ ପାଣି ଲୁଣ ଦେଇ ଘୋଡେ଼ଇ ଦିଅନ୍ତୁ। ରଜମା ହୋଇ ଆସିବା ବେଳକୁ ସେଥିରେ ଗରମ ମସଲା ଧନିଆ ପତ୍ର ପକେଇ କାଢି ଦିଅନ୍ତୁ। ଏହା ସ୍ଵାଦିଷ୍ଟ ସହ ସ୍ବାସ୍ଥ୍ୟ କର ମଧ୍ୟ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: