ନେତାଜୀ ଟର୍ମିନାଲ ବାଟ ଫିଟିଲା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କଟକରେ ନେତାଜୀ ବସ ଟର୍ମିନାଲକୁ ଅନୁମତି ଦେଲେ ହାଇକୋର୍ଟ। ଖାନନଗରରେ ବସ ଟର୍ମିନାଲ ନେଇ ହୋଇଥିବା ଜନସ୍ୱାର୍ଥ ମାମଲା ହାଇକୋର୍ଟ ଖାରଜ କରିଛନ୍ତି। ଏହା ରାଜ୍ୟ ସରକାରଙ୍କ ପଲିସି ନିଷ୍ପତ୍ତି ହୋଇଥିବାରୁ ଏଥିରେ ହସ୍ତକ୍ଷେପ କରିବାକୁ କୋର୍ଟ ମନା କରିଛନ୍ତି। ଫଳରେ ଅନ୍ତରୀଣ ସ୍ଥିତାବସ୍ଥାକୁ ହାଇକୋର୍ଟ ପ୍ରତ୍ୟାହାର କରିଛନ୍ତି। ତେବେ ଟର୍ମିନାଲକୁ ନେଇ ତିନିଟି ମାମଲା ଦାୟର ହୋଇଥିଲା। ତନ୍ମଧ୍ୟରୁ ୨ଟି ଖାରଜ ହୋଇଛି। ଶ୍ମଶାନ କାଳୀ ସମ୍ପତ୍ତି ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧୭କୁ ଧାର୍ଯ୍ୟ ହୋଇଛି। ବସ ଟର୍ମିନାଲ ତିଆରି ହେଲେ ସୃଷ୍ଟି ହେବାକୁ ଥିବା ବିଭିନ୍ନ ସମସ୍ୟା ଦର୍ଶାଇ ଆବେଦନକାରୀ ହାଇକୋର୍ଟରେ ମାମଲା ଦାୟର କରିଥିଲେ।

%d bloggers like this: