ରେଳବାଇ ଚାକିରି ପାଇଁ ସୁଯୋଗ: ଜାଣନ୍ତୁ କଣ ପୋଷ୍ଟ ଓ କେମିତି କରିବେ ଆବେଦନ ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସରକାରୀ ଚାକିରି ଅଶାୟୀଙ୍କ ପାଇଁ ଆସିଛି ଖୁସି ଖବର।ଦଶମ ପରେ ITI କରିଥିବା ଯୁବକମାନଙ୍କ ପାଇଁ ଏହି ସରକାରୀ ଚାକିରି ସୁଯୋଗ ଆସିଛି । ପଶ୍ଚିମ କେନ୍ଦ୍ରୀୟ ରେଳବାଇର କୋଟା ଏବଂ ଉତ୍ତର କେନ୍ଦ୍ରୀୟ ରେଳବାଇର ଝାନସି ଡିଭିଜନରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ ନିଯୁକ୍ତି କରାଯାଉଛି। ବିଜ୍ଞପ୍ତି ଅନୁଯାୟୀ, ମୋଟ ୧୧୯୬ଟି ପଦବୀ ଖାଲି ଅଛି। ଏଥିମଧ୍ୟରୁ କୋଟା ମଣ୍ଡଳ ପାଇଁ ୧୭୬ ଓ ଝାନସି ଡିଭିଜନ୍ ପାଇଁ ୪୮୦ଟି ପଦବୀ ଖାଲି ଅଛି ।
ତେବେ ଏହି ଚାକିରି ପାଇଁ ଅଶାଇ ପ୍ରାର୍ଥୀମାନେ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍।ଆବେଦନ କରିବା ସମୟରେ ବିଜ୍ଞପ୍ତିକୁ ବହୁତ ଭଲ ଭାବରେ ପଢ଼ନ୍ତୁ। କାରଣ ଯଦି ଆବେଦନରେ କିଛି ତ୍ରୁଟି ରହୁଛି, ତେବେ ତାହା ପ୍ରତ୍ୟାଖ୍ୟାନ ହୋଇଯିବ। ତେଣୁ ଏଥି ପ୍ରତି ଧ୍ୟାନ ଦିଅନ୍ତୁ।

ଏହି ପୋଷ୍ଟଗୁଡିକ ପାଇଁ ପ୍ରାର୍ଥୀମାନେ ଦଶମ ପାସ୍ କରିବା ସହ ସମ୍ପୃକ୍ତ କ୍ୟଟୋଗରିରେ ITI କରିଥିବା ଆବଶ୍ୟକ। ପ୍ରାର୍ଥୀମାନେ ଅଧିକ ସୂଚନା ପାଇଁ ପଶ୍ଚିମ କେନ୍ଦ୍ରୀୟ ରେଳ ୱେବସାଇଟ୍ wcr.indianrailways.gov.in, ncr.indianrailways.gov.in କିମ୍ବା ଏମପି ୱେବସାଇଟ୍ http://mponline.gov.in ଦେଖନ୍ତୁ। ଏମପି ଅନଲାଇନର ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏହା ବ୍ୟତୀତ ଆବେଦନ ପାଇଁ ସର୍ବନିମ୍ନ ବୟସ ସୀମା ୧୫ ବର୍ଷ ଏବଂ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୨୪ ବର୍ଷ ରହିଛି । ସରକାରୀ ନିୟମ ଅନୁଯାୟୀ, ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ସରକାରଙ୍କ ନିୟମ ଅନୁଯାୟୀ କୋହଳ ରହିବ । କୋଟା ବୋର୍ଡ ପାଇଁ ଆବେଦନ ପାଇଁ ଶେଷ ତାରିଖ ୩୦ ଏପ୍ରିଲ ୨୦୨୧ ଥିବା ବେଳେ ଝାନସି ଡିଭିଜନ ଆବେଦନ ପାଇଁ ଶେଷ ତାରିଖ ୧୬ ଏପ୍ରିଲ ୨୦୨୧ ରହିଛି |
କୋଟା ମଣ୍ଡଳରେ ଖାଲି ପଡ଼ିଥିବା ପୋଷ୍ଟଗୁଡ଼ିକ ହେଲା-
Electrician – 135
Fitter mechanical – 102
Welder Electric & Gas – 43
Painter General – 75
Mason- 61
Carpenter – 73
Electronics – 30
Plumber – 58
Forager and Heat Treater (Black Smith) – 63
Wireman – 50
Computer Operator & Programming Assistant – 10
Machinist-05
Turner – 02
Lab Assistant – 02
Crane Operator – 02
Draftsman mechanical 05

ଝାନସି ଡିଭିଜନ ପାଇଁ ରହିଥିବା ପୋଷ୍ଟଗୁଡ଼ିକ ହେଲା-
Fitter – 286
Welder Gas & Electric – 11
Mechanic Diesel – 84
Carpenter – 11
Electrician – 88

%d bloggers like this: