ଘରେ ତିଆରି କରନ୍ତୁ ହୋଟେଲ ଷ୍ଟାଇଲ ଚିଙ୍ଗୁଡ଼ି ମଲାଇ

ଘରେ ତିଆରି କରନ୍ତୁ ହୋଟେଲ ଷ୍ଟାଇଲ ଚିଙ୍ଗୁଡ଼ି ମଲାଇ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆମିଷ ପ୍ରିୟ ଲୋକଙ୍କ ପାଇଁ ନୂଆ ନୂଆ ଆଇଟମ କରିବା ଘରଣୀଙ୍କ ପାଇଁ କଷ୍ଟ ହୋଇଥାଏ। ଏହାସହ ଅତିଥି ଆସିଲେ ସେମାନଙ୍କ ପାଇଁ କିଛି ନୂଆ ଖାଦ୍ୟ ପ୍ରସ୍ତୁତ କରିବା ଚିନ୍ତା କରିଥାନ୍ତି। କେହି କେହି ଅତିଥି ଆସିଲେ ବାହାରୁ ଖାଦ୍ୟ ମଗାଇ ଥାଆନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ହୋଟେଲ ଷ୍ଟାଇଲର ଏକ ସୁସ୍ୱାଦୁ ଆମିଷ ଖାଦ୍ୟ ପ୍ରସ୍ତୁତ କରିବା ବିଷୟରେ କହିବୁ। ଏହି ଆଇଟମ ଟି ହେଉଛି ଚିଙ୍ଗୁଡ଼ି ମଲାଇ। ଏହା ଅତ୍ୟନ୍ତ ସ୍ଵାଦିଷ୍ଟ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା କିପରି ତିଆରି କରିବେ ଚିଙ୍ଗୁଡ଼ି ମଲାଇ।

ଆବଶ୍ୟକ ସାମଗ୍ରୀ:

ଚିଙ୍ଗୁଡି ୫୦୦ ଗ୍ରାମ , ପିଆଜ ୨ ରୁ ୩ଟି ଛୋଟ ଛୋଟ କଟା କିମ୍ବା ବଟା, ଅଦା ରସୁଣ ପେଷ୍ଟ,ଜିରା ଅଧା ଚାମଚ, ଲଙ୍କା, ନଡିଆ ରସ ୧ କପ୍, ସୋରିଷ ପେସ୍ଟ ୨ ଚାମଚ,ହଳଦୀ ଓ ଲୁଣ ଆବଶ୍ୟକତା ଅନୁସାରେ।ସୋରିଷ ତେଲ ଆବଶ୍ୟକ ଅନୁଯାୟୀ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଚିଙ୍ଗୁଡିକୁ ଭଲଭାବେ ବାଛି ଧୋଇ ସେଥିରେ ହଳଦୀ, ଲୁଣ ଓ ଅଳ୍ପ ସୋରିଷ ତେଲ ଦେଇ ଭଲକରି ଗୋଳାଇ ଦିଅନ୍ତୁ । ଏହାପରେ କଡାଇରେ ସୋରିଷ ତେଲ ଗରମ କରି ସେଥିରେ କଟା ହୋଇଥିବା ଲଙ୍କା ଏବଂ ଜିରା ପକାନ୍ତୁ। ଏହାପରେ କଟା ବା ବଟା ପିଆଜକୁ ପକାଇ ଭାଜନ୍ତୁ । ଏହାପରେ ପିଆଜ, ରସୁଣ, ଅଦା ଏବଂ ବଳକା ଲଙ୍କାର ଏକ ମିଶ୍ରଣ ପ୍ରସ୍ତୁତ କରି ସେଥିରେ ପକାଇ ୪ ରୁ ୫ ମିନିଟ୍ ପର୍ଯନ୍ତ ରାନ୍ଧନ୍ତୁ। ଏହାପରେ ସୋରିଷ ପେସ୍ଟ, ହଳଦୀ ଏବଂ ଲୁଣ ପକାଇ କମ୍ ଆଞ୍ଚରେ ୫ ମିନିଟ୍ ଗୋଳାନ୍ତୁ । ଏହାପରେ ନଡିଆ କ୍ଷୀର ପକାଇ ୨ ମିନିଟ୍ ଭଲଭାବେ ଫୁଟାନ୍ତୁ। ଏହାପରେ ଚିଙ୍ଗୁଡିକୁ ପକାଇ ଘୋଡାଇ ଦିଅନ୍ତୁ। ଏହାକୁ ୧୦ ମିନିଟ ପାଇଁ ଏହିପରି ଛାଡି ଦିଅନ୍ତୁ। ଏହାକୁ ସଜେଇବା ପାଇଁ ଆପଣ ଧନିଆ ପତ୍ରର ବ୍ୟବହାର କରିପାରିବେ। ଏବେ ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡ଼ି ମଲାଇ। ଆପଣ ଏହାକୁ ଗରମ୍ ଗରମ୍ ଭାତ, ରୁଟି ଓ ନାନ ସହିତ ଖାଇ ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: