ଏମିତି କରନ୍ତୁ ମାଣ୍ଡିଆ ସୁପ୍

ଏମିତି କରନ୍ତୁ ମାଣ୍ଡିଆ ସୁପ୍

ପ୍ରିଜମ ନ୍ୟୁଜ ବ୍ୟୁରୋ: ମାଣ୍ଡିଆ ଶହଶହ ବର୍ଷ ଧରି ଗ୍ରାମାଞ୍ଚଳ ତଥା ମାଳ-ଅଞ୍ଚଳ ଲୋକମାନଙ୍କର ଏକ ପ୍ରିୟ ଖାଦ୍ୟ ରୂପେ ପରିଚିତି ହାସଲ କରି ସାରିଛି। ଏବେ ଏହା ସହରରେ ମଧ୍ୟ ଆଦୃତ ଲଭ କରିଛି। ଏଥିରେ ଆବଶ୍ୟକୀୟ ପୁଷ୍ଟିସାର, ସ୍ନେହସାର, ଶ୍ଵେତସାର, କ୍ୟାଲସିୟମ୍, ଲୌହ, ଭିଟାମିନ୍-ବି, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଜିଙ୍କ ଭଳି ଖଣିଜ ଲବଣ, ଫସଫରସ ଓ ତନ୍ତୁ ଜାତୀୟ ଖାଦ୍ୟଗୁଣ ଭରପୂର ରହିଛି । ଗ୍ଲୁଟେନ୍ ଆଲର୍ଜି ଥିବା ଲୋକଙ୍କ ପାଇଁ ମଧ୍ୟ ମିଲେଟ ଉପାଦେୟ। ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ମାଣ୍ଡିଆରୁ ପ୍ରସ୍ତୁତ ଭୋଜନ ଦେବାକୁ କୁହାଯାଏ। ବହୁମୂତ୍ର ରୋଗୀମାନଙ୍କ ପାଇଁ ଏହା ଏକ ଉପାଦେୟ ଖାଦ୍ୟ । ତେବେ ମାଣ୍ଡିଆ ପ୍ରସ୍ତୁତି ସହ ଏହାର ଖାଇବା ପଦ୍ଧତି ମଧ୍ୟ ବଦଳିଛି। ଆଜି ଆମେ ଆପଣଙ୍କୁ ମାଣ୍ଡିଆରେ ପ୍ରସ୍ତୁତ ସୁପ୍ ବିଷୟରେ କହିବୁ। ଏହା ଯେତିକି ସ୍ଵାଦିଷ୍ଟ ତାଠୁ ଅଧିକ ସ୍ୱାସ୍ଥ୍ୟକର। ତେବେ ଚାଲନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ମାଣ୍ଡିଆ ସୁପ୍।

ଆବଶ୍ୟକ ସାମଗ୍ରୀ: ୩ ଚାମଚ ମାଣ୍ଡିଆ ଚୁନା, ଛୋଟ ଛୋଟ କଟା ପିଆଜ ଗୋଟେ, ବିନି ଅଳ୍ପ କଟା, ଅଦା ଛେଚା ଖଣ୍ଡେ, ଗାଜର ଛୋଟ ଛୋଟ କଟା, ଗ୍ରୀନ ମଟର, ସିମଳା ଲଙ୍କା, ଗୋଲ ମରିଚ ଗୁଣ୍ଡ, ଲୁଣ, ତେଲ ଅଳ୍ପ।

ପ୍ରସ୍ତୁତ ପ୍ରଣାଳୀ:ପ୍ରଥମେ ଗ୍ୟାସ୍ ରେ ଗୋଟିଏ ପାତ୍ର ବସାଇ ସେଥିରେ ତେଲ ପକାଇ ଗରମ କରନ୍ତୁ। ଏବେ ସେଥିରେ ଜିରା ପକାନ୍ତୁ, ଜିରା ଫୁଟିବା ପରେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ, ପିଆଜ ଟିକେ ଭାଜି ହୋଇଗଲେ ସେଥିରେ ଛେଚା ଅଦା ପକାଇ ଅଳ୍ପ ସମୟ ଭାଜନ୍ତୁ ଏବେ ସେଥିରେ ଅନ୍ୟ ସମସ୍ତ ପରିବା ପକାଇ ଭାଜନ୍ତୁ। ୫ ମିନିଟ ଭାଜିବା ପରେ ସେଥିରେ ଲୁଣ ଓ ହଲଦି ପକାଇ ଦେଢ଼ ଗ୍ଲାସ୍ ପାଣି ଦେଇ ଘୋଡାଇ ଦିଅନ୍ତୁ। ସମସ୍ତ ଜିନିଷ ଭଲ ଭାବେ ଫୁଟିବା ପରେ ଅନ୍ୟ ଏକ ପାତ୍ରରେ ମାଣ୍ଡିଆ ପାଣିରେ ଭଲଭାବେ ଗୋଳି ସେଥିରେ ମିଶାନ୍ତୁ। ଏବେ ତାହାକୁ କିଛି ସମୟ ଫୁଟାଇବାକୁ ଛାଡ଼ି ଦିଅନ୍ତୁ। ଏହି ମିଶ୍ରଣ ଟିକେ ବହଳିଆ ହୋଇଗଲେ ସେଥିରେ ଧନିଆ ପତ୍ର ଗୋଲମରିଚ ଗୁଣ୍ଡ ପକାଇ କାଢି ଦିଅନ୍ତୁ। ଏବେ ପାତ୍ରକୁ କାଢି ଗରମ ଗରମ ପିଅନ୍ତୁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: