ଛ’ଅଙ୍କରେ ସଂକ୍ରମଣ: ଦିନକୁ ଦିନ କାୟା ବଢ଼ାଉଛି ମହାମାରୀ କରୋନା

ଛ’ଅଙ୍କରେ ସଂକ୍ରମଣ: ଦିନକୁ ଦିନ କାୟା ବଢ଼ାଉଛି ମହାମାରୀ କରୋନା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କମିବା ପରିବର୍ତ୍ତେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ଘଟୁଛି । ଗୋଷ୍ଠୀ ସଂକ୍ରମଣ ଭୟ ମଧ୍ୟରେ ଏବେ ପଜିଟିଭ୍ ଓ ମୃତକଙ୍କ ସଂଖ୍ୟା ଆହୁରି ସଙ୍ଗିନ କରିଛି । ଆଜି ରାଜ୍ୟରେ ୩୦୬୭ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୦୯ ଓ ସ୍ଥାନୀୟ ଅଞ୍ଚଳରୁ ୧୨୫୮ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୧୫ ହଜାର ୬୭୬କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେହିଭଳି ରାଜ୍ୟରେ କରୋନାରେ ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨୮ରେ ପହଞ୍ଚି ଯାଇଛି।

ମୃତ ୧୫ ଜଣ ମଧ୍ୟରୁ ବାଲେଶ୍ୱର, କଟକ, ଖୋର୍ଦ୍ଧାରୁ ୩ ଲେଖାଏଁ  କରୋନା  ଆକ୍ରାନ୍ତ ଆଖି ବୁଜିଛନ୍ତି । ପୁରୀରୁ ୨, ବଲାଙ୍ଗିର, ଝାରସୁଗୁଡ଼ାରୁ ଜଣେ ଲେଖାଏଁ ମୃତ। ଏହାବ୍ୟତୀତ ନବରଙ୍ଗପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ବାଲେଶ୍ୱରର ୬୧ ଓ ୭୦ ବର୍ଷୀୟ ମହିଳା ଓ ୫୬ ବର୍ଷୀୟ ପୁରୁଷ ମୃତ। କଟକର ୪୦ ଓ ୬୮ ବର୍ଷୀୟ ପୁରୁଷ ଓ ୮୨ ବର୍ଷୀୟା ମହିଳା ମୃତ। ଖୋର୍ଦ୍ଧାର ୩ ମୃତକ ଭୁବନେଶ୍ୱରର। ସେମାନଙ୍କ ବୟସ ଯଥାକ୍ରମେ ୭୩, ୫୦, ୬୦। ପୁରୀର ୬୫ ଓ ୪୯ ବର୍ଷୀୟ ପୁରୁଷ ଆକ୍ରାନ୍ତ ମୃତ। ବଲାଙ୍ଗିରର ୭୪, ଝାରସୁଗୁଡ଼ାର ୬୭ ବର୍ଷୀୟ ପୁରୁଷ ମୃତ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେପଟେ ଗତ ୨୪ଘଣ୍ଟାରେ ରାଜ୍ୟରେ ୪୧,୪୫୨କରୋନା ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି। ଏଥିମଧ୍ୟରୁ ୫,୬୫୭ଟି ଆରଟିପିସିଆର ଏବଂ ୩୫, ୬୯୪ଟି ଆଣ୍ଟିଜେନ ଟେଷ୍ଟ ଓ ଟ୍ରୁନଟ୍‌ରେ ୧୦୧ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏଥିମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ୪୫୨୦ କରୋନା ନମୁନା ପରୀକ୍ଷା କରାଯାଇଛି।

%d bloggers like this: