କଥା ରଖିଲେ ସିନ୍ଦେ, କମାଇଲେ ପେଟ୍ରୋଲ ଦର

କଥା ରଖିଲେ ସିନ୍ଦେ, କମାଇଲେ ପେଟ୍ରୋଲ ଦର

ପ୍ରିଜମ ନ୍ୟୁଜ ବ୍ୟୁରୋ: କଥା ଦେଇ କଥା ରଖିଲେ ନୂଆ ମୁଖ୍ୟମନ୍ତ୍ରୀ। ମହାରାଷ୍ଟ୍ରରେ ପେଟ୍ରୋଲ ଦର କମିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତୈଳ ଉପରେ ଭାଟ ହ୍ରାସ କରିଛନ୍ତି । ଫଳରେ ପେଟ୍ରୋଲ ଦର ଲିଟର ପ୍ରତି ୫ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୩ ଟଙ୍କା ହ୍ରାସ ପାଇଛି।

ରାଜ୍ୟ କ୍ୟାବିନେଟରେ ଏ ସମ୍ପର୍କରେ ନିଷ୍ପତ୍ତି ହୋଇଛି। ବାର୍ଷିକ ୬୦୦୦ କୋଟି ଟଙ୍କା ଭାଟ ହ୍ରାସ କରାଯାଇଛି। ଅର୍ଥାତ ଏହି ଆର୍ଥିକ ବୋଝ ରାଜ୍ୟ ସରକାର ବହନ କରିବେ। ଆସନ୍ତାକାଲିଠାରୁ ରାଜ୍ୟର ନୂଆ ଦର ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି । ଶିବସେନା-ବିଜେପି ମିଳିତ ସରକାରରେ ଏହି ନିଷ୍ପତ୍ତି ନିଆଯାଇଥିବା ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି। ବର୍ତ୍ତମାନ ମହାରାଷ୍ଟ୍ରରେ ପେଟ୍ରୋଲ ଲିଟର ପ୍ରତି ୧୧୧ ଟଙ୍କା ଥିବା ବେଳେ ଡିଜେଲ ୯୮୭ ଟଙ୍କା ରହିଛି। ରାଜ୍ୟର ଶାସନ ଭାର ନେବା ପରେ ଏକନାଥ ସିନ୍ଦେ କିଛି ଦିନ ତଳେ ତୈଳ ଉପରରୁ ରାଜ୍ୟ ସରକାର ଭାଟ ହ୍ରାସ ନେଇ ଘୋଷଣା କରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: