ଅନ୍ତବସ୍ତ୍ର ନପିନ୍ଧି ବିମାନରେ ଯାଇପାରିବେନିି କ୍ୟାବିନ୍ କ୍ରିୟୁ

ଅନ୍ତବସ୍ତ୍ର ନପିନ୍ଧି ବିମାନରେ ଯାଇପାରିବେନିି କ୍ୟାବିନ୍ କ୍ରିୟୁ

ପ୍ରିଜମ ନ୍ୟୁଜ ବ୍ୟୁରୋ:ପାକିସ୍ତାନ ଅନେକ ସମୟରେ ତାର ଅଜବ ତଥା ମୂର୍ଖାମି ନୀତିନିୟମ ପାଇଁ ଚର୍ଚ୍ଚାରେ ରହିଥାଏ। ତେବେ ଏବେ ସେମିତି ଏକ ଅଜବ ନିୟମ ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ (PIA)ପକ୍ଷରୁ ଜାରି କରାଯାଇଛି। ଏହି ନିୟମ ତାର କ୍ୟାବିନ୍ କ୍ରିୟୁ ସଦସ୍ୟଙ୍କ ପାଇଁ ଉଦ୍ଧିଷ୍ଟ। ମିଡିଆ ରିପୋର୍ଟ ଅନୁସାରେ, PIA ଦ୍ୱାରା ଜାରି ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଏହାର କ୍ରିୟୁ ମେମ୍ବରମାନେ ନିଜର ପୋଷାକକୁ ନେଇ ଯତ୍ନବାନ ହେବେ ବିଶେଷ କରି ଅନ୍ତବସ୍ତ୍ର ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏବଂ ସଠିକ୍ ଅନ୍ତବସ୍ତ୍ର ପିନ୍ଧିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କ୍ରିୟୁଙ୍କର ଅଶାଳୀନ ପୋଷାକ ପିନ୍ଧିବା ଶୈଳୀ ଯୋଗୁଁ ସଂସ୍ଥାର ଇମେଜ ଖରାପ ହେଉଥିବା PIA କହିଛି। ଏୟାରଲାଇନର କ୍ରିୟୁଙ୍କ ପୋଷାକକୁ ନେଇ କ୍ଷୁବ୍ଧ ହୋଇଛି ପାକିସ୍ତାନ ଏୟାରଲାଇନ। କେବଳ ଡ୍ୟୁଟି ସମୟରେ ନୁହଁ ବରଂ ବାହାରେ ମଧ୍ୟ କ୍ରିୟୁଙ୍କୁ ଏହି ନିୟମ ପାଳନ କରିବାକୁ ପଡିବ। ତେବେ ଏହା ଉଭୟ ପୁରୁଷ ଓ ମହିଳା କ୍ରିୟୁଙ୍କ ପାଇଁ ଲାଗୁ ହେବ।

PIA ଦାବି କରିଛି ଯେ, ଏୟାର ଆଟେଣ୍ଡାଣ୍ଟଙ୍କ ଅଶାଳୀନ ପୋଷାକ ପାଇଁ ଏୟାରଲାଇନ ଉପରେ ଖାରପ ପ୍ରଭାବ ପକାଉଛି। ଏହା ବ୍ୟତୀତ ଲୋକଙ୍କ ମଧ୍ୟରେ ଏକ ନକରାତ୍ମକ ଛାପ ମଧ୍ୟ ଛାଡୁଛନ୍ତି ସେମାନେ। କର୍ମଚାରୀଙ୍କ ପାଇଁ ଜାରି ନିର୍ଦ୍ଦେଶନାମାନ ନେଇ PIAର ମହାନିର୍ଦ୍ଦେଶକ ଆମିର ବାସିର କହିଛନ୍ତି, “ଦେଖାଯାଉଛି ଯେ କିଛି କ୍ୟାବିନ କ୍ରିୟୁ ମେମ୍ବର ଟ୍ରାଭେଲିଂ, ହୋଟେଲରେ ରହିବା ତଥା ଅନ୍ୟ କୌଣସି ସ୍ଥାନରେ ବୁଲିବା ବେଳେ କାଜୁଆଲ ଡ୍ରେସ ପିନ୍ଧୁଛନ୍ତି। ଫଳରେ ଦେଖଣାହାରୀଙ୍କ ଉପରେ ତାହାର ଖରାପ ପ୍ରଭାବ ପଡୁଛି ଓ ଏକ ନକରାତ୍ମକ ଛବି ମଧ୍ୟ ସୃଷ୍ଟି ହେଉଛି। ତେବେ ଏହା କେବଳ ବ୍ୟକ୍ତି ନୁହଁ ଅନୁଷ୍ଠାନ ପାଇଁ ମଧ୍ୟ ଖରାପ।” ତବେ କ୍ରିୟୁଙ୍କୁ ଉପଯୁକ୍ତ ଫର୍ମାଲ ପୋଷାକ ସହ ଉପଯୁକ୍ତ ଅନ୍ତ୍ରବସ୍ତ୍ର ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯିବା ସହ ସୃଜନଶୀଳ ପୋଷାକ ପରିଧାନ କରିବା ପାକିସ୍ତାନର ସଂସ୍କୃତି ଓ ଜାତୀୟ ନୈତିକତା ବୋଲି କହିଛନ୍ତି।

କେବଳ ଏତିକି ନୁହଁ କ୍ୟାବିନ କ୍ରିୟୁଙ୍କ ଉପରେ ୨୪ ଘଣ୍ଟା ନଜର ରଖାଯିବ। ଏଥିପାଇଁ ଗ୍ରୁମିଂ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରୁମିଂ କର୍ମଚାରୀମାନେ କ୍ୟାବିନ କ୍ରିୟୁଙ୍କ ଉପରେ ସବୁବେଳେ ନଜର ରଖିବେ। ଯଦି କେହି ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ସେମାନେ ସେହି ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବେ। PIA ହେଉଛି ପାକିସ୍ତାନର ଜାତୀୟ ଏୟାରଲାଇନ। ଏହା ସରକାରଙ୍କ ବିମାନ ଚଳାଚଳ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ହୋଇଥାଏ। PIA ପାକିସ୍ତାନରେ ଘରୋଇ ଓ ଅନ୍ତର୍ଜାତୀୟ ସେବା ପ୍ରଦାନ କରିଥାଏ।ତେବେ ଏହା ପ୍ରଥମ ନୁହେଁ ୨୦୧୯ରେ କ୍ୟାବିନ କ୍ରିୟୁଙ୍କୁ ଓଜନ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇ PIA ଚର୍ଚ୍ଚାକୁ ଆସିଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: