ରାହୁଲ ଏକ ବିଜେପି ଅନେକ; ନାଇଟ କ୍ଲବ ମସ୍ତିକୁ ନେଇ ହଲ୍ଲାବୋଲ

ରାହୁଲ ଏକ ବିଜେପି ଅନେକ; ନାଇଟ କ୍ଲବ ମସ୍ତିକୁ ନେଇ ହଲ୍ଲାବୋଲ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଫେସବୁକ, ଟୁଇଟର, ଇନଷ୍ଟାଗ୍ରାମ । ଯେଉଁଠି ଦେଖିବେ ସେଇଠି ଆପଣ ବର୍ତ୍ତମାନ ଗୋଟିଏ ହିଁ କଣ୍ଟେଣ୍ଟ ଦେଖିବାକୁ ପାଇବେ । ରାହୁଲ..ରାହୁଲ..ରାହୁଲ, କଂଗ୍ରେସର ପୂର୍ବତନ ହାଇକମାଣ୍ଡ ରାହୁଲ ଗାନ୍ଧିଙ୍କ ଏକ ନାଇଟ କ୍ଲବ ଭିଡିଓକୁ ନେଇ ଏବେ ହଲ୍ଲାବୋଲ କରୁଛି ଭାରତୀୟ ଜନତା ପାର୍ଟି –ବିଜେପି । ଜଣେ କି ଦୁଇ ଜଣ ନୁହେଁ ଏକାଧିକ  ବିଜେପି ନେତା ଓ ମନ୍ତ୍ରୀ ରାହୁଲଙ୍କୁ ସମାଲୋଚନା କରୁଛନ୍ତି। ବାକି ରହିଲା ବିଜେପି ଆଇଟି ସେଲ୍ ର ଯୋଦ୍ଧାଙ୍କ କଥା ସୋନେ ପେ ସୁହାଗ ଭଳି ମଉକା ଦେଖି ଚଉକା ମାରିଛନ୍ତି ସେମାନେ । ଜାଣନ୍ତୁ ପୁରା ଖବର…

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବେ ନେପାଳ ଗସ୍ତରେ ଅଛନ୍ତି । କୁହାଯାଉଛି ରାହୁଲ ଗାନ୍ଧିଙ୍କ ଏହା ଅତ୍ୟନ୍ତ ବ୍ୟକ୍ତିଗତ ଟୁର୍ ପୋଗ୍ରାମ ।  ତେବେ କଥା ହେଉଛି ରାହୁଲଙ୍କ ଏହି ବ୍ୟକ୍ତିଗତ ଟୁର୍ ର କିଛି ଏମିତି ଚିତ୍ର ଏବେ ସାମ୍ନାକୁ ଆସିଛି ଯାହା ସୋସିଆଲ  ମିଡିଆରେ ଝଡ଼ ସୃଷ୍ଟି କରିଛି । ଫେସବୁକ୍ , ଇନଷ୍ଟାଗ୍ରାମ, ଟ୍ୱିଟରରେ ପ୍ରବଳ ଭାଇରାଲ ହେବା ପରେ ଏବେ ରାହୁଲ ଗାନ୍ଧିଙ୍କ ଏହି ଖବର ଜାତୀୟ ଗଣମାଧ୍ୟମର ଶିରୋନାମା ମଣ୍ଡନ କରିଛି ।

କୁହାଯାଉଛି ଯେ, ରାହୁଲ ଯେଉଁ ପବ୍ ରେ ନଜର ଆସିଛନ୍ତି ଏବଂ ପାର୍ଟି ସେଲିବ୍ରେଟ କରୁଛନ୍ତି ତାହା ନେପାଳର ପ୍ରସିଦ୍ଧ Lord of the Drinks ଅଟେ । ଭାରତୀୟ ଜନତା ପାର୍ଟି –ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଶହଜାଦ ପୁନୱାଲା ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି ଯେ, ରାହୁଲ ଗାନ୍ଧି ଯାହା କରୁଛନ୍ତି ତାହା ଅତ୍ୟନ୍ତ ତାଙ୍କ ବ୍ୟକ୍ତିଗତ ଜୀବନର ଏକ ଅଂଶ । କିନ୍ତୁ ରାଜସ୍ଥାନର ଯୋଧପୁରରେ ହିଂସା ହେଉଛି, ରାଜସ୍ଥାନରେ କଂଗ୍ରେସର ସରକାର ଚାଲିଛି , ରାଜସ୍ଥାନ ଜଳୁଛି ଆଉ ଏପଟେ ରାହୁଲ ଗାନ୍ଧି ମଉଜ କରୁଥିବାର ଭିଡିଓ ଭାଇରାଲ ହେଉଛି ଏହା ଜମାରୁ ହଜମ କରି ହେଉନି ବୋଲି କହିଛନ୍ତି ଶହଜାଦ ପୁନୱାଲା । ରାଜସ୍ଥାନର ସ୍ଥିତି ନେଇ ସେ ଚିନ୍ତା ପ୍ରକଟ କରିବା ସହ ରାହୁଲ ଗାନ୍ଧିଙ୍କ ନାଇଟ କ୍ଲବ ମସ୍ତିକୁ କଡ଼ା ସମାଲୋଚନା କରିବା ପାଇଁ ମିଳିଥିବା ସୁଯୋଗକୁ ହାତ ଛଡ଼ା କରିନାହାନ୍ତି । ଆଗକୁ ଯାଇ କହିଛନ୍ତି ଯେ, ଯେଉଁ ସମୟରେ ନିଜ ଦେଶରେ ରହି ନଜ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା କଥା ବୁଝିବା କଥା ସେ ସମୟରେ ସେ ମସ୍ତି କରିବା ଠିକ୍ ହେଲାନି ବୋଲି କହିଛନ୍ତି ।  ପୁନୱାଲା ଆଗକୁ ଯାଇ ଆହୁରି ମଧ୍ୟ ଲେଖିଛନ୍ତି ଯେ, କଂଗ୍ରେସ ପାର୍ଟିର ଅନ୍ତ ହୋଇଯାଇଛି, କିନ୍ତୁ ରାହୁଲ ଗାନ୍ଧିଙ୍କ ଏହି ପାର୍ଟି (ନାଇଟ କ୍ଲବ ପାର୍ଟି) ଏମିତି ଚାଲୁ ରହିବ ।

 ରାହୁଲ ଗାନ୍ଧି ରାଜନୀତି ପ୍ରତି ଗମ୍ଭୀର ନାହାନ୍ତି, ଯେଉଁ ସମୟରେ ରାହୁଲଙ୍କୁ ଦେଶର ଲୋକ ଖୋଜୁଛନ୍ତି ଏବଂ ରାହୁଲ ଏଠାରେ ରହିବାର ଆବଶ୍ୟକତା ରହୁଛି ସେ ସମୟରେ ସେ ପାର୍ଟି କରୁଥିବାର ଦେଖିବାକୁ ମିଳିବା ଅସ୍ୱାଭାବିକ ହେଉଛି ବୋଲି କହିଛନ୍ତି ଶହଜାଦ ।

ସେପଟେ ପାର୍ଟି, ହଲିଡେ ଦେଶ ପାଇଁ ନୂଆ ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜୁଜୀ । ରାହୁଲ ଗାନ୍ଧିଙ୍କ ଭାଇରାଲ ଭିଡିଓ ସେୟାର କରିବା ସହ କଟାକ୍ଷ କରି ଲେଖିଛନ୍ତି ଯେ, ହଲିଡେ, ପ୍ଲେଜର ପାର୍ଟି, ପ୍ରାଇଭେଟ ଫରେନ ଭିଜିଟ ଇତ୍ୟାଦି ଦେଶ ପାଇଁ ନୂଆ କଥା ନୁହେଁ।

ବିଜେପି ନେତା କପିଲ ମିଶ୍ରା ମଧ୍ୟ ଏହି ପ୍ରସଙ୍ଗ ଉପରେ ନିଜ ପ୍ରତିକ୍ରିୟା ରଖି ରାହୁଲ ଗାନ୍ଧିଙ୍କୁ ନାନା କଥା କଥା କହିଛନ୍ତି। ପଚାରିଛନ୍ତି ରାହୁଲ ଗାନ୍ଧି କାହା ସହ ଅଛନ୍ତି ଚାଇନା ଏଜେଣ୍ଟଙ୍କ ସହ ଅଛନ୍ତି ବୋଲି ପଚାରିଛନ୍ତି । ରାହୁଲ ଗାନ୍ଧି ସେନା ବିରୋଧରେ ଯେଉଁ ଟୁଇଟ କରନ୍ତି ତାହା କଣ ଚାଇନାର ଚାପରେ ପଡି କରୁଛନ୍ତି କି ବୋଲି ପଚାରିଛନ୍ତି ।

ସେପଟେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ନେଇ କହିଛନ୍ତି ଯେ, ଯେତେବେଳେ ମୁମ୍ବାଇରେ ଆକ୍ରମଣ ହୋଇଥିଲା ରାହୁଲ ସେତେବେଳେ ମଧ୍ୟ ବିଦେଶରେ ନାଇଟ କ୍ଲବରେ ମସଗୁଲ ଥିଲେ । ଆଉ ଏବେ ତାଙ୍କ ପାର୍ଟି ସଙ୍କଟରେ ରହିଛି ସେତେବେଳେ ବି ସେ ବାହାରକୁ ଯାଇ ମଉଜ କରୁଛନ୍ତି ନାଇଟ କ୍ଲବରେ ମସ୍ତି କରୁଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: