ଚାକିରିରୁ ବାହାର କରିଦେବାରୁ ନେଲେ ପ୍ରତିଶୋଧ

ଚାକିରିରୁ ବାହାର କରିଦେବାରୁ ନେଲେ ପ୍ରତିଶୋଧ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଚାକିରିରୁ ବାହାର କରିଦେଲେ ନିହାତି ଭାବେ କଷ୍ଟ ହୋଇଥାଏ । ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତି କ୍ରୋଧିତ ହେବା ସ୍ୱାଭାବିକ କଥା । ବିଶେଷ କରି ବର୍ତ୍ତମାନର କରୋନା ସ୍ଥିତିରେ ଯେଉଁ ଚାକିରି ସମସ୍ୟା ରହିଛି, ସେଥିରେ ପୁଣି ଚାକିରିରୁ ବାହାର କରିବା ଶାନ୍ତ ଲୋକକୁ ବି ଉଗ୍ର କରି ଦେଇପାରେ। ତେବେ ଚାକିରିରୁ ବାହାର କରିବା ପରେ ଯେ କେହି ବି ତାଙ୍କ ବସ୍ କିମ୍ବା କମ୍ପାନୀକୁ ଗାଳି କରି ଚୁପ୍ ରୁହନ୍ତି । କିନ୍ତୁ କିଛି ଲୋକଙ୍କ ସ୍ୱଭାବ ଅତ୍ୟନ୍ତ ଖରାପ ହୋଇଥାଏ, ଯେଉଁମାନେ କି ଚାକିରିରୁ ବହିଷ୍କୃତ ହେବାର ଅପମାନକୁ ସହଜରେ ଗ୍ରହଣ କରିପାରନ୍ତି ନାହିଁ । ତେଣୁ ଅନେକ ସମୟରେ ସେମାନେ କମ୍ପାନୀ କିମ୍ବା ତାର ମାଲିକଙ୍କ ଠାରୁ ପ୍ରତିଶୋଧ ନେବାକୁ ଚେଷ୍ଟା କରନ୍ତି। ଆମେରିକାରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ବ୍ୟକ୍ତି ଷ୍ଟୋର ଭିତରେ କାର୍ ଚଲାଇ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ଛାରଖାର କରିଦେଇଛନ୍ତି । ତେବେ ବ୍ୟକ୍ତି ଜଣ ୱାଲମାର୍ଟରେ ଚାକିରି କରୁଥିବା ବେଳେ କିଛି ଦିନ ତଳେ ତାଙ୍କୁ ବରଖାସ୍ତ କରାଯାଇଥିବାର ଜଣାପଡିଛି।
ଘଟଣାଟି ଆମେରିକାର ଉତ୍ତର କାରୋଲିନାର କନକର୍ଡରେ ଅବସ୍ଥିତ ୱାଲମାର୍ଟ ଷ୍ଟୋରର। ଏଠାରେ ଲେସି କର୍ଡେଲ ଜେଣ୍ଟ୍ରି ନାମକ ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତି ଷ୍ଟୋର ଗେଟ୍ ଭାଙ୍ଗି ତାଙ୍କ କାରକୁ ସିଧାସଳଖ ଭିତରକୁ ନେଇ ସବୁକିଛି ଭଙ୍ଗାରୁଜା କରି ନଷ୍ଟ କରିଦେଇଥିଲେ । କୁହାଯାଉଛି ଯେ ଜେଣ୍ଟ୍ରିଙ୍କୁ ଚାକିରିରୁ ବାହାର କରାଯିବା ପରେ ସେ ଅତ୍ୟନ୍ତ କ୍ରୋଧିତ ହୋଇଥିଲେ ଏବଂ ପ୍ରତିଶୋଧ ନେବାକୁ ଯାଇ ଏପରି କାଣ୍ଡ କରିଛନ୍ତି ।

https://m.facebook.com/ConcordNCPolice/photos/pcb.1907768662724889/1907767389391683/?type=3&__tn__=HH-R&eid=ARAzg3ZL13hyTeSfhMmE9OX-uJQjr6ilvcnFdr1Onr6d1wePcljv833LPUqu9OCYTGi-CTwrba4HgWyo&__xts__%5B0%5D=68.ARBdDeEMEoXkCuYAY2D8kHKWjN_IB-WgNfPv6khVf4R3J3dWNyba9dlSQig8YPI_yN2kOt5920rUqrctT3gQd8fit4kpirQ4CisSL-p8D4tSLCzGyioI4fyoW_tA7W7djJ6HH5USkpelW-cQ43LxJ4b5sr6IEKeraxOmYIJxyZdpCgNwDT1wOdmdtaSGBSBLkxO0Rn-DeD1Xe3YeD-S88zzwAM-dshxX_Pa-ZDz7so5fhLKAyxBfC7rLddkeAqwrDA_yHjpQxEFOtK36frF_G7zZdhKEaHSPEZ8zayc_nYlUFZEeAcpuAA


ରିପୋର୍ଟ ଅନୁଯାୟୀ, ଚାକିରିରୁ ବରଖାସ୍ତ ହେବା ପରଦିନ ସକାଳୁ ଜେଣ୍ଟ୍ରି ନିଜ କାରରେ ଯାଇ ଦୋକାନ ଗେଟ୍ ଭାଙ୍ଗି ସିଧାସଳଖ ଭିତରକୁ ପଶିଥିଲେ ଓ ସେଠାରେ ସମସ୍ତ ଜିନିଷପତ୍ର କ୍ରମାଗତ ଭାବେ ଭାଙ୍ଗିବାକୁ ଲାଗିଥିଲେ । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା । କନକର୍ଡ ପୋଲିସ ସୋସିଆଲ ମିଡିଆରେ ଏହି ବିଷୟରେ ସୂଚନା ଦେବା ସହ ଷ୍ଟୋରର ଚିତ୍ରଗୁଡ଼ିକୁ ସେୟାର କରିଛି । ପୋଲିସ୍ ପ୍ରେସ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଯେତେବେଳେ ପୋଲିସ୍ ଟିମ୍ ଷ୍ଟୋରରେ ପହଞ୍ଚିଥିଲେ, ସେତେବେଳେ ଜେଣ୍ଟ୍ରି ତାରି ଭିତରେ ଆଖିବୁଜା କାର୍ ଚଳାଉଥିଲେ ଏବଂ ସମସ୍ତ ସାମଗ୍ରୀକୁ କାର ଚକା ତଳେ ଦଳିବାରେ ଲାଗିଥିଲେ।
ସୂଚନା ଅନୁଯାୟୀ, ଏହି ଘଟଣାରେ କେହି ଆହତ ହୋଇନାହାନ୍ତି । କିନ୍ତୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି । ତେବେ ଉକ୍ତ ବ୍ୟକ୍ତିଙ୍କ ଉପରେ ମାରାତ୍ମକ ଅସ୍ତ୍ରରେ ଆକ୍ରମଣ, ଗୁଣ୍ଡାଗିରି, ଭଙ୍ଗାଭଙ୍ଗି ଏବଂ ସମ୍ପତ୍ତି ନଷ୍ଟ ଭଳି ଗୁରୁତର ଅଭିଯୋଗ ଲାଗିଛି ।

0 Comments

Leave Your Comment

Your email address will not be published. Required fields are marked *