୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନୀତୀଶ କୁମାର, କହିଲେ ଅଧିକ ଶକ୍ତ ହେଲା ବିରୋଧୀ ଦଳ

୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନୀତୀଶ କୁମାର, କହିଲେ ଅଧିକ ଶକ୍ତ ହେଲା ବିରୋଧୀ ଦଳ

ପ୍ରିଜମ ନ୍ୟୁଜ ବ୍ୟୁରୋ: ୮ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର । ନୂଆ ମେଣ୍ଟ ସରକାରରେ ବିହାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନୀତୀଶ କୁମାର। ତାଙ୍କ ସହିତ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆରଜେଡି ନେତା ତଥା ଲାଲୁଙ୍କ ପୁଅ ତେଜସ୍ବୀ ଯାଦବ ।ନୀତୀଶ କୁମାର ଏବଂ ତେଜସ୍ବୀ ଯାଦବଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଫଗୁ ଚୌହାନ । ଆଜି କେବଳ ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀ ଶପଥ ନେଇଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ କ୍ୟାବିନେଟ୍‌ ମନ୍ତ୍ରିମଣ୍ଡଳ ଶପଥ ନେବେ ବୋଲି ସୂଚନା ରହିଛି।

ଗତକାଲି ବିଜେପି ଠାରୁ ଜେଡ଼ିୟୁ ଅଲଗା ହେବା ପରେ ଇସ୍ତଫା ଦେଇଥିଲେ ନୀତୀଶ କୁମାର। ଏବଂ ନୂଆ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଅନୁମତି ମାଗିଥିଲେ।ତେବେ ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ନୀତୀଶ କୁମାର କହିଛନ୍ତି ଯେ, ବିହାର ଜନତା ନୂଆ ସରକାର ଗଠନ ପରେ ବେଶ ଖୁସି ଅଛନ୍ତି । ୨୦୨୦ ନିର୍ବାଚନରେ ଜେଡିୟୁ ସହିତ ବହୁତ ଖରାପ ବ୍ୟବହାର ହୋଇଥିଲା । ସେଥିପାଇଁ ବିଧାୟକ ଏବଂ ସାଂସଦ ମାନେ ବାରମ୍ବାର ବିଜେପି ମେଣ୍ଟରୁ ଓହରି ଯିବା ପାଇଁ କହୁଥିଲେ । ଶେଷରେ ଆମେ ଏନଡିଏ ମେଣ୍ଟରୁ ଓହରି ଯାଇଛୁ । କିଛି ବ୍ୟକ୍ତି ଭାବୁଛନ୍ତି ଦେଶରେ ବିରୋଧୀ ଦଳ ଶେଷ ହୋଇଯିବେ । ଏବେ ଆମେ ବି ବିରୋଧୀ ଦଳକୁ ଆସିଯାଇଛୁ । ବିରୋଧୀ ଦଳ ଆହୁରି ମଜବୁତ ହେବ’। ଏଥର ଆରଜେଡି ସମେତ ୭ ଟି ଦଳ ସହ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନୀତୀଶ କୁମାର।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: