୨୪ରୁ ପୁଣି ବର୍ଷା ସମ୍ଭାବନା

୨୪ରୁ ପୁଣି ବର୍ଷା ସମ୍ଭାବନା

ପ୍ରିଜମ ନ୍ୟୁଜ ବ୍ୟୁରୋ: ପଶ୍ଚିମାଝଡ଼ ପ୍ରଭାବରେ ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହିତ ଘଡ଼ଘଡ଼ି ହୋଇଛି ଉପକୂଳରୁ ଅାଭ୍ୟନ୍ତରୀଣ ପଯର୍ୟନ୍ତ ଅନେକ ସ୍ଥାନରେ ବର୍ଷା ହୋଇଥିବା ଜଣାପଡ଼ିଛି । ଭୁବନେଶ୍ୱର ଅାଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ , ଚାନ୍ଦବାଲିରେ ୧୦.୨ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୧୦, କଟକରେ ୯ ମିମି ବର୍ଷା ରେକର୍ଡ କରାଯାଇଛି। ସେହିଭଳି ଅନୁଗୋଳ, ବାରିପଦା,ଝାରସୁଗୁଡ଼ା, ହୀରାକୁଦ, ଯାଜପୁରର କିଛି ଅଞ୍ଚଳରେ ବର୍ଷା ହୋଇଛି। ତେବେ ସୋମବାରଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ । କିନ୍ତୁ ପଶ୍ଚିମା ଝଡ଼ ପ୍ରଭାବରେ ୨୪ରୁ ପୁଣି ବର୍ଷା ଅାରମ୍ଭ ହେବ ବୋଲି ଅାଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ୨୪ରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଅାସନ୍ତା ଦୁଇଦିନ ଭିତରେ ଉତ୍ତର ଅାଭ୍ୟନ୍ତରୀଣ ଓଡ଼ିଶାରେ ରାତ୍ର ତାପମାତ୍ରା ୩ ରୁ ୪ ଡିଗ୍ରୀ କମିବାର ଅାଶଙ୍କା ରହିଛି ଏହାପରେ ପୁଣି ତାପରେ ୨-୩ଦିନ ପର୍ଯ୍ୟନ୍ତ ତାପମାତ୍ରା ୩ ରୁ ୪ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ଅାକଳନ କରିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: