ଲୋକପ୍ରିୟ ଜଗନ୍ନାଥଙ୍କ ପ୍ରବଚକ ପଦ୍ମଶ୍ରୀ ରଜତ କରଙ୍କ ପରଲୋକ

ଲୋକପ୍ରିୟ ଜଗନ୍ନାଥଙ୍କ ପ୍ରବଚକ ପଦ୍ମଶ୍ରୀ ରଜତ କରଙ୍କ ପରଲୋକ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବିଶିଷ୍ଟ ଲେଖକ ତଥା ପ୍ରବଚକ ପଦ୍ମଶ୍ରୀ ରଜତ କରଙ୍କ ରବିବାର ପରଲୋକ ଘଟିଛି । ଏକ ଘରୋଇ ହସ୍ପିଟାଲରେ ୮୮ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଜଗନ୍ନାଥ ସଂସ୍କୃତି ପ୍ରବଚକ ଭାବେ ସେ ଜନମାନସରେ ପରିଚିତ । ପଦ୍ମଶ୍ରୀ କରଙ୍କ ପୁଅ ରଞ୍ଜିତ୍ କର ପିତାଙ୍କ ମୃତ୍ୟୁ ଖବର ଦେଇଛନ୍ତି । ରଜତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।ଜଗନ୍ନାଥ ସଂସ୍କୃତି ଗବେଷକ ଭାବେ ଅଗାଧ ପାଣ୍ଡିତ୍ୟ ସହ ଘୋଷଯାତ୍ରା ଧାରା ବିବରଣୀ ପ୍ରଦାନ କରି ସେ କୋଟି ଓଡ଼ିଆଙ୍କ ଲୋକପ୍ରିୟ ପ୍ରବଚକ ଭାବେ ହୃଦୟ କିଣିଥିଲେ ।

ଶ୍ରୀ କରଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି । ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱର୍ଗତ ରଜତ କର ଓଡ଼ିଆ ସାରସ୍ୱତ ଜଗତକୁ ବହୁ ଭାବରେ ସମୃଦ୍ଧ କରିଯାଇଛନ୍ତି ।ଭଞ୍ଜ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା । ଓଡ଼ିଆ ସଂସ୍କୃତି ଓ ପରମ୍ପରା ବିଶେଷ କରି ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ରେ ତାଙ୍କର ଅବଦାନ ପାଇଁ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ ।ତାଙ୍କ ବିୟୋଗରେ ଓଡିଶା ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୋକ ସନ୍ତପ୍ତ ପରିବାର କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକ ଗତ ଆତ୍ମାର ସଦଗତି କାମନା କରିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: