ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କଲା ଓଡ଼ିଶା, ଦେଖନ୍ତୁ କେଉଁ ରାଜ୍ୟ କେତେ ମାମଲା…

ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କଲା ଓଡ଼ିଶା, ଦେଖନ୍ତୁ କେଉଁ ରାଜ୍ୟ କେତେ ମାମଲା…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ମହାମାରୀ କରୋନାକୁ ନେଇ ଦେଶବାସୀ ଚିନ୍ତିତ ଥିବା ବେଳେ ବ୍ଲାକ୍ ଫଙ୍ଗସ୍ ସମସ୍ୟା ଆହୁରି ବଢ଼ାଇ ଦେଇଛି । ଏହି ନୂତନ ସଂକ୍ରମଣକୁ ନେଇ ସରକାର ମଧ୍ୟ ଚିନ୍ତାରେ ।  ୟୁପି-ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ, ଓଡ଼ିଶା ସମେତ ଦେଶର ଅନେକ ରାଜ୍ୟରେ ବହୁ ଲୋକେ ବ୍ଲାକ୍ ଫଙ୍ଗସର ଶିକାର ହେଉଥିବା ଦେଖିବାକୁ ମିଳୁଛି।

ତେଲେଙ୍ଗାନା ଏବଂ ରାଜସ୍ଥାନ ପରେ ପରେ ଓଡ଼ିଶା ମଧ୍ୟ ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କରିଛି। ମହାମାରୀ ଅଧିନିୟମ ୧୮୯୭ ଅନୁସାରେ ଓଡ଼ିଶା ଏହାକୁ ମହାମାରୀ ଘୋଷଣା କରିଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି ।  ଓଡ଼ିଶାରେ ଏ ପର୍ଯ୍ୟନ୍ତ ୧୧ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛି। ଭୁବନେଶ୍ୱରରେ ସମସ୍ତ ରୋଗୀଙ୍କ ଚିକିତ୍ସା ଚାଲିଛି ।

ସେହିପରି କରୋନାରେ ସର୍ବାଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ବ୍ଲାକ୍ ଫଙ୍ଗସ୍ ମାମଲା ଅଧିକ ରହିଛି । ରାଜ୍ୟରେ ପ୍ରାୟ ୧୫୦୦ଟି ମାମଲା ଚିହ୍ନଟ ହୋଇଛି । ୮୫୦ ଜଣ ଜଣ ଚିକିତ୍ସିତ ହେଉଥିବା ବେଳେ ୫୦୦ ଲୋକ ଆରୋଗ୍ୟ ଲାଭ କରିଥିବା ସୂଚନା ମିଳିଛି ।
      ରାଜସ୍ଥାନରେ ପ୍ରାୟ ୧୦୦ଟି ବ୍ଲାକ୍ ଫଙ୍ଗସ୍ ମାମଲା ଚିହ୍ନଟ ହୋଇଥିବା ବେଳେ ରାଜ୍ୟ ସରକାର ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ପ୍ରୋଟୋକଲ ଅନୁଯାୟୀ ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି । କିନ୍ତୁ ଅନିଶ୍ଚିତ ତଥ୍ୟ ଅନୁଯାୟୀ ଏଠାରେ ୭୦୦ରୁ ଅଧିକ ରୋଗୀ ବ୍ଲକ୍ ଫଙ୍ଗସର ଶିକାର ହୋଇଛନ୍ତି ।

   ଉତ୍ତରପ୍ରଦେଶରେ ୨୫୦ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ସବୁଠାରୁ ଅଧିକ ମାମଲା ରାଜଧାନୀ ଲକ୍ଷ୍ନୌରୁ ଆସିଛି । ଏଠାରେ ୭୩ ଜଣ ବ୍ଲାକ୍ ଫଙ୍ଗସର ଶିକାର ହୋଇଥିବା ବେଳେ ୭ ଜଣ ପ୍ରାଣ ହରାଇଛନ୍ତି ।


  ବିହାରରେ ପାଖାପାଖି ୧୧୦ଟି ମାମଲା ଚିହ୍ନଟ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । IGIMSରେ ଏ ପର୍ଯ୍ୟନ୍ତ ୧୦ଜଣ ଏବଂ ପାଟନା AIIMSରେ ୧୫ ଜଣଙ୍କର ରୋଗୀଙ୍କ ଅପରେସନ୍ ହୋଇଛି ।

   ଦିଲ୍ଲୀରେ ପ୍ରାୟ ୨୦୦ଟି ବ୍ଲାକ୍ ଫଙ୍ଗସ୍ ମାମଲା ଚିହ୍ନଟ ହୋଇଛି । ଦିଲ୍ଲୀ AIIMSରେ ୬୧ ଏବଂ  ଶ୍ରୀ ଗଙ୍ଗାରାମ ହସ୍ପିଟାଲରେ ୬୯ ରୋଗୀ ଚିକିତ୍ସିତ ହେଉଛନ୍ତି। ଏହା ଦୁଇ ହସ୍ପିଟାଲ ବ୍ୟାତିତ ମ୍ୟାକ୍ସ ଏବଂ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ ବ୍ଲାକ୍ ଫଙ୍ଗସର ଅନେକ ରୋଗୀ ଚିକିତ୍ସିତ ହେଉଛନ୍ତି । ରୋଗକୁ ରୋକିବା ଏବଂ ଯଥାଶୀଘ୍ର ଏହି ରୋଗରେ ପୀଡିତ ଲୋକଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ଏକ ବୈଠକ କରି କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର ।

   ହରିୟାଣାରେ ଏ ପର୍ଯ୍ୟନ୍ତ ୨୦୦ରୁ ଅଧିକ ବ୍ଲାକ୍ ଫଙ୍ଗସ୍ ମାମଲା ଚିହ୍ନଟ ହୋଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରାୟ ୨୫ ରୋଗୀଙ୍କ ମୃତ୍ୟୁ ଘଟିଛି । ଏବେ ବି ଅନେକ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।

ମଧ୍ୟପ୍ରଦେଶରେ ପାଖାପାଖି ୬୦୦ ଶହ ମାମଲା ଟିହ୍ନଟ ହୋଇଛି ।  କୋଭିଡ –୧୯ରେ ଚିକିତ୍ସିତ କିମ୍ବା ଆରୋଗ୍ୟ ହୋଇଥିବା ୫୮୫ ଜଣଙ୍କଠାରେ ଏହି ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ଦେଖିବାକୁ ମିଳିଛି। ଦ୍ବାରା ପ୍ରାଥମିକ ସ୍ତରରେ ବ୍ଲାକ୍ ଫଙ୍ଗସ୍ ରୋଗ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାର କୋଭିଡ ରୋଗୀଙ୍କ ନାଜାଲ୍ ଏଣ୍ଡୋସ୍କୋପି ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଛତିଶଗଡ଼ରେ ୧୦୦ରେ ପହଞ୍ଚିଛି ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ୯୨ ରୋଗୀଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି AIIMSରେ ସର୍ବାଧିକ ୬୯ ରୋଗୀ ଭର୍ତ୍ତି ହୋଇଛନ୍ତି ଏଥିମଧ୍ୟରୁ ୧୯ ଜଣଙ୍କଅପରେସନ୍ କରାଯାଇଛି।


ଉତ୍ତରାଖଣ୍ଡରେ ୪୦ରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ୨ ଜଣ ପ୍ରାଣ ହରାଇଛନ୍ତି । ଋଷିକେଶ AIIMSରେ ରୋଗୀଙ୍କ ଚିକିତ୍ସା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ଇଞ୍ଜେକ୍ସନ ଠାରୁ ଆରମ୍ଭ କରି ବ୍ୟବହୃତ ମେଡିସିନ୍ ପର୍ଯ୍ୟନ୍ତ ସରକାର ସମସ୍ତ ବ୍ୟବସ୍ଥା କରିବେ।

ବୋଲି ରାଜ୍ୟ ସରକାର SOP ଜାରି କରିଛନ୍ତି ।

ଝାଡ଼ଖଣ୍ଡରେ ୩୦ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ତେବେ ବ୍ଲାକ୍ ଫଙ୍ଗସ୍ ସମ୍ପର୍କିତ ସମସ୍ତ ମାମଲାର ରିପୋର୍ଟ ଦେବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: