ୟୁଟ୍ୟୁବରେ ଚହଳ ପକାଇଛି ହର ହର ଶମ୍ଭୁ, ଗାଇଛନ୍ତି ଓଡ଼ିଆ ଝିଅ ଅଭିଲିପ୍ସା

ୟୁଟ୍ୟୁବରେ ଚହଳ ପକାଇଛି ହର ହର ଶମ୍ଭୁ, ଗାଇଛନ୍ତି ଓଡ଼ିଆ ଝିଅ ଅଭିଲିପ୍ସା

ପ୍ରିଜମ ନ୍ୟୁଜ ବ୍ୟୁରୋ: ହର ହର ଶମ୍ଭୁ ଶମ୍ଭୁ…ଶମ୍ଭୁ । କେବେଳ ଭୋଳା ବାବାଙ୍କ ଭକ୍ତ କାହିଁକି, ଶ୍ରୋତାଙ୍କ କାନରେ ଏହି ଧୁନ୍ ଶୁଭିଭା କ୍ଷଣି ଟାଙ୍କୁରି ଉଠେ ରୋମ ରୋମାଞ୍ଚିତ ହୁଏ ମନ, ଆତ୍ମା ଓ ହୃଦୟ । ସାରା ଦେଶରେ ବେଶ୍ ଚହଳ କରିଛି, ଲୋକାଦୃତ ହୋଇଛି ଆଉ ତା ସାଙ୍ଗକୁ ଏହା ରେକର୍ଡ ସଂଖ୍ୟକ ଦର୍ଶକୀୟ ଆଦୃତି ବି ପାଇଛି । ଖୁସିର କଥା ଏହି ଗୀତର ଗାୟିକା ଓଡ଼ିଆ ମାଟିର ଝିଅ ଓଡ଼ିଶାର ଝିଅ ।

ସେ ହେଉଛନ୍ତି ବଡ଼ବିଲର ଅଭିଲିପ୍ସା ପଣ୍ଡା । ଯାହାଙ୍କୁ ନେଇ ଖୁବ୍ ଚର୍ଚ୍ଚା ଓ ମିଳୁଛି ଢେର ସାରା ପ୍ରଶଂସା । କିଛି ପଥଭ୍ରଷ୍ଟ ଚରିତ୍ରଙ୍କ ଭିଡ଼ ଭିତରୁ ନିଜକୁ ନିଆରା କରି ରଖିଥିବା ଏବଂ ନିଜ ସ୍ୱରରେ ଭାରତବାସୀଙ୍କୁ ବାନ୍ଧି ରଖିଥିବା ଅଭିଲିପ୍ସା ପଣ୍ଡାଙ୍କ ବାପା ଜଣେ ଅବସରପ୍ରାପ୍ତ ସୈନିକ । ଏବେ ସେ ଜଣେ ସିକ୍ୟୁରିଟି ମ୍ୟାନଜର ଭାବେ ଏକ ଏଜେନ୍ସିରେ କାମ କରୁଛନ୍ତି ।

ମୋ ମାଆ ଜଣେ ଶିକ୍ଷୟିତ୍ରୀ, ମୋ ପରିବାରରୁ ବିରାସଦରେ ସଂଗୀତ ପାଇଛି ବୋଲି କୁହନ୍ତି ଅଭିଲିପ୍ସା । ପିଲାବେଳୁ ସଂଗୀତ ସାଧନା କରୁଥିଲି, ହିନ୍ଦୁସ୍ଥାନ ସଂଗୀତ ଶିକ୍ଷା ପାଇଛି । ଅନେକ ସୋ, ଟିଭି ପ୍ରତିଯୋଗୀତାରେ ସାମିଲ ହୋଇଛି,ଅନେକ ପୁରସ୍କାର ସହ ରାଜ୍ୟପାଳ ସମ୍ମାନ ପାଇଛି ବୋଲି କୁହନ୍ତି ଅଭିଲିପ୍ସା । ସୋସିଆଲ ମିଡିଆରେ ମୋର ଗୋଟେ ଭାଇରାଲ ଭିଡିଓ ଦେଖ ପ୍ରୋପଜାଲ ଆସିଥିଲା ହର ହର ଶମ୍ଭୁ ମ୍ୟୁଜିକ୍ ଭିଡିଓ ପାଇଁ ଯାହାକୁ ଜାମସେଦପୁରରେ ରେକର୍ଡ କରାଯାଇଥିଲା । ମୋ କୋ ସିଙ୍ଗର ଏହି ପ୍ରୋଜେକ୍ଟ ପାଇଁ ମୋତେ ଆପ୍ରୋଜ କରିଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: