ପଞ୍ଚୁକରେ ତିଆରି କରନ୍ତୁ ବିନା ପିଆଜ ରସୁଣ ରାଜମା ତରକାରୀ

ପଞ୍ଚୁକରେ ତିଆରି କରନ୍ତୁ ବିନା ପିଆଜ ରସୁଣ ରାଜମା ତରକାରୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଏବେ କାର୍ତ୍ତିକ ମାସ ଚାଲିଥିବା ବେଳେ ଅନେକ ଓଡ଼ିଆ ଘରେ ଆମିଷ କି ପିଆଜ ରସୁଣ ଖିଆ ଯାଉ ନାହିଁ। ତାସାଙ୍ଗକୁ ପରିବା ଦର ଆକାଶ ଛୁଆଁ, ତେବେ ସାଧରେ କଣ୍ ରୋଷେଇ କରିବେ ବୋଲି ଚିନ୍ତାରେ ପଡନ୍ତି ଘରଣୀ ମାନେ। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ବିନା ପିଆଜ ରସୁଣରେ କେମିତି ବନାଇବେ ରାଜମା। ଆପଣ ବହୁତ କମ୍‌ ସମୟରେ ବିନା ପିଆଜ ରସୁଣରେ ସ୍ଵାଦିଷ୍ଟ ରଜମା ପ୍ରସ୍ତୁତ କରିପାରିବେ। ଆସନ୍ତୁ ଜାଣିବା ଏହାକୁ ବନାଇବାର ସହଜ ଉପାୟ।

ଆବଶ୍ୟକ ସାମଗ୍ରୀ:

୨୦୦ ଗ୍ରାମ ରାଜମା, ଟମାଟୋ ୨/୩, ଅଦା, ଲୁଣ, ହଳଦୀ, ତେଲ,କଞ୍ଚାଲଙ୍କା, ତେଜପତ୍ର, ଧନିଆ ପତ୍ର, ଧନିଆ ଗୁଣ୍ଡ, ଗରମ ମସଲା, ଶୁଖିଲା ଲଙ୍କା, ଲବଙ୍ଗ, ଗୋଲମରିଚ।

ପ୍ରସ୍ତୁତି ପ୍ରଣାଳୀ:

ରାଜମାକୁ ରାତିସାରା ଗୋଟିଏ ଦିନ ଆଗରୁ ଭିଜାଇ ରଖନ୍ତୁ। ସକାଳୁ ଏହାକୁ ସାମାନ୍ୟ ଲୁଣ ପକାଇ ସିଝିଇ ଦିଅନ୍ତୁ। ଏବେ କିଛି ଟମାଟୋ, ଗୋଟେ ଇଞ୍ଚ୍‌ ଅଦା ଏବଂ କଞ୍ଚା ଲଙ୍କା ଗ୍ରାଇଣ୍ଡର କରନ୍ତୁ ଅବା ଛେଚି ଦିଅନ୍ତୁ। ଏହାପରେ ଅଳ୍ପ ଧନିଆ ପତ୍ରକୁ ଭଲଭାବେ ଧୋଇ କାଟି ରଖନ୍ତୁ। ଏବେ ରାଜମା ତିଆରି କରିବା ପାଇଁ ଆପଣ ଏକ କଡ଼େଇରେ ତେଲ ଗରମ କରନ୍ତୁ ଏବଂ ଏହାପରେ ସେଥିରେ ସୁଖିଲା ଲଙ୍କା, ଜିରା ଓ ତେଜ ପତ୍ର ପକାଇ ଫୁଟାନ୍ତୁ। ଏହାପରେ ସେଥିରେ ପେଶି ରଖିଥିବା ଟମାଟୋ ପ୍ୟୁରୀକୁ ପକାନ୍ତୁ। ଏହାକୁ ଭଲଭାବେ ରାନ୍ଧନ୍ତୁ। ଏବେ ଏଥିରେ ୩ ରୁ ୪ଟି ଗୋଲ ମରୀଚ ଏବଂ ଲବଙ୍ଗ ପକାନ୍ତୁ। ଏବଂ ଧନିଆ ଗୁଣ୍ଡ, ଲାଲ ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ ଏବଂ ଅଳ୍ପ ରାଜମା ମସଲା ପକାଇ ଭଲଭାବେ ରାନ୍ଧନ୍ତୁ। ଏବେ ଏହାକୁ ଭଲଭାବେ ଘୋଡାଇ ରଖିଦିଅନ୍ତୁ। ଏବଂ ଯେତେବେଳେ ତେଲ ଛାଡିଯିବ ସେତେବେଳେ ସିଝାଇ ରଖିଥିବା ରାଜମାକୁ ପକାଇ ୧୦ ମିନିଟ ଗୋଳାନ୍ତୁ । ଏହା ପରେ ଆବଶ୍ୟକ ହିସାବରେ ପାଣି,ଲୁଣ ଓ ହଳଦୀ ମିଶାନ୍ତୁ। ଯେତେବେଳେ ଏହା ଭଲଭାବେ ଫୁଟିଯିବ ସେଥିରେ ଗରମ ମସଲା ପକାନ୍ତୁ ଏବଂ ଧନିଆପତ୍ରରେ ଗାର୍ନିସ କରି ବାହାର କରି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ବିନା ପିଆଜ ରସୁଣ ରାଜମା ତରକାରୀ। ଆପଣ ରୁଟି, ପରଟା, ଚକୁଳି କିମ୍ବା ଭାତ ସହିତ ଏହାକୁ ଖାଇ ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: