ପାକିସ୍ତାନରେ ପେଟ୍ରୋଲ ଲିଟର ୨୩୪ ଟଙ୍କା

ପାକିସ୍ତାନରେ ପେଟ୍ରୋଲ ଲିଟର ୨୩୪ ଟଙ୍କା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା ପାକିସ୍ତାନରେ ପୁଣି ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ୍ । ପେଟ୍ରୋଲ ଲିଟର ପିଛା ଦାମ୍ ୨୪ ଟଙ୍କା ବୃଦ୍ଧି ପାଇ ୨୩୩.୮୯ ଟଙ୍କାରେ ପହଁଚିଛି । ସେହିପରି ଡିଜେଲ ଦାମ୍ ମଧ୍ୟ ୧୬.୩୧ ଟଙ୍କା ବଢି ୨୬୩.୩୧ ହୋଇଛି । ଗତ ୨୦ ଦିନ ମଧ୍ୟରେ ତୈଳଦରରେ ତୃତୀୟ ଥର ପାଇଁ ବୃଦ୍ଧି ହୋଇଛି । ବୁଧବାର ମଧ୍ୟ ରାତ୍ରରୁ ନୂଆ ଦର ଲାଗୁ ହୋଇଛି ।

କେବଳ ପେଟ୍ରୋଲ ଓ ଡିଜେଲ ନୁହେଁ, କିରାସିନୀ ଦରରେ ମଧ୍ୟ ବୃଦ୍ଧି ଘଟିଛି। କିରାସିନୀ ୨୯.୪୯ ଟଙ୍କା ବୃଦ୍ଧି ପାଇ ୨୧୧.୪୩ ଟଙ୍କାରେ ପହଁଚିଛି । ତେବେ ଅନ୍ତର୍ଜାତୀୟ ସ୍ତରରେ ତୈଳ ଦର ବଢିଛି । ଏହାର ଅନ୍ୟ ବିକଳ୍ପ ନାହିଁ ବୋଲି ପାକ୍ ଅର୍ଥମନ୍ତ୍ରୀ କହିଛନ୍ତି ।ସୂଚନାଯୋଗ୍ୟ, ଗତ ୨୦ ଦିନରେ ପେଟ୍ରୋଲ ଓ ଡିଜେଲ ଦର ପାକିସ୍ତାନରେ ଲିଟର ପିଛା ୮୪ ଟଙ୍କା ବଢିଲାଣି । ତେଲ ଦର ବୃଦ୍ଧି ସାଙ୍ଗକୁ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାକିସ୍ତାନ ଲୋକଙ୍କୁ କନ୍ଦାଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: