ଟ୍ରୋଲର ଶିକାର ହେଲେ ନୁସରତ

ଟ୍ରୋଲର ଶିକାର ହେଲେ ନୁସରତ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପ୍ରବଳ ଟ୍ରୋଲର ଶିକାର ହେଉଛନ୍ତି ବଲିଉଡ ଅଭିନେତ୍ରୀ ନୁସରତ ଭାରୁଚା। ତାଙ୍କର ଆଗାମୀ ଫିଲ୍ମ ‘ଜନହିତ ମେ ଜାରି’ ଫିଲ୍ମରେ ସେ ସେଲ୍ସ ଗାର୍ଲ ସାଜିଛନ୍ତି । ରିଲିଜ ହୋଇଥିବା ମୁଭିର ପୋଷ୍ଟର ଓ ଟିଜରରେ ସେ ରାସ୍ତାଘାଟରେ ଲୋକଙ୍କୁ କଣ୍ଡୋମ ବିକି ସଚେତନ କରୁଥିବା ଦେଖିବାକୁ ମିଳିଥିଲା। ଯାହାପାଇଁ ସେ ଏବେ ଚର୍ଚ୍ଚାରେ। ନୁସରତ ସୋସିଅାଲ ମିଡିଅାରେ ପିନ୍ଧିଥିବା ଏକ ଜିନ୍ସର ପଛ ପକେଟରେ କଣ୍ଡୋମ ରଖି ଫଟୋ ଶେୟାର କରିଥିଲେ । ଫ୍ୟାନ୍ସମାନେ ଏହାକୁ ଦେଖିବା ପରେ ସୋସିଆଲ ମିଡିଆରେ ନୁସରତଙ୍କୁ ମନଇଚ୍ଛା କହିବାରେ ଲାଗିଛନ୍ତି । ଶେୟାର କରିଥିବା ଏହି ପୋଷ୍ଟରେ କିଏ ଏହାକୁ ଡି ଗ୍ରେଡ ମୁଭି ବୋଲି କହିଛି ତ ଅାଉ କିଏ ବଲିଉଡ ଏବେ ମେଡିକାଲ ଷ୍ଟୋରରେ ପରିଣତ ହୋଇଗଲାଣି ବୋଲି ମତ ଦେଇଛନ୍ତି। ଅନେକ କହିଛନ୍ତି ଏହା ଏକ ବାସ୍ତବଧର୍ମୀ ଫିଲ୍ମ ନୁହେଁ । କାରଣ ଅାଜିଯାଏଁ କୌଣସି ଝିଅ ମାର୍କେଟରେ କଣ୍ଡୋମ ବିକୁଥିବା ଦେଖିବାକୁ ମିଳିନାହିଁ।

ତେବେ ନୁସରତ ମଧ୍ୟ ଛାଡ଼ିନାହାନ୍ତି। ଏହାର ଜବାବରେ ସେ କହିଛନ୍ତି, ମୋତେ ଏହି ଚିନ୍ତାଧାରା ବଦଳାଇବାର ଅଛି। ଏହା ହିଁ ମୁଁ କରୁଛି । ଆପଣ କମେଣ୍ଟ କରନ୍ତୁ, ମୁଁ ସ୍ବର ଉଠାଉଛି ବୋଲି କହିଛନ୍ତି । ଜୁନ୍ ୧୦ରେ ରିଲିଜ ହେବାକୁ ଥିବା ଏହି ଫିଲ୍ମ ଶୁକ୍ରବାର ଏହାର ଟ୍ରେଲର ଜାରି କରିଛି। ଜନହିତରେ ଜାରି ଥିବା ଏହି ଫିଲ୍ମ, ବୋଲ୍ଡ ବିଷୟବସ୍ତୁ ଓ କମେଡି ଉପରେ ଆଧାରିତ ଥିବାରୁ ହିଟ୍ ହେବ ବୋଲି ଆଶା କରାଯାଉଛି। ଫିଲ୍ମର କାହାଣୀ ମଜାଦାର ଥିବାବେଳେ କଣ୍ଡୋମ ବ୍ୟବହାରକୁ ନେଇ ଥିବା ରକ୍ଷଣଶୀଳ ଚିନ୍ତାଧାରା ପରିବର୍ତ୍ତନ ନେଇ କାହାଣୀ ଉଦ୍ଦିଷ୍ଟ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: