ଦାୟିତ୍ୱ ନେଲେ ପ୍ରତୀକ

ଦାୟିତ୍ୱ ନେଲେ ପ୍ରତୀକ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ଆଇପିଏସ୍‌ ପ୍ରତୀକ ସିଂ। ୨୦୧୪ ବ୍ୟାଚ୍‌ର ଆଇପିଏସ ପ୍ରତୀକ ସିଂଙ୍କୁ ଡିସିପି ଅଫିସରେ ଅତିରିକ୍ତ ଡିସିପି, ଏସିପି ଓ ଆଇଆଇସିମାନେ ସ୍ବାଗତ କରିଥିଲେ। ଭୁବନେଶ୍ୱରରେ କାମ କରିବା ତାଙ୍କ ପାଇଁ ଚ୍ୟାଲେଞ୍ଜ ହେବ ଡିସିପି କହିଛନ୍ତି।

ରାଜଧାନୀରେ ଅପରାଧ ଓ ଅପରାଧୀ ଦମନ, ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ମୁଖ୍ୟତଃ ଫୋକସ କରାଯିବ। ୫-ଟି ଅନୁସାରେ ଲୋକମାନଙ୍କୁ ସେବା ଯୋଗାଇ ଦିଆଯିବ। ଥାନାକୁ ଆସୁଥିବା ଲୋକେ କିପରି ସେମାନଙ୍କ ସମସ୍ୟାର ସମାଧାନ ପାଇପାରିବେ ସେ ଦିଗରେ ପୋଲିସ କାର୍ଯ୍ୟ କରିବ। ଅପରାଧ ରୋକିବା ପାଇଁ ସ୍ବତନ୍ତ୍ର ଯୋଜନା ରହିଥିବା କହିଛନ୍ତି ଡିସିପି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: