ମୋବାଇଲ-ଲ୍ୟାପଟପ୍ ମଣିଷକୁ କରୁଛି ଅଳ୍ପାୟୁ

ମୋବାଇଲ-ଲ୍ୟାପଟପ୍ ମଣିଷକୁ କରୁଛି ଅଳ୍ପାୟୁ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଦୈନନ୍ଦିନ ଜୀବନରେ ଇଲୋକ୍ଟ୍ରୋନିକ୍ସ ଉପକରଣର ବ୍ୟବହାର ମଣିଷ ଜୀବନ ଯେତିକି ସହଜ କରିଛି ତାଠୁ ଅଧିକ କ୍ଷତିକରୁଛି । ମୋବାଇଲ ଫୋନ ଠାରୁ ଆରମ୍ଭ କରି ଲାପଟପ ଏବଂ ଟ୍ୟାବ ଆଦି ଉପକରଣ ଅଧିକ ସମୟ ବ୍ୟବହାର କରିବା ଦ୍ୱାରା ମେଦବହୁଳତା ତଥା ମାନସିକ ସମସ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ଆଶଙ୍କା ରହିଛି। ଏହାସହ ଯୌନ କ୍ଷମତା ମଧ୍ୟ ହ୍ରାସ କରୁଛି। ଏହି ଉପକରଣଗୁଡ଼ିକରୁ ବାହାରୁଥିବା ବ୍ଲୁ ରେଜ୍ ମଣିଷର ମୌଳିକ ଜୈବିକ କାର୍ଯ୍ୟ ଉପରେ ପ୍ରଭାବ ପକାଉଛି। ଏନେଇ ହୋଇଥିବା ଏକ ଗବେଷଣା ଏଭଳି ସତ୍ୟତା ଜଣା ପଡିଛି।

ମେଡିକାଲ ଜର୍ନାଲ ଫ୍ରଣ୍ଟିଅର୍ସ ଇନ ଏଜିଙ୍ଗରେ ଏହି ଗବେଷଣା ରିପୋର୍ଟ ପ୍ରକାଶ ପାଇଥିଲା। ଏହି ଅଧ୍ୟୟନ ମାଛିମାନଙ୍କ ଉପରେ କରାଯାଇଥିଲା। ଅଧ୍ୟୟନ ଅନୁଯାୟୀ, ଟିଭି, ଲାପଟପ ଏବଂ ଫୋନ ଭଳି ଦୈନନ୍ଦିନ ବ୍ୟବହୃତ ହେଉଥିବା ଉପକରଣର ପରଦାରୁ ନିର୍ଗତ ନୀଳ ଆଲୋକର ଅତ୍ୟଧିକ ସଂସ୍ପର୍ଶରେ ଆସିବା ଯୋଗୁ ଚର୍ମ ଏବଂ ନ୍ୟୁରନ ଉପରେ ପ୍ରଭାବ ପଡିଥାଏ। ଏହା ଶରୀରୀ ଜୀବକୋଷ ଉପରେ ମଧ୍ୟ କ୍ଷତିକାରକ ପ୍ରଭାବ ପକାଇବାର ଆଶଙ୍କା ବଢାଇ ଥାଏ।ଅତ୍ୟଧିକ ନୀଳ ଆଲୋକର ସଂସ୍ପର୍ଶରୁ ଦୂରେଇ ରହିବା ଏକ ଭଲ ଆଣ୍ଟି-ଏଜିଂ ଉପାୟ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଗବେଷକମାନେ କହିଛନ୍ତି ଯେ ଏହି ନୀଳ ଆଲୋକରେ ରହୁଥିବା ମାଛିମାନେ ଅନ୍ଧକାରରେ ଥିବା ମାଛିଙ୍କ ତୁଳନାରେ କମ ଦିନ ବଞ୍ଚନ୍ତି।ଆମେରିକାର ଓରେଗନ ଷ୍ଟେଟ ୟୁନିଭରସିଟିର ଇଣ୍ଟିଗ୍ରେଟିଭ ବାୟୋଲୋଜି ବିଭାଗର ପ୍ରଫେସର ଡକ୍ଟର ଜାଦୱିଗା ଗିବଲ୍ଟୋଭିକ ସୂଚନା ଦେଇଛନ୍ତି ଯେ ଏହା ପ୍ରଥମ ଥର ପାଇଁ ଦେଖାଯାଇଛି ଯେ ଶରୀରର ଜୀବ କୋଷଗୁଡ଼ିକ ସଠିକ ଭାବରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦିଷ୍ଟ ମେଟାବୋଲାଇଟ ଆବଶ୍ୟକ କରେ। କିନ୍ତୁ ବ୍ଲୁ ରେଜ ପ୍ରଭାବରେ ଜୀବକୋଷର କାର୍ଯ୍ୟ ପ୍ରଭାବିତ ହୁଏ। ନ୍ୟୁରନ ମଧ୍ୟରେ ଯୋଗାଯୋଗ ପାଇଁ ଦାୟୀ ଅଣୁଗୁଡ଼ିକ, ଯେପରିକି ଗ୍ଲୁଟାମେଟ ପ୍ରଭାବିତ ହୋଇଥାଏ। ଫଳରେ ଜୀବ କୋଷଗୁଡ଼ିକୁ ଏକ ଉପ-ସ୍ତରରେ କାର୍ଯ୍ୟ କରିଥାଏ। ଏହା ଦ୍ୱାରା ଅଳ୍ପ ବୟସରେ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ।

ବାସ୍ତବରେ, ଫୋନ, ଡେସ୍କଟପ ଏବଂ ଟିଭି ପରି ଏଲଇଡି ଡିସପ୍ଲେ ସ୍କ୍ରିନରୁ ନୀଳ ଆଲୋକ ବିଚ୍ଛୁରିତ ହୋଇଥାଏ। ଯେହେତୁ ମାଛି ଏବଂ ମଣିଷର କୋଷରେ ସିଗନାଲ ରାସାୟନିକ ପଦାର୍ଥ ସମାନ। ତେଣୁ ମଣିଷ ଉପରେ ନୀଳ ଆଲୋକର ନକାରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି ବୋଲି ରିପୋର୍ଟରେ କୁହାଯାଇଛି। ବ୍ଲୁ ରେଜ ଆଖି, ହୃଦୟ, ମସ୍ତିସ୍କ ସହ ଚରମ ରୋଗ ମଧ୍ୟ ବଢାଇ ଥାଏ। ଆଉ ଏକ ଗବେଷଣାରୁ ଜଣାଯାଏ ଯେ, ଏହି ବ୍ଲୁ ରେଜ ପୁରୁଷମାନଙ୍କ ଶୁକ୍ରାଣୁ ପ୍ରଭାବିତ କରିବା ସହ ନପୁଂସକ କରୁଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: