ଯାତ୍ରୀଙ୍କୁ ମିଳିବ ସୁରକ୍ଷା କବଚ, ଦୁର୍ଘଟଣା ବେଳେ ଖବର ଦେବ ପାନିକ ବଟନ

ଯାତ୍ରୀଙ୍କୁ ମିଳିବ ସୁରକ୍ଷା କବଚ, ଦୁର୍ଘଟଣା ବେଳେ ଖବର ଦେବ ପାନିକ ବଟନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଯାତ୍ରୀଙ୍କୁ ମିଳିବ ସୁରକ୍ଷା କବଚ। ଗାଡିରେ ଲାଗିବ ପାନିକ ବଟନ ସହିତ ଟ୍ରାକିଂ ଡିଭାଇସ । ଗାଡ଼ିର ବେଗ ଠାରୁ ଆରମ୍ଭ କରି ପରମିଟ୍‌ ପର୍ଯ୍ୟନ୍ତ ସବୁକିଛି ଏହାଦ୍ବାରା ଜାଣିହେବ। ଭୁବନେଶ୍ୱରରେ ରହିବ ଏହାର କମାଣ୍ଡ କଣ୍ଟ୍ରୋଲ ରୁମ୍‌। ତିନି ଚକିଆ ଯାନକୁ ଛାଡି ଅନ୍ୟ ସମସ୍ତ ଯାତ୍ରୀବାହୀ ଓ ମାଲବାହୀ ଗାଡିରେ ରହିବ ଏହି ବ୍ୟବସ୍ଥା। ଦୁର୍ଘଟଣା ରୋକିବାକୁ ଏବଂ ନିର୍ଦ୍ଦିଷ୍ଟ ବେଗରେ ଯାଉଥିବା ଗାଡି ଉପରେ ଲଗାମ ଲଗେଇବାକୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଗାଡିରେ ବେଗ କେତେ ରହିଛି। ଗାଡି କେଉଁ ସ୍ଥାନରେ ଛିଡା ହୋଇଛି, ଗାଡ଼ି ଗନ୍ତବ୍ୟସ୍ଥଳରେ ପହଞ୍ଚିଲା କି ନାହିଁ ଏବଂ ପରମିଟ୍‌ ଅନୁଯାୟୀ ଗାଡ଼ି ଠିକ୍‌ ରୁଟ୍‌ରେ ଚାଲୁଛି କି ନାହିଁ। ଏଭଳି ଅନେକ ବିଷୟରେ ପ୍ୟାନିକ୍‌ ବଟନ ଓ ଟ୍ରାକିଂ ଡିଭାଇସ୍‌ ସହାୟତାରେ ଜଣାପଡିବ। କେନ୍ଦ୍ର ସରକାରଙ୍କ ସହାୟତାରେ ରାଜ୍ୟ ପ୍ରାଧିକରଣ ପକ୍ଷରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି। ତେବେ ୨୦୨୨ ଡିସେମ୍ବର ୩୧ ପୂର୍ବରୁ କିଣା ଯାଇଥିବା ଗାଡିଗୁଡିକ ପାଇଁ ଡେଡ୍‌ଲାଇନ୍‌ ଧାର୍ଯ୍ୟ କରାଯାଇଛି। ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଗାଡିରେ ଏହି ଡିଭାଇସ୍‌ ଲଗାଇବାକୁ ଚାଲକ ବାଧ୍ୟ ବୋଲି ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି।

ମେ ୧୯, ୨୦୧୯ରେ ପ୍ରଥମ ଏହି ଯନ୍ତ୍ରକୁ ବ୍ୟବହାର କରାଯାଇଥିଲା। ଇଣ୍ଡିଆନ ଅଟୋ କମ୍ପାନୀ (ଆଇଏସି) ଦ୍ୱାରା କେରଳରେ ପ୍ୟାନିକ୍ ବଟନ୍ ସହିତ ବାହନ ଲୋକେସନ- ଟ୍ରାକିଂ (VLT) ଉପକରଣର ଶୁଭାରମ୍ଭ କରାଯାଇଥିଲା। ଏହି ଡିଭାଇସରେ ଏକ ପ୍ୟାନିକ୍ ବଟନ୍ ରହିଛି ଯାହାକୁ କୌଣସି ଜରୁରୀକାଳୀନ ପରିସ୍ଥିତିରେ ପ୍ରେସ କରିପାରିବେ ବା ଚିପିଲେ ସିଧାସଳଖ ସରକାରୀ କର୍ତ୍ତୃପକ୍ଷଙ୍କ ନିକଟକୁ ଏକ ସୂଚନା ଯିବ ଯାହା ତୁରନ୍ତ ପଦକ୍ଷେପ ଗ୍ରହଣ କରିବାରେ ସହଯୋଗ କରିବ। ଏହି ଗ୍ୟାଜେଟ୍ ଟ୍ରକ ଏବଂ ବସରେ ମଧ୍ୟ ଲଗାଯିବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: