ବି-ଟାଉନରେ ତିଷ୍ଠି ରହିବାକୁ ‘ରଈଜ’ ଷ୍ଟାରଙ୍କ କସରତ

ବି-ଟାଉନରେ ତିଷ୍ଠି ରହିବାକୁ ‘ରଈଜ’ ଷ୍ଟାରଙ୍କ କସରତ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପ୍ରାୟ 4 ବର୍ଷର ଲମ୍ବା ପ୍ରତୀକ୍ଷା ପରେ ବଲିଉଡ୍ କିଙ୍ଗ୍ ଶାହାରୁଖ ଖାନ ପରିଶେଷରେ ନିଜ ରୁପେଲି ପରଦାରେ ପ୍ରତ୍ୟାବର୍ତ୍ତନ ତାରିଖକୁ ଘୋଷଣା କରିଛନ୍ତି  । ସେ ଆଗାମୀ ବର୍ଷ ସାଧାରଣତନ୍ତ୍ର  ଦିବସରେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ‘ପଠାନ’ରେ ଖୁପିଆ ଏଜେଣ୍ଟ୍ ଫିରୋଜ ପଠାନଙ୍କ ରୋଲ୍ ରେ ପ୍ରେକ୍ଷାଳୟକୁ ଫେରିବେ । 

ନିଜ କ୍ୟାରିଅରର ପ୍ରାରମ୍ଭରେ ନକାରାତ୍ମକ ଚରିତ୍ରରେ ‘ଡର୍’ ପରି ସୁପରହିଟ୍ ଫିଲ୍ମ ଦେଇଥିବା ଶାହାରୁଖ  ‘ଡିଡିଏଲଜି’, ‘କୁଛ୍ କୁଛ୍ ହୋତା ହୈ’, ‘କଭି ଖୁସି କଭି ଗମ୍’ ପରି ଅଲ୍ ଟାଇମ୍ ହିଟ୍ ଫିଲ୍ମରେ ରୋମାଣ୍ଟିକ୍ ହିରୋର ପ୍ରତିଚ୍ଛବିକୁ ବଜାୟ ରଖି ନିଜର ରୋମାଣ୍ଟିକ୍ ଫିଲ୍ମର ଯାତ୍ରା ‘ଚେନ୍ନାଇ ଏକ୍ସପ୍ରେସ୍’ ପର୍ଯ୍ୟନ୍ତ ନେଇଥିଲେ । ହେଲେ ତାପରେ ଶାହାରୁଖଙ୍କ ସୁପରହିଟ୍ କ୍ୟାରିଅରକୁ ଯେମିତି ଗ୍ରହଣ ଲାଗିଗଲା  ।

 ପ୍ରାୟ ଏକ ଦଶକ ପୂର୍ବରୁ ବକ୍ସ ଅଫିସରେ ‘ହ୍ୟାପି ନ୍ୟୁ ଇୟର’ ପରି ହିଟ୍ ଫିଲ୍ମ ଦେବା ପରେ କ୍ରମାଗତ ବିଫଳତାର ସ୍ୱାଦ ଚାଖିବାକୁ ଲାଗିଲେ  ଏହାପରେ ‘ଦିଲୱାଲେ, ‘ରଈସ୍’ ଏବଂ ’ଜବ୍ ହାରୀ ମେଟ୍ ସୈଜଲ୍’ ଫିଲ୍ମଗୁଡ଼ିକୁ ଟକ୍କର ଦେଇଥିଲା ‘ବାଜିରାଓ୍ୱ ମସ୍ତାନୀ’, ‘କାବିଲ୍’ ଏବଂ ‘ଟଏଲେଟ୍ ଏକ୍ ପ୍ରେମକଥା’  । ତେଣୁ ଲଗାତାର ଫିଲ୍ମ ସବୁ ପ୍ଲଫ୍ ହୋଇଥିବା ଖୋଦ ଶାହାରୁଖ ଅନେକ ପରୀକ୍ଷଣ କରିଥିଲେ, କିନ୍ତୁ ତା ବି ସଫଳ ହୋଇପାରିନଥିଲା  ଏହି କ୍ରମରେ 2018ର ତାଙ୍କର ଶେଷ ଫିଲ୍ମ ‘ଜିରୋ’ ବକ୍ସଅଫିସରେ ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଥିଲା  । ତେବେ ଏହି ପ୍ଲଫ୍ ଶାହାରୁଖଙ୍କୁ ଜୋରଦାର ଝଟକା ଦେଇଥିଲା ଯାହା ସେ କିଛି ବର୍ଷ ପରଠାରୁ ନିଜକୁ ଦୁରେଇ ନେଇଥିଲେ । ଏହାପରେ କରୋନା ମହାମାରୀର ପ୍ରଭାବ ଯୋଗୁଁ ବଡ଼ ବଡ଼ ଷ୍ଟାର ଓଟିଟି ମୁହାଁ ହୋଇ ନିଜ ସ୍ୱତନ୍ତ୍ର ପରିଚୟ କରିବାରେ ସକ୍ଷମ ହୋଇଛନ୍ତି  ।

ଏପରି ପରିସ୍ଥିତିରେ କେବଳ ଓଟିଟି ନୁହେଁ ବଢୁଥିବା ବୟସ ସହ ଟ୍ରୋଲର୍ ଏବଂ ଅନେକ ଚ୍ୟାଲେଞ୍ଜ ଶାହାରୁଖଙ୍କ ସାମ୍ନାରେ ରହିଛି  । ତେଣୁ ସବୁଆଡକୁ ଦେଖି  4 ବର୍ଷ ପରେ କମବ୍ୟାକ୍ ପାଇଁ ଦେଶଭକ୍ତିକୁ ଚୟନ କରିଛନ୍ତି  । କାରଣ ଭାରତରେ ଦେଶଭକ୍ତି ଫିଲ୍ମ ବକ୍ସ ଅଫିସରେ ସଫଳତାର ଗ୍ୟାରେଣ୍ଟି  ନେଇ ଆସୁଛି ।  ପୂର୍ବରୁ ମଧ୍ୟ ‘ଜବ୍ ତକ୍ ହୈ ଜାନ୍’ ଫିଲ୍ମରେ ସେନା ବର୍ଦ୍ଦି ପିନ୍ଧିସାରିଥିବା ଶାହାରୁଖ କିନ୍ତୁ ଏବେ ଦେଶ ପାଇଁ ନିଜ ଜୀବନକୁ ବାଜିରେ ରଖି ଗୁପ୍ତଚର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି  ଚର୍ଚ୍ଚା, ଆଲୋଚନା ଏବଂ ସୂତ୍ରରୁ ଜଣାପଡ଼ିଛି ଯେ ଚଳିତ ଥର ଶାହାରୁଖ ଖାନ ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରାଙ୍କ ଗୁପ୍ତଚର ଫିଲ୍ମ ସିରିଜ୍ ରେ ସାମିଲ ହୋଇ ନିଜ ପାଇଁ ସୁରକ୍ଷିତ ରାସ୍ତା ଚୟନ କରିଛନ୍ତି ।

ଏହାପୂର୍ବରୁ ସଲମାନ ଖାନଙ୍କ ‘ଟାଇଗର’ ଓ ‘ଟାଇଗର ଜିନ୍ଦା ହୈ’ ଏବଂ ହ୍ରିତିକ ରୋଶନଙ୍କ ‘ଓ୍ୱାର୍’ ଏହି ସୁପରହିଟ୍ ଜାସୁସ ଫିଲ୍ମର ସିରିଜ୍ ରେ କାମ କରିସାରିଛନ୍ତି ।  ଆଉ ଏବେ କିଙ୍ଗ୍ ଖାନ ଏହା ସାହାଯ୍ୟରେ ନିଜ ବିଫଳତାକୁ ସଫଳତାରେ ପରିଣତ କରିବାକୁ ଚାହୁଁଛନ୍ତି । ସେପଟେ ଶାହାରୁଖ ଖାନ ତାଙ୍କ ପରୀକ୍ଷଣର ଅବଧିକୁ ବନ୍ଦ କରିବେ ନାହିଁ ବୋଲି ଜଣାପଡ଼ିଛି  ଆଗାମୀ ଦିନରେ ସେ ଆର୍ ମାଧବାନଙ୍କ ‘ରକେଟ୍’, ଆମିର ଖାନଙ୍କ ‘ଲାଲ୍ ସିଂହ ଚଡ୍ଡା’ ଏବଂ ରଣବୀର କପୁରଙ୍କ ‘ବ୍ରାହ୍ମାସ୍ତ୍ର’ରେ କେମିଓ କରୁଥିବା ନଜର ଆସିବେ  ।

ଏହା ବ୍ୟତିତ ଆଗାମୀ ବର୍ଷର ଶେଷ ଆଡ଼କୁ ସେ ସାଉଥ୍ ନିର୍ଦ୍ଦେଶକ ଏଟଲିଙ୍କ ଆକ୍ସନ ଫିଲ୍ମରେ ମଧ୍ୟ କାମ କରିବେ  । ତେବେ କେବଳ ଦେଖିବାକୁ ବାକି ରହିଲା ଶାହାରୁଖ ପ୍ଲଫ୍ ଫିଲ୍ମ ‘ଜିରୋ’ ପରେ କିପରି ସୁପରହିଟ୍ ବକ୍ସ ଅଫିସରେ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇପାରିବେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: