ଏମିତି କରିଥିଲେ ଏଲନ ମସ୍କ…

ଏମିତି କରିଥିଲେ ଏଲନ ମସ୍କ…

ପ୍ରିଜମ ନ୍ୟୁଜ ବ୍ୟୁରୋ: ବିଶ୍ୱର ୧ନଂ ଧନୀ ତଥା ସ୍ପେଶଏକ୍ସ ଓ ଟେସଲାର ସିଇଓ ଏଲନ ମସ୍କଙ୍କୁ ନେଇ ଆସିଛି ସାଂଘାତିକ ରିପୋର୍ଟ। ବର୍ତ୍ତମାନ ଟ୍ୱିଟର ଡିଲ୍‌କୁ ନେଇ ବିବାଦରେ ଥିବା ମସ୍କ ଏକଦା ଯୌନ ନିର୍ଯାତନା ଭଳି ଜଘନ୍ୟକାଣ୍ଡରେ ଫସିଥିଲେ। ୨୦୧୬ରେ ତାଙ୍କରି କମ୍ପାନୀର ଗୋଟିଏ ବିମାନ ଭିତରେ ମସାଜ ପାଇଁ ଡାକି ସେ ଜଣେ ଏୟାର ହୋଷ୍ଟେସଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ତେବେ ଏହି ଘଟଣା ସମ୍ପର୍କରେ ମୁହଁ ନ ଖୋଲିବାକୁ ମସ୍କଙ୍କ କମ୍ପାନୀ ସ୍ପେଶ ଏକ୍ସ ଉକ୍ତ ମହିଳାଙ୍କୁ ୨୦୧୮ରେ ୨,୫୦,୦୦୦ ଡଲାର ଦେଇ ମାମଲା ରଫଦଫା କରିଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣଙ୍କ ମସ୍କଙ୍କ କର୍ପୋରେଟ ଜେଟ ଫ୍ଲିଟ ସ୍ପେଶ ଏକ୍ସରେ ଠିକା ଭିତ୍ତିରେ ନିଯୁକ୍ତି ପାଇଥିଲେ। ୨୦୧୬ରେ ମସ୍କ ଯେଉଁ ବିମାନରେ ଯାଉଥିଲେ ଉକ୍ତ ମହିଳା ସେଥିରେ କାମ କରୁଥିଲେ। ହଠାତ୍‌ ମସ୍କ ତାଙ୍କୁ ମସାଜ ପାଇଁ ଡାକି ଅଶ୍ଳୀଳ ବ୍ୟବହାର କରିବା ସହ ତାଙ୍କ ଗୋଡ଼କୁ ବିନା ଅନୁମତିରେ ସ୍ପର୍ଶ କରିଥିଲେ। ଏଥିସହ ମସ୍କ ଉକ୍ତ ଏୟାର ହୋଷ୍ଟେସଙ୍କୁ ଇରୋଟିକ ମସାଜ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ ।

ମହିଳା ଜଣଙ୍କ ଏନେଇ ଅଭିଯୋଗ କରିବା ପରେ କେହି ବି ବିଶ୍ୱାସ କରି ନଥିଲେ। କିନ୍ତୁ ତାଙ୍କର ଜଣେ ବନ୍ଧୁ ପୂରା ଘଟଣାରେ ସାକ୍ଷୀ ପଡ଼ିବା ସହ କମ୍ପାନୀକୁ ମସ୍କଙ୍କ ବିରୋଧରେ ଅବଗତ କରାଇଥିଲେ। ମହିଳା ଜଣଙ୍କ ତାଙ୍କ ବନ୍ଧୁଙ୍କୁ କହିଥିଲେ ଯେ ସେ ମସ୍କଙ୍କ କମ୍ପାନୀରେ ଆଟେଣ୍ଡାଣ୍ଟ ଚାକିରି ପାଇଥିଲେ। ଏହାପରେ ତାଙ୍କୁ ମସାଜ ପାଇଁ ବିମାନରେ ଲାଇସେନ୍ସ ମିଳିଥିଲା। ଏହାଦ୍ୱାରା ସେ ମସ୍କଙ୍କ ମସାଜ କରିପାରିବେ। ଏପରି ଏକ ମସାଜ ସମୟରେ ଘଟିଥିଲା ଅଘଟଣ। Gulfstream G650ER ବିମାନର କ୍ୟାବିନରେ ମସ୍କ ରହିଥିବା ବେଳେ ମସାଜ ପାଇଁ ଉକ୍ତ ମହିଳାଙ୍କୁ ଡାକିଥିଲେ। ବିମାନ ଚାଲୁଥିବା ବେଳେ ମସ୍କ ଫୁଲ ବଡି ମସାଜ କରିବାକୁ ମହିଳାଙ୍କୁ କହିଥିଲେ। ମହିଳା ଜଣଙ୍କ ଯେତେବେଳେ ରୁମ ଭିତରକୁ ପଶିଥିଲେ ସେତେବେଳେ ମସ୍କ କେବଳ ଗୋଟିଏ କପଡ଼ା ପିନ୍ଧି ଉଲଗ୍ନ ଅବସ୍ଥାରେ ଶୋଇଥିଲେ।ମହିଳା ଜଣଙ୍କ ତଥାପି ସାହସ କରି ମସ୍କଙ୍କ ପାଖରେ ପହଞ୍ଚିଥିଲେ ଓ ତାଙ୍କୁ ମସାଜ କରିଥିଲେ। ମସାଜ ବେଳେ ମସ୍କ ତାଙ୍କୁ ଅଶ୍ଳୀଳ ଭାବେ ସ୍ପର୍ଶ କରିବା ସହ ଅଙ୍ଗ ପ୍ରଦର୍ଶନ କରିଥିଲେ। ଏଥିସହ ଅଧିକ କିଛି କଲେ ମସ୍କ ସେହି ମହିଳାଙ୍କ ପାଇଁ ଗୋଟିଏ ଘୋଡ଼ା କିଣି ଦେବାର ପ୍ରସ୍ତାବ ଦେଇଥିଲେ। କିନ୍ତୁ ମହିଳା ଜଣଙ୍କ ଏଥିରେ ଡରି ଯାଇ ସେଠାରୁ ଚାଲି ଆସିଥିବା ତାଙ୍କ ବନ୍ଧୁଙ୍କୁ ଜଣାଇଥିଲେ।

ଏ ସମ୍ପର୍କରେ ଗୋଟିଏ ଘୋଷଣାପତ୍ର ମଧ୍ୟ ମହିଳା ଜଣଙ୍କ ଦେଇଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ଏହାକୁ ନେଇ ଦୁଇ ବର୍ଷ ବିବାଦ ଲାଗି ରହିଥିଲା। ଶେଷରେ ମୁହଁ ନଖୋଲିବାକୁ ସ୍ପେଶ ଏକ୍ସ ଉକ୍ତ ମହିଳାଙ୍କୁ ୨,୫୦,୦୦୦ ଡଲାର ଦେଇଥିବା ବିଜନେସ ଇନସାଇଡରରେ ରିପୋର୍ଟ ପ୍ରକାଶ ପାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: