ଆସନ୍ତା କାଲି ୪୯ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ୟୁ ୟୁ ଲଲିତ

ଆସନ୍ତା କାଲି ୪୯ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ୟୁ ୟୁ ଲଲିତ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଦେଶର ୪୯ ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ୟୁ ୟୁ ଲଲିତ ଅଗଷ୍ଟ ୨୭ ତାରିଖରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଷ୍ଟିସ୍ ଏନ୍ .ଭି. ରମଣାଙ୍କ ପରେ ସେ ଏହି ପଦ ସମ୍ଭାଳିବେ। ତେବେ ତାଙ୍କର କାର୍ଯ୍ୟକାଳ ମାତ୍ର ୭୪ ଦିନ ହେବ। ଜଷ୍ଟିସ୍ ଲଲିତ ନଭେମ୍ବର ୮ ତାରିଖରେ ରେ CJI ପଦରୁ ଅବସର ନେବେ। ଏହା ପରେ ଜଷ୍ଟିସ ଚନ୍ଦ୍ରଚୂଡଙ୍କୁ ୫୦ ତମ ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ କରାଯିବ ବୋଲି ଜଣାପଡିଛି। ଆଜି ସୁପ୍ରିମ୍ କୋର୍ଟର ୪୮ତମ ପ୍ରଧାନବିଚାରପତି ଜଷ୍ଟିସ୍ ରମଣାଙ୍କ କାର୍ଯ୍ୟକାଳ ଶେଷ ହେବା ସହ ସେ ଅବସର ନେଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: