ଏହି ସହରରେ ମାଗଣା ଘର ସହ ମିଳୁଛି ୨୫ ଲକ୍ଷ ଟଙ୍କା

ଏହି ସହରରେ ମାଗଣା ଘର ସହ ମିଳୁଛି ୨୫ ଲକ୍ଷ ଟଙ୍କା

ପ୍ରିଜମ ନ୍ୟୁଜ ବ୍ୟୁରୋ:ଆଜି କାଲି ସହରରେ ଲୋକମାନେ ଘରଟେ ପାଇବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରନ୍ତି। କିନ୍ତୁ ଏମିତି ଏକ ସହର ଅଛି ଯେଉଁଠାରେ ବସବାସ କରିବା ପାଇଁ ୨୫ ଲକ୍ଷ ପ୍ରଦାନ କରାଯାଉଛି। ଏହା ଅଜବ ଲାଗୁଥିଲେ ବି କଥାଟି ସମ୍ପୂର୍ଣ୍ଣ ସତ। ଦକ୍ଷିଣ ପୂର୍ବ ଇଟାଲୀର ଏହି ସହରର କାହାଣୀ ଆଶ୍ଚର୍ଯ୍ୟଜନକ। ସହରଟି ଦେଖିବାକୁ ମଧ୍ୟ ଅତ୍ୟନ୍ତ ସୁନ୍ଦର୍।

ବାସ୍ତବରେ, ଇଟାଲୀର ସାଣ୍ଟା ମାରିଆ ଡି ଲ୍ୟୁକା ନିକଟସ୍ଥ ପ୍ରେସିସ ଟାଉନରେ ଲୋକଙ୍କୁ ଏହି ଅଫର ଦିଆଯାଉଛି । କେବଳ ଇଟାଲୀ ନୁହେଁ ଯେକୌଣସି ଦେଶର ନାଗରିକମାନେ ଆସି ଏହି ସୁନ୍ଦର ଅଞ୍ଚଳରେ ସବୁଦିନ ପାଇଁ ବସବାସ କରିପାରିବେ ଏବଂ ତାଙ୍କୁ ସାହାଯ୍ୟ କରିବାକୁ ଏଠାରେ ଥିବା ନଗର ପରିଷଦ ୨୫ ହଜାର ପାଉଣ୍ଡ ବା ୨୫ ଲକ୍ଷ ଟଙ୍କା ପ୍ରଦାନ କରୁଛି। ଏଠାରେ ଥିବା ନଗର ପରିଷଦ ଅଧିକରୁ ଅଧିକ ଯୁବକ ଆସି ଏଠାରେ ରହନ୍ତୁ ବୋଲି ଚାହୁଁଛି, କାରଣ ଏହି ସହର ଯୁବକମାନଙ୍କ ନୂତନ ଚିନ୍ତାଧାରା ଆବଶ୍ୟକ କରେ।

ନଗର ପରିଷଦ ସଦସ୍ୟ ଆଲଫ୍ରେଡୋ ପଲିସି ଗଣମାଧ୍ୟମକୁ କହିଛନ୍ତି ଯେ ଏହି ପ୍ରାଚୀନ ସହର ସୋନ୍ଦର୍ଯ୍ୟ ଏବଂ ଐତିହ୍ୟ ପାଇଁ ପ୍ରସିଦ୍ଧ ଥିଲା, କିନ୍ତୁ କିଛି ଦଶନ୍ଧି ଧରି ଏଠାରେ ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି ଏବଂ ଘରଗୁଡ଼ିକ ଖାଲି ଅଛି। ଏଭଳି ପରିସ୍ଥିତିରେ ନୂତନ ଲୋକଙ୍କୁ ଏଠାରେ ବସବାସ କରିବାକୁ ଉତ୍ସାହିତ କରାଯାଉଛି। ଏହି ସ୍ଥାନ ଚାରିପାଖରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ମନମୁଗ୍ଧକର ଅଟେ।

ଇଟାଲୀର ଦକ୍ଷିଣ-ପୂର୍ବରେ ଅବସ୍ଥିତ ପ୍ରେସିକ୍ ସହରରେ ସେଟେଲମେଣ୍ଟ ପାଇଁ କିଛି ନିୟମ ଅଛି। ୨୫ ହଜାର ପାଉଣ୍ଡ (୨୫ ଲକ୍ଷ ଟଙ୍କା) କିଛି ସର୍ତ୍ତ ଅନୁଯାୟୀ ଦିଆଯିବ, ଯେପରିକି ଏଠାରେ ରହିବାକୁ ଇଛୁକ ଲୋକଙ୍କୁ ସବୁଦିନ ପାଇଁ ରହିବାକୁ ଚୁକ୍ତି କରିବାକୁ ପଡିବ। କେବଳ ଏତିକି ନୁହେଁ, ଅଧିବାସୀମାନେ ଏଠାରେ ଖାଲି ପଡ଼ିଥିବା ୧୯୯୧ ପୂର୍ବରୁ ଘର କିଣିବାକୁ ପଡ଼ିବ । ଆଗାମୀ ଦିନରେ ଏହି ବିଷୟରେ ଏକ ତାଲିକା ମଧ୍ୟ ଜାରି କରାଯିବ। ବିଶେଷ କଥା ହେଉଛି ଏଠାରେ ସେଟେଲମେଣ୍ଟ ପାଇଁ ଦିଆଯାଇଥିବା ପ୍ରୋତ୍ସାହନ ରାଶି ଦୁଇ ଭାଗରେ ବିଭକ୍ତ ହେବ, ଅଧା ଘର କିଣିବା ପାଇଁ ଏବଂ ଅଧା ଘର ସାଜସଜ୍ଜା ପାଇଁ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: