ନିଲମ୍ବିତ ପରେ କ୍ଷମା

ନିଲମ୍ବିତ ପରେ କ୍ଷମା

ପ୍ରିଜମ ନ୍ୟୁଜ ବ୍ୟୁରୋ: ବିଜେପିରୁ ନିଲମ୍ବିତ ପରେ କ୍ଷମା ମାଗିଲେ ନୁପୁର ଶର୍ମା। ଦଳୀୟ କାର୍ଯ୍ୟାନୁଷ୍ଠାନର ମାତ୍ର କେହି କ୍ଷଣ ମଧ୍ୟରେ ନୁପୁର ନିଜ ଭୁଲ ସ୍ୱୀକାର କରିଛନ୍ତି। ପ୍ରଫେଟ ମହମମ୍ମଦଙ୍କ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ସେ ଫେରାଇ ନେଉଥିବା କହିଛନ୍ତି। ଏନେଇ ନୁପୁର ତାଙ୍କ ଟ୍ୱିଟର ‌ଆକାଉଣ୍ଟରେ ଏକ ଲମ୍ବା ସ୍ପଷ୍ଟୀକରଣ ରଖିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ, ଯଦି ମୋର ମନ୍ତବ୍ୟ କାହା ଧାର୍ମିକ ଭାବନାକୁ ଆଘାତ ଦେଇଛି ସେଥିରେ ମୁଁ ଦୁଖିତ। ମୁଁ ନମ୍ରତାର ସହ ମୋର ମନ୍ତବ୍ୟକୁ ଫେରାଇ ନେଉଛି। କାହାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନଥିଲା।

ସେ କହିଛନ୍ତି ଯେ, ମୁଁ ଗତ କିଛି ଦିନ ହେବ ଏକ ଟିଭି ଡିବେଟରେ ଭାଗ ନେଇ ଆସୁଥିଲି। ଯେଉଁଠି ଆମ ମହାଦେବଙ୍କୁ ଲଗାତାର ଅପମାନିତ ଏବଂ ଅସମ୍ମାନ କରାଯାଇ ଆସୁଥିଲା। ବିତର୍କରେ ଜ୍ଞାନବାପୀ ମସଦିରେ ଠାବ ହୋଇବା ଶିବ ଲିଙ୍ଗ ନୁହେଁ କହି ଥଟ୍ଟା ପରିହାସ କରାଯାଉ ଥିଲା। ବରଂ ଏହା ଏକ ଏକ ଫାଉଣ୍ଟେନ ବୋଲି କୁହାଯାଉଥିଲା। ମହାଦେବଙ୍କ ପ୍ରତି ଅପାମନକୁ ମୁଁ ସହ୍ୟ କରିପାରି ନଥିଲି । ତେଶୁ ଏହାର ପ୍ରତିକ୍ରିୟାରେ ମୁଁ ମଧ୍ୟ କିଛି କହିଥିଲି। ଯଦି ମୋର ମନ୍ତବ୍ୟ କାହାକୁ ଆଘାତ ପହଞ୍ଚାଇ ଥାଏ ତେବେ ମୁଁ କ୍ଷମା ମାଗୁଛି ବୋଲି ନୁପୁର ଟ୍ୱିଟ୍‌ କରି କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: