ପୁଣି ଜଲୱା ଦେଖାଇବେ ଐଶ୍

ପୁଣି ଜଲୱା ଦେଖାଇବେ ଐଶ୍

ପ୍ରିଜମ ନ୍ୟୁଜ ବ୍ୟୁରୋ: ପୁଣି ନିଜର ଫ୍ଯାନ୍ସମାନଙ୍କ ପାଖକୁ ଫେରୁଛନ୍ତି ନୀଳ ନୟନା ଐଶ୍ୱର୍ଯ୍ୟା ରାୟ। ତଙ୍କ ଅପକମିଂ ଫିଲ୍ମ ”ପୋନ୍ନିୟିନ୍‌ ସେଲଭାନ୍ ଆଇ” ର ଫାଷ୍ଟ ଲୁକ୍ ରିଲିଜ ହୋଇଯାଇଛି । ଏହି ପୋଷ୍ଟର ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ଫିଲ୍ମର ରିଲିଜ ଡେଟ ମଧ୍ୟ ଘୋଷଣା ହୋଇଯାଇଛି । ୨୦୨୨ ସେପ୍ଟେମ୍ବର ୩୦ ତାରିଖରେ ଫିଲ୍ମଟି ଥିଏଟରରେ ଲିଜିଜ ହେବ । ଏହି ଫିଲ୍ମିରେ ଐଶଙ୍କ ଲୁକକୁ ନେଇ ବେଶ୍ ଚର୍ଚ୍ଚା ଉଠୁଛି । ପୋଷ୍ଟରେ ଟ୍ରାଡିସନାଲ ଅବତାରରେ ନଜର ଆସିଥିଲେ ଐଶ୍ୱର୍ଯ୍ୟା । ମୁଭି ”ପୋନ୍ନିୟିନ୍‌ ସେଲଭାନ୍ ଆଇ”ରେ ଐଶ୍ୱର୍ଯ୍ୟାଙ୍କ ଡବଲ ରୋଲ ଦେଖିବାକୁ ପାଇବେ ସିନେପ୍ରେମୀ । ନନ୍ଦୀନୀ ଓ ଦେବୀ ଭୂମିକାରେ ନଜର ଆସିବେ ଏଶ୍ୱର୍ଯ୍ୟା । ଏହି ପୋଷ୍ଟର ରିଲିଜ ହେବାପରେ ଐଶ୍ୱର୍ଯ୍ୟାଙ୍କ ଫ୍ୟାନ୍ ମାନଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି । ଫ୍ୟାନ୍ ମାନେ କମେଣ୍ଟ ବକ୍ସରେ ନାନା କମେଣ୍ଟ ଦେଇଛନ୍ତି । ଶେଷରେ ରାଣୀ ଫେରିଲେ ବୋଲି ଫ୍ୟାନ୍ ମାନେ କମେଣ୍ଟ ମଧ୍ୟ ଦେଇଛନ୍ତି । ଐଶ୍ବର୍ଯ୍ୟାଙ୍କ ସହ ସାଉଥର ନାମୀ ଦାମୀ କଳାକାରଙ୍କୁ ମଧ୍ଯ ଏହି ଫିଲ୍ମରେ ଦେଖିବାକୁ ମିଳିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: