ରାଜ୍ୟରେ ଆଜି ସର୍ବାଧିକ କୋରୋନା ମୃତ୍ୟୁ

ରାଜ୍ୟରେ ଆଜି ସର୍ବାଧିକ କୋରୋନା ମୃତ୍ୟୁ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: କୋରୋନାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା। ଆଜି ରାଜ୍ୟରେ ୧୦ ଜଣଙ୍କ ମୁଣ୍ଡନେଲା କୋରୋନା। ଗଞ୍ଜାମରୁ ୩, ସୁନ୍ଦରଗଡ଼ରୁ ୨, ବାଲେଶ୍ୱରରୁ ୨, ରାୟଗଡ଼ା, ଝାରସୁଗୁଡ଼ା ଓ ଗଜପତିରୁ ଜଣେ ଲେଖାଏଁ କୋରୋନାରେ ପ୍ରାଣ ହରାଇଛନ୍ତି। ସେହିପରି ରାଜ୍ଯରେ ଆଜି ୧୩୨୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୮୮୭ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ ୪୩୩ ଲୋକାଲ କେସ୍ ରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୪ଟି ଜିଲ୍ଲାରୁ ଏହି ସମସ୍ତ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ପଜିଟିଭଙ୍କ ସଂଖ୍ଯା ୨୪ ହଜାର ୧୩ରେ ପହଞ୍ଚିଛି। ଗଞ୍ଜାମରୁ ସର୍ବାଧିକ ୫୬୦ ଏବଂ ଖୋର୍ଦ୍ଧାରୁ ୧୭୪ ପଜିଟିଭ ଚିହ୍ନଟ ହୋଇଥିବାବେଳେ, ଅନୁଗୁଳରୁ ୬, ବାଲେଶ୍ବରରୁ ୨୩, ବରଗଡରୁ ୧୪, ଭଦ୍ରକରୁ ୨୮, ବଲାଙ୍ଗିରରୁ ୯,କଟକରୁ ୪୭, ଗଜପତିରୁ ୯୦, ଜଗତସିଂହପୁରରୁ ୩, ଯାଜପୁରରୁ ୨୩, ଝାରୁସୁଗୁଡାରୁ ୨, କଳାହାଣ୍ଡିରୁ ୧, କନ୍ଧମାଳରୁ ୩୯, କେନ୍ଦ୍ରାପଡାରୁ ୧, କେନ୍ଦୁଝରରୁ ୨୪,କୋରାପୁଟରୁ ୩୦,ନୟାଗଡ ୩୮,ନୂଆପଡାରୁ ୪, ପୁରୀରୁ ୯୦, ରାୟଗଡାରୁ ୬୫, ,ସୋନପୁରୁରୁ ୧ ଏବଂ ସୁନ୍ଦରଗଡରୁ ୪୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: