ପୁରୀ ମାମଲାରେ ଅଧିକ ସୂଚନା ପାଇଁ ରିକ୍ରିଏନ୍ କରୁଛି ପୋଲିସ

ପୁରୀ ମାମଲାରେ ଅଧିକ ସୂଚନା ପାଇଁ ରିକ୍ରିଏନ୍ କରୁଛି ପୋଲିସ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପୁରୀର ବହୁ ଚର୍ଚ୍ଚିତ କୃଷ୍ଣ ପ୍ରତିହାରୀ ମାମଲାରେ ଅହୁରି ଖୋଳତାଡ କରୁଛି ପୋଲିସ୍ । ଆଜି ଆଉ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏନ୍ କରାଯାଇଛି । ଗତକାଲି ଘଟଣାର ମୁଖ୍ୟ ଅଭିଯୁକ୍ତ କୁନମୁନ୍ ଓ ଟୁଟୁକୁ ନେଇ ସିନ୍ ରିକ୍ରିଏସନ୍ କରାଯାଇଥିବାବେଳେ ଆଉ ୨ ଅଭିଯୁକ୍ତ ବାବା ମହାପାତ୍ର ଓ ହରି ପଣ୍ଡାକୁ ନେଇ ସିନ୍ ରିକ୍ରିଏସନ୍ କରାଇଛନ୍ତି ଆଡିସନାଲ ଏସପି ।ପୁରୀ ବାରବାଟି ପଡିଆ ପାଖରେ କିପରି ଘଟଣା ଘଟିଥିଲା କିଏ କିପରି କୃଷ୍ଣ ପ୍ରତିହାରୀଙ୍କ ଉପରକୁ ଗୁଳିମାଡ କରିଥିଲା ସେସବୁର ଡେମୋ ଦେଖାଇଥିଲେ ଅଭିଯୁକ୍ତ । ପ୍ରଥମେ କୁନମୁନ୍ ଗୁଳିମାଡ କରିଥିବାବେଳେ ତା’ପରେ ଅନ୍ୟମାନେ କୃଷ୍ଣ ପ୍ରତିହାରୀଙ୍କ ଉପରକୁ ଗୁଳି କରିଥିବା ଜଣାପଡିଛି । ଏନେଇ ପୋଲିସ ଖୋଳତାଡ ଜାରି ରଖିବା ସହ ଆଗକୁ ମଧ୍ୟ ଅନେକ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି । ଯଦ୍ଦାରା ଅଭିଯୁକ୍ତଙ୍କ ବିରୋଧରେ ଏକ ୱାଟରଟାଇଟ୍ କେସ୍ ଚାଲିପାରିବ ବୋଲି ଆଡିସନାଲ ଏସପି କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: