ପାକିସ୍ତାନ ପୂର୍ବତନ ପ୍ରଧାମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳିମାଡ, ଆତତାୟୀ ଅଟକ

ପାକିସ୍ତାନ ପୂର୍ବତନ ପ୍ରଧାମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳିମାଡ, ଆତତାୟୀ ଅଟକ

ପ୍ରିଜମ ନ୍ୟୁଜ ବ୍ୟୁରୋ:ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହରିକ-ଏ-ଇନସାଫ (ପିଟିଆଇ) ନେତା ଇମ୍ରାନ ଖାନଙ୍କୁ ଗୁଳିମାଡ। ଏଥିରେ ଇମ୍ରାନଙ୍କ ସମେତ ୬ ଜଣ ଆହତ ହୋଇଥିବା ଜଣା ପଡ଼ିଛି। ଏହାସହ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏହା ସ୍ପଷ୍ଟ ହୋଇନାହିଁ। ଏହି ଗୁଳିକାଣ୍ଡ ୱଜିରାବାଦ ଆଲ୍ଲା ହୋ ଚୌକ ନିକଟରେ ଘଟିଛି। ଖବର ଅନୁଯାୟୀ ଅଜ୍ଞାତ ଯୁବକ ଇମ୍ରାନ ଖାନଙ୍କ କଣ୍ଟୈନର ଉପରକୁ ଧୁଆଁଧାର ଗୁଳି ଚଳାଇଥିଲା। ଆକ୍ରମଣରୁ ଇମ୍ରାନ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ସେ ଗୁରୁତର ଆହତ ହୋଇଥିବା କୁହାଯାଇଛି। ଇମ୍ରାନଙ୍କ ସମେତ ଅନ୍ୟ ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି। ମାମଲାରେ ପୋଲିସ ଜଣକୁ ଅଟକ ରଖିଥିବା ଜଣାପଡିଛି।

ଗୁରୁବାର ପିଟିଆଇର ଆଜାଦୀ ମାର୍ଚ୍ଚ ସପ୍ତମ ଦିନରେ ପହଞ୍ଚିଥିବା ବେଳେ ଏହି ଗୁଳିକାଣ୍ଡ ହୋଇଥିଲା। ଏଥିରେ ଇମ୍ରାନଙ୍କ ଡାହାଣ ଗୋଡରେ ବ୍ୟାଣ୍ଡେଜ ବନ୍ଧାଯାଇଥିବା ଦେଖାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ ଇମ୍ରାନ ସରକାରଙ୍କ ବିରୋଧରେ ଲାହୋରରୁ ଇସ୍ଲାମାବାଦ ଆଜାଦୀ ମାର୍ଚ୍ଚରେ ବାହାରିଛନ୍ତି। ଫବାଦ ଚୌଧୁରୀଙ୍କ ଅନୁସାରେ ଇମ୍ରାନଙ୍କ କଣ୍ଟୈନର ଉପରକୁ ଏକେ-୪୭ରୁ ଗୁଳି କରାଯାଇଥିଲା। ଏହି ଗୁଳିକାଣ୍ଡ ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଆତତାୟୀ ହାତରେ ଏକେ-୪୭ ଧରି କଣ୍ଟୈନର ଉପରକୁ ଗୁଳି ଚଳାଉଥିବା ଦେଖାଯାଇଛି। ପୋଲିସ ଆତତାୟୀକୁ କାବୁ କରିବାରେ ସଫଳ ହୋଇଛି। ତେବେ ଏଥିରେ କାହାର ନାହିଁ ଯୁବକ ଜଣକ ନିଜ ବ୍ୟକ୍ତିଗତ କାରଣ ପାଇଁ ଏଭଳି କରିଥିବାର କହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: