ନିଷ୍ପତ୍ତି ପରିବର୍ତ୍ତନ କରିଦେବ ଗୁଇନ୍ଦା ରିପୋର୍ଟ ? ଏବେ ନୁହେଁ ମନ୍ତ୍ରିମଣ୍ଡଳ ଅଦଳବଦଳ !

ନିଷ୍ପତ୍ତି ପରିବର୍ତ୍ତନ କରିଦେବ ଗୁଇନ୍ଦା ରିପୋର୍ଟ ? ଏବେ ନୁହେଁ ମନ୍ତ୍ରିମଣ୍ଡଳ ଅଦଳବଦଳ !

ପ୍ରିଜମ୍ ନ୍ୟୁଜ (SUPER EXCLUSIVE): ବିଶ୍ୱରୁ କୋରୋନା ଯାଇନାହିଁ। ତେଲ ଦର ଶହେ ପାର। କାଳିଆ ଠାକୁର ମାଉସୀ ଘରେ। ଲକଡାଉନ୍ ଯୋଗୁ କାହା ଘରେ ଚୁଲି ଜଳୁନି। ହେଲେ ଆମ ଖଟିରେ ସେସବୁ ଆଲୋଚନା ନାହିଁ। ଡଟକମ୍ ଖଟି ହେଉ, କି ଆଇଜି ପାର୍କ ପାଖ ଓମଫେଡ୍। ଖଣ୍ଡଗିରି ହେଉ କି ଛ’ ନମ୍ୱର। ଏତେସବୁକୁ ଯଦି ଆମେ ଯୋଡ଼ିଲେଣି ସତ୍ୟନଗରକୁ ବାଦ୍ ଦେବା କାହିଁକି ? ଭଲରେ ହେଉ କି ଭେଲରେ ହେଉ, ଭାଇରାଲ ହୋଇଥିବା ମନ୍ତ୍ରିମଣ୍ଡଳ ତାଲିକା ସମ୍ପ୍ରସାରଣ ଖବର ଚର୍ଚ୍ଚାକୁ ସରଗରମ୍ କରିବା ସହିତ ପାଣିଚିଆ ବି କରିଦେଇଛି। ଆମ ୱେବ୍ ପୋର୍ଟାଲ କଥା ଛାଡ଼, ଯେତିକି ୱେବସାଇଟରେ ନ୍ୟୁଜ ହେଲାଣି, ଖୋଦ୍ ଛାମୁ ଯଦି ରିପୋର୍ଟ ନେବେ, ତେବେ ଆଠ ମାସ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଘୁଞ୍ଚାଇ ଦେବେ। ଆମକୁ ସତ, ଆପଣଙ୍କୁ ମିଛ ଲାଗୁଥିବ। ହାତ ପାହାନ୍ତାରେ ପଞ୍ଚାୟତ ନିର୍ବାଚନ। ସାତ ମାସରେ କି ସଂଗଠନ ସଜଡ଼ା ହେବ ? ତେଣୁ, ସମସ୍ତଙ୍କୁ ଚକିତ କରି ମନ୍ତ୍ରିମଣ୍ଡଳ ଅଦଳବଦଳ ଯେ ଘୁଞ୍ଚି ନ ଯିବ, ସେକଥା କିଏ କହିବ ?

କ’ଣ କହୁଛି ଗୁଇନ୍ଦା ରିପୋର୍ଟ ?
ବିଜେଡିର ପର୍ଯ୍ୟବେକ୍ଷକ ତାଲିକା ବାହାରିଲା ପରେ ତାଲିକାରେ ନୂଆ ନାଁକୁ ନେଇ ଯେତିକି ଚର୍ଚ୍ଚା ହୋଇ ନ ଥିଲା, ବାଦ୍ ପଡ଼ିଥିବା ନେତାଙ୍କୁ ନେଇ ବେଶୀ ଚର୍ଚ୍ଚା ହୋଇଥିଲା। ଏହି ଚର୍ଚ୍ଚା ଶଙ୍ଖ ଦଳରେ ସବୁକିଛି ଯେ ଠିକ୍ ଚାଲୁନାହିଁ, ତାହା ଜଣାପଡ଼ି ଯାଇଥିଲା। ଏହାପରେ ଆସିଲା ମନ୍ତ୍ରିମଣ୍ଡଳ ଅଦଳବଦଳ କଥା। କେତେକ ବୁଝି ସାରିଲେଣି ପର୍ଯ୍ୟବେକ୍ଷକ ତାଲିକାରେ ଥିବା ଅସନ୍ତୋଷକୁ ଦମନ କରିବା ପାଇଁ ମନ୍ତ୍ରିମଣ୍ଡଳ ଚର୍ଚ୍ଚା ସୃଷ୍ଟି କରାଯାଇଥିଲା। ଏହା ପରେ ବିଜେଡି ପାର୍ଟି ଅଫିସର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ପୁଣି କଳା ଟି-ସାର୍ଟ ପିନ୍ଧା ଛାମୁଙ୍କ ହସକୁରା ବଦନ। ସବୁର ଉଦ୍ଦେଶ୍ୟ ଏକ। ବିଜେଡିରେ ସବୁକିଛି ଠିକ୍ ଚାଲିଛି। ସବୁକିଛି ଠିକ୍ ଚାଲୁଛି ବୋଲି ଦେଖାଇବାକୁ କେତେ କଥା କରିବାକୁ ପଡ଼ୁଛି ମାନେ ସହଜରେ ବୁଝି ନେବା ଉଚିତ୍ ସବୁକିଛି ଠିକ୍ ଚାଲୁ ନାହିଁ। ବିଜେଡିର କେହି ବରିଷ୍ଠ ନେତା ଅଛନ୍ତି କି, ଯିଏ କହିପାରିବେ ଭଞ୍ଜନଗରରୁ ବିକ୍ରମ ଆରୁଖ, ନରସିଂହପୁରରୁ ଦେବୀ ମିଶ୍ର, ନବରଙ୍ଗପୁରରୁ ରମେଶ ମାଝୀ, ରାଉରକେଲାରୁ ସାରଦା ନାୟକ, ୨୦୨୪ରେ ଭଲଭାବେ ଜିତି ପଳାଇ ଆସିବେ। ଇଏ ତ ଗଲା ଜିତିବା କଥା, ହାରିବା ନେତାଙ୍କ କଥା ଆଲୋଚନା ହେଉ। ପୁରୀ ସଦର ନିର୍ବାଚନମଣ୍ଡଳୀରେ ବିଜେଡି, ଦଳ ସଂଗଠନ ଓ ମହେଶ୍ୱର ମହାନ୍ତିଙ୍କ ସ୍ଥିତି ମା’ ଗୁଣ୍ଡିଚାଙ୍କୁ ଜଣା। କେନ୍ଦ୍ରାପଡ଼ାରେ ଶଶିଭୂଷଣ, ବୀରମହାରାଜପୁରରେ ପଦ୍ମନାଭ, ନିମାପଡ଼ାରେ ସମୀର ଦାଶ, ଜୁନାଗଡ଼ରୁ ଦିବ୍ୟଶଙ୍କର ମିଶ୍ର, ନୂଆପଡ଼ାରୁ ରାଜେନ୍ଦ୍ର ଢୋଲକିଆ, ପଦ୍ମପୁରରେ ବିଜୟ ରଞ୍ଜନ ସିଂହ ବରିହା ଏବଂ ମୋରଡ଼ାରେ ରାଜକିଶୋର ଦାସଙ୍କ ପୂର୍ବ ଗୌରବ ବଳବତ୍ତର ଅଛି ତ ! ଛାମୁ ଯାହାକୁ ମନ୍ତ୍ରିମଣ୍ଡଳରୁ କାଢ଼ିବେ, ସେଇ ନିର୍ବାଚନମଣ୍ଡଳୀରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ କି ବାର୍ତ୍ତା ଯିବ ? ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଗୁଇନ୍ଦା ବିଭାଗର ଦୁଇ ନମ୍ୱର ଅଫିସର ପର୍ଯ୍ୟବେକ୍ଷକ ତାଲିକାକୁ ନେଇ କେତେକ ବରିଷ୍ଠ ବ୍ୟକ୍ତିଙ୍କ ମତାମତ ଲୋଡ଼ିଥିଲେ। ସେମାନେ ସମସ୍ତେ କହିଥିଲେ, ଦଳରେ ଯେଉଁମାନେ ନ୍ୟୁନ କରି ଦେଖାଇବାକୁ ଚେଷ୍ଟା ହେଉଛି, ସେମାନେ ସବୁ ଦିନେ ଥିଲେ ଗ୍ୟାମ୍ ଚେଞ୍ଜର। ତେଣୁ, ତାଙ୍କୁ ହାତ ମାରିବା ଡେଞ୍ଜର।

ଆମ ହାତ ତ ଖଲଖଲ, ନ ଲେଖିବୁ କେମିତି

ମନ୍ତ୍ରିମଣ୍ଡଳ ଅଦଳବଦଳ କଥା ଯଦି ଉଠିବ, ତେବେ ଯେଉଁ କେତେକ ନାମ ଉପରେ ବିଶେଷ ତର୍ଜମା ହେବ, ସେଗୁଡ଼ିକ ହେଉଛି
୧) ବାସନ୍ତି ହେମ୍ବ୍ରମ୍- କରଞ୍ଜିଆ
୨) ରାଜକିଶୋର ଦାସ- ମୋରଡ଼ା
୩) ସୁବ୍ରତ ତରାଇ- ରଘୁନାଥପଲ୍ଲୀ
୪) ସାରଦା ନାୟକ- ରାଉରକେଲା
୫) ପ୍ରତାପ ଦେବ- ଆଳି
୬) ଅତନୁ ସବ୍ୟସାଚୀ- ମହାକାଳପଡ଼ା
୭) ରୋହିତ ପୂଜାରୀ- ରେଢ଼ାଖୋଲ
୮) ମନୋହର ରନ୍ଧାରୀ- ଡାବୁଗାଁ
୯) ଦେବେଶ ଆଚାର୍ଯ୍ୟ- ବରଗଡ଼

୧୦) ସୁନନ୍ଦା ଦାସ- ବରି
୧୧) ସୂର୍ଯ୍ୟନାରାୟଣ ପାତ୍ର- ଦିଗପହଣ୍ଡି
୧୨) ପ୍ରଶାନ୍ତ ମୁଦୁଲି- ଜଗତସିଂହପୁର

କେଉଁମାନେ ଡେଞ୍ଜର ଜୋନରେ
୧) ପ୍ରତାପ ଜେନା
୨) ପଦ୍ମିନୀ ଦିଆନ
୩) ପ୍ରେମାନନ୍ଦ ନାୟକ
୪) ପଦ୍ମନାଭ ବେହେରା
୫) ଅରୁଣ ସାହୁ
୬) ବିକ୍ରମ କେଶରୀ ଆରୁଖ
୭) ସୁଦାମ ମାର୍ଣ୍ଡି
୮) ରଘୁନନ୍ଦନ ଦାସ

0 Comments

Leave Your Comment

Your email address will not be published. Required fields are marked *

%d bloggers like this: