ବିଦେଶରେ ପ୍ରଶଂସିତ ହେଲା ଚକରା ବିଶୋଇ ଓ ବାଜି ରାଉତଙ୍କ ଦେଶପ୍ରେମ

ବିଦେଶରେ ପ୍ରଶଂସିତ ହେଲା ଚକରା ବିଶୋଇ ଓ ବାଜି ରାଉତଙ୍କ ଦେଶପ୍ରେମ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶିତ ହେଲା ଓଡ଼ିଆ ନାଟକ। କାତାର ଦେଶରେ ଥିବା ଓଡ଼ିଆ ସଙ୍ଗଠନ ଉତ୍କଳିକା କାତାର ପକ୍ଷରୁ ଇଣ୍ଡିଅାନ କଲଚୁରାଲ ସେଣ୍ଟରଠାରେ ଅାୟୋଜିତ ୮୭ତମ ଉତ୍କଳ ଦିବସ ଓ ଅାଜାଦୀ ର ଅମୃତ ମହୋତ୍ସବ ପାଳିତ ହୋଇଯାଇଛି। ପ୍ରବାସୀ ଓଡିଆ ମାନଙ୍କ ଦ୍ୱାରା ପ୍ରସ୍ତୁତ ଓଡିଶୀ ନୃତ୍ୟ, ନାଟକ ଓ ଅଭିନୟ ସହ ରାଜ୍ୟ ତଥା ଜାତୀୟ ସ୍ତରରେ ପରିଚୟ ସୃଷ୍ଠି କରିଥିବା ଢେଙ୍କାନାଳର ନାଟ୍ୟାନୁଷ୍ଠାନ ଅଲଟରନେଟିଭ ରିଦିମ ଥିଏଟରର ଦୁଇଟି ଲୋକପ୍ରିୟ ନାଟକ ମୁଁ ଚକରା କହୁଛି ଏବଂ ମୁକ୍ତି ସଳିତା ଡିଜିଟାଲ ପରଦାରେ ପ୍ରଦର୍ଶିତ ହୋଇଥିଲା। ପରାଧିନ ଉତ୍କଳର ତତ୍କାଳିନ ଘୂମୁସର ରାଜ୍ୟର ମହାନ ବିପ୍ଳବୀ ସହୀଦ ଚକରା ବିଶୋୟୀ ଏବଂ ସର୍ବକନିଷ୍ଠ ସହୀଦ ୧୨ ବର୍ଷର ଓଡିଆ ସ୍ବାଧିନତା ସଂଗ୍ରାମୀ ବାଜି ରାଉତଙ୍କ ଜୀବନ ସଂଗ୍ରାମ ଓ ବଳିଦାନକୁ ନେଇ ପ୍ରସ୍ଥୁତ ଏହି ନାଟକ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ନାଟ୍ୟକାର ମନ୍ମଥ କୁମାର ଶତପଥୀ ମୁଁ ଚକରା କହୁଛି ରଚନା କରୁଥିବା ବେଳେ ଯୁବ ନାଟ୍ୟକାର ତଥା ନିର୍ଦ୍ଦେଶକ ଦିନେଶ ଦାସ ମୁକ୍ତି ସଳିତା ର ରଚନା ସହ ଉଭୟ ନାଟକରେ ନିର୍ଦେଶନା ଦେଇଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ କାତାରସ୍ଥିତ ଦୂତାବାସର ଭାରତୀୟ ରାଷ୍ଟ୍ରଦୂତ ଡ. ଦୀପକ ମିତ୍ତଲ , ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଶିକ୍ଷା ଓ ସଂସ୍କୃତି ସଚିବ କୁଲଜିତ୍ ସିଂ ଆରୋରା, ଅାଇସିବିଏଫର ସଭାପତି ବିନୋଦ ନାୟାର, ଅାଇସିସିର ଉପସଭାପତି ସୁବ୍ରମଣ୍ୟ ହେବାଗେଲୁ ଯୋଗଦେଇଥିଲେ। ଅନୁଷ୍ଠାନର ସଭାପତି ଡ. ବସନ୍ତ କୁମାର କବି ଉପସ୍ଥିତ ପ୍ରବାସୀ ଓଡିଆ ମାନଙ୍କୁୁ ଉତ୍କଳ ଜନନୀର ଐତିହ୍ୟ, ସଂସ୍କୃତି ଓ ସ୍ବାଭିମାନ ସଂପର୍କରେ ଆଲୋକପାତ କରିଥିଲେ। ଉପସଭାପତି ନିହାର ରଞ୍ଜନ ମହାନ୍ତି, ସାଧାରଣ ସଂପାଦକ ଅବିନାଶ ଆଚାର୍ଯ୍ୟ , ଯୁଗ୍ମ ସଂପାଦକ ବିଭୂ ଆଚାର୍ଯ୍ୟ ସାଂସ୍କୃତିକ ସଂପାଦିକା ଇପ୍ସିତା ଶତପଥୀ ଓ ସାଂସ୍କୃତିକ ସହ ସଂପାଦକ ଓମ୍ ପ୍ରକାଶ ପରିଡା ପ୍ରମୂଖ ଉପସ୍ଥିତ ଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: