ଦ୍ୱିତୀୟ ଇଣ୍ଡିଆନ ରାଇସ କଂଗ୍ରେସ ଉଦଘାଟନ କଲେ ରାଷ୍ଟ୍ରପତି

ଦ୍ୱିତୀୟ ଇଣ୍ଡିଆନ ରାଇସ କଂଗ୍ରେସ ଉଦଘାଟନ କଲେ ରାଷ୍ଟ୍ରପତି

ପ୍ରିଜମ ନ୍ୟୁଜ ବ୍ୟୁରୋ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସିଥିବା ବେଳେ ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି। ପ୍ରଭୁଙ୍କ ଜଳାଭିଷେକ ସହ ପୂଜାର୍ଚ୍ଚନା କରିଛନ୍ତି। ରାଷ୍ଟ୍ରପତି ସକାଳ ୯ଟା ୮ ମିନିଟରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚିଥିଲେ। ଏହାପରେ ଖାଲିପାଦରେ ବିନ୍ଦୁସାଗର ନିକଟରୁ ଚାଲି ଚାଲି ଯାଇଥିଲେ। ବିନ୍ଦୁ ସାଗର ଦେଇ ସେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲେ। ମନ୍ଦିର ପରିସରରେ ଥିବା ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ। ପ୍ରଭୁ ଶ୍ରୀଲିଙ୍ଗରାଜ ମା’ ପାର୍ବତୀଙ୍କୁ ଦର୍ଶନ ପରେ ମନ୍ଦିରବେଢା ପରିକ୍ରମା କରିଥିଲେ। ମନ୍ଦିର ରେଜିଷ୍ଟରରେ ମହାମହିମ ଦେଶ ଉଦେଶ୍ୟରେ ବାର୍ତ୍ତା ଲେଖିଛନ୍ତି। ଏହାପରେ ମହାଦେବଙ୍କ ନିକଟରେ ବିଶ୍ୱବାସୀଙ୍କ ମଙ୍ଗଳ କାମନା କରିଛନ୍ତି।ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପରେ କଟକ ଅଭିମୁଖେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା କେନ୍ଦ୍ର ଯାଇ ସେଠାରେ ଇଣ୍ଡିଆନ୍‌‌ ରାଇସ୍‌‌ କଂଗ୍ରେସର ଉଦଘାଟନ କରିଛନ୍ତି।

ଆଜି ମଧ୍ୟାହ୍ନରେ କଟକ ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା କେନ୍ଦ୍ର (ଏନଆରଆରଆଇ ରାଇସ୍‌‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ) ରେ ରାଷ୍ଟପ୍ରତି ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ଇଣ୍ଡିଆନ ରାଇସ କଂଗ୍ରେସକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଉଦବୋଧନ ଦେଇଛନ୍ତି।ସେ କହିଛନ୍ତି, ଆଜି ଏଠାରେ ଉପସ୍ଥିତ ରହି ସେ ବହୁତ ଖୁସି। ଯୁବ ଏବଂ ମହିଳା ବୈଜ୍ଞାନିକଙ୍କୁ ଦେଖି ବହୁତ ଖୁସି। ଏହାସହ ଖାଦ୍ୟ ସୁରକ୍ଷାରେ ଚାଉଳର ଭୂମିକା କଣ ସମସ୍ତଙ୍କୁ ଜଣା। ଚାଉଳ ଉତ୍ପାଦନ ଆମ ଅର୍ଥନୀତିକୁ ସମୃଦ୍ଧ କରିଛି। ବିଭିନ୍ନ ପୂଜା ପାର୍ବଣରେ ଧାନର ଭୂମିକା ଅନସ୍ୱୀକାର୍ଯ୍ୟ। ଚାଉଳକୁ ଜୀବନର ଶସ୍ୟ ବୋଲି କୁହାଯାଏ। ଚାଉଳ ସହ ଆମର ବହୁ ପରମ୍ପରା ଯୋଡି ହୋଇ ରହିଛି। ଭାରତ ବିଭିନ୍ନ ରାଷ୍ଟ୍ରକୁ ଚାଉଳ ରପ୍ତାନୀ କରୁଛି। ୧୦୦ ପ୍ରକାରର ଧାନ ସଂଗ୍ରହ କରିଛନ୍ତି କମଳା ପୂଜାରୀ। ଏଥିପାଇଁ କମଳା ପୂଜାରୀଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି।ଜଳବାୟୁ ପରିବର୍ତ୍ତନ ଧାନ ଉତ୍ପାଦନରେ ବାଧା ସୃଷ୍ଟି କରିଛି। ପ୍ରାକୃତିକ ବିପର୍ଯ୍ୟୟ ଧାନ ଚାଷ ପାଇଁ ବାଧକ ସାଜିଛି। ଏଭଳି କ୍ଷେତ୍ରରେ କୃଷି ବୈଜ୍ଞାନିକଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଅତ୍ୟଧିକ ସାର ବ୍ୟବହାର ମାଟିର ମାନ ନଷ୍ଟ କରୁଛି। ଇକୋ ଫ୍ରେଣ୍ଡଲି ଧାନ ଚାଷ ପାଇଁ ବୈଜ୍ଞାନିକଙ୍କ ଉଦ୍ୟମ ଲୋଡା। ଏଥିପାଇଁ ଆମ ବୈଜ୍ଞାନିକ ମାନେ କାର୍ଯ୍ୟ କରିବେ ବୋଲି ଆଶା କରାଯାଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: