ନର୍ଥ କ୍ୟାମ୍ପସରେ ଏକାଠି ହେଲେ ପ୍ରବାସୀ ଓଡ଼ିଆ: ଉତ୍କଳ ଦିବସରେ ମାଲାଞ୍ଚ ଲୋକାର୍ପଣ

ନର୍ଥ କ୍ୟାମ୍ପସରେ ଏକାଠି ହେଲେ ପ୍ରବାସୀ ଓଡ଼ିଆ: ଉତ୍କଳ ଦିବସରେ ମାଲାଞ୍ଚ ଲୋକାର୍ପଣ

ପ୍ରିଜମ ନ୍ୟୁଜ ବ୍ୟୁରୋ: କେବଳ ଓଡ଼ିଶା ନୁହଁ ସମଗ୍ର ବିଶ୍ୱର କୋଣ ଅନୁକୋଣରେ ଉତ୍କଳ ଦିବସ ପାଳନ ହୋଇଛି। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ନୂଆଦିଲ୍ଲୀ ସ୍ଥିତ ଗାନ୍ଧୀ ଭବନ, ନର୍ଥ କ୍ୟାମ୍ପସଠାରେ ଦିଲ୍ଲୀ ଓଡ଼ିଆ ଷ୍ଟୁଡେଣ୍ଟ ଆସୋସିଏସନ (ଦୋସା) ପକ୍ଷରୁ ଉତ୍କଳ ଦିବସ ପାଳନ ହୋଇଯାଇଛି। ମୁଖ୍ୟ ଅତିଥି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଯୋଗ ଦେବା ସହ ଓଡ଼ିଶା ଦିବସ ପାଳନର ଆଭିମୁଖ୍ୟ ଓଡିଶାର ବରପୁତ୍ର ମାନଙ୍କ ଅବଦାନ, ଓଡ଼ିଆ ଭାଷା ସଂସ୍କୃତି ଏବଂ ଇତିହାସ ବିଷୟରେ ତାଙ୍କ ଅଭିଭାଷଣରେ ଆଲୋକପାତ କରିଥିଲେ। ଅନ୍ୟ ଅତିଥିମାନଙ୍କ ଭିତରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ୱଜିତ ପାଣି, ମିରିଣ୍ଡା ହାଉସ ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ନନ୍ଦ, ପ୍ରଫେସର କମଳାକାନ୍ତ ପ୍ରମୂଖ ଯୋଗ ରାଜନୀତିରେ ଶିକ୍ଷିତ ଯୁବ ସମାଜର ଭୂମିକା ବିଷୟରେ ଆଲୋଚନା କରି ଥିଲେ। ଏଥିସହ ଦୋସା ତରଫରୁ ମାଗଜିନ ମାଲାଞ୍ଚ ଲୋକାର୍ପଣ କରାଯିବା ସହ ଓଡ଼ିଆ ସଙ୍ଗୀତ, ସମ୍ବଲପୁରୀ ନୃତ୍ୟ ଓ କାର୍ଯ୍ୟକ୍ରମ ଶେଷରେ ରାତ୍ର ଭୋଜନରେ ସୁସ୍ୱାଦୁ ଓଡ଼ିଆ ଖାଦ୍ୟର ଵିଶେଷ ଆୟୋଜନ କରାଯାଇଥିଲା। ଏହି ଉତ୍ସବଟିକୁ ଦୋସାର ସଭାପତି ଅଖଫାନ୍ ବେହେରା, ଉପସଭାପତି ଅନୁଷ୍କା ଭୂୟାଁ ଓ ବିଶ୍ୱ ବିଦ୍ୟାଳୟର ଅନେକ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ । ଉତ୍ସବରେ ନୂଆଦିଲ୍ଲୀର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ସାମାଜିକ ସଂଗଠନ ମଧ୍ୟ ଯୋଗ ଦେଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: