ଆଉ ଗୋଟିଏ ଦିନ ନଥାନ୍ତା!

ଆଉ ଗୋଟିଏ ଦିନ ନଥାନ୍ତା!

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆଉ ଗୋଟିଏ ଦିନ ନଥାନ୍ତା! ଆମେ ଫୋନରେ କଥା ହୋଇଥାନ୍ତା। ବହୁତ ଜଲ୍ଦି ଚାଲିଗଲା। ରେଷ୍ଟ ଇନ ପିସ ଆଣ୍ଡ୍ର୍ୟୁ। ମୁଁ ଭାଙ୍ଗି ପଡ଼ିଛି। ମୁଁ ସର୍ବଦା ତୁମକୁ ଭଲପାଏ ମୋ ଭାଇ। ଭାବବିହ୍ୱଳ ହୋଇ ଏଭଳି କିଛି ଲେଖି ଏକ ଚିଠିକୁ ଭଉଣୀ ଲୁଇସ ଆକ୍ସିଡେଣ୍ଟ ସାଇଟ୍ ରେ ରଖିଛନ୍ତି।

ସୂଚନାନୁସାରେ, ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରିୟୁ ସାଇମଣ୍ଡସଙ୍କର କାର ଦୁର୍ଘଟଣାରେ ୪୬ ବର୍ଷ ବୟସରେ ପରଲୋକ ହୋଇଛି । ଶନିବାର ରାତିରେ ଟାଉନସଭିଲେରେ ଏହି ଦୁର୍ଘଟଣା ଘଟିଥିଲା। ପୋଲିସର ସୂଚନା ଅନୁଯାୟୀ, ସାଇମଣ୍ଡସଙ୍କୁ ବଞ୍ଚାଇବାକୁ ସତ ଚେଷ୍ଟା କରାଯାଇଥିଲେ ବି ଏହା ସଫଳ ହୋଇନଥିଲା।

ସାଇମଣ୍ଡସଙ୍କ କ୍ୟାରିୟରରେ ସେ ୧୯୮ ୱାନ ଡେ’ ମ୍ୟାଚରେ ୫୦୮୮ ରନ କରିଥିଲେ । ଏହି ଫର୍ମାଟକୁ ସେ ଅଲରାଉଣ୍ଡ ଫର୍ମାଟ କରି ୧୩୩ ରନ ନେଇଥିଲେ । ସେ ୨୬ଟି ଟେଷ୍ଟ ମ୍ୟାଚରେ ୧୪୬୨ରନ ସହ ୨୪ ୱିକେଟ ନିଜ ନାମରେ କରିପାରିଥିଲେ । ସାଇମଣ୍ଡସ ୧୪ଟି ଟି୨୦ ମ୍ୟାଚ ବି ଖେଳିଥିଲେ ।କ୍ରିକେଟରେ ନିଜର ଭଲ କ୍ୟାରିୟର ସହ ବିବାଦରେ ବି ଫସିଛନ୍ତି ସାଇମଣ୍ଡସ୍ । ୨୦୦୭-୦୮ରେ ସାଇମଣ୍ଡସ ଓ ହରଭଜନ ସିଂଙ୍କ ମଧ୍ୟରେ ହୋଇଥିବା ବିବାଦ ଆଜିବି ଖେଳ ପ୍ରେମୀଙ୍କ ମନରେ ରହିଛି । ଏହି ମାମଲାକୁ ମଙ୍କିଗେଟ ବି କୁହାଯାଏ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: