ଡାକ୍ତରଖାନାରେ ଭର୍ତ୍ତି ହେଲେ ନଓ୍ବାବ

ଡାକ୍ତରଖାନାରେ ଭର୍ତ୍ତି ହେଲେ ନଓ୍ବାବ

ପ୍ରିଜମ ନ୍ୟୁଜ ବ୍ୟୁରୋ:ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକଙ୍କୁ ଶୁକ୍ରବାର ଜେ.ଜେ. ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନଓ୍ବାବଙ୍କ ପେଟ କାଟିବା କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଝିଅ ସନା ଖାନ୍‌ କହିଛନ୍ତି। ଦାଉଦ୍‌ ଇବ୍ରାହିମ୍‌ ମନି ଲଣ୍ଡରିଂ ମାମଲାରେ ପୂର୍ବରୁ ଭାଇ ଇକ୍‌ବାଲ କସ୍କର ଗିରଫ ହୋଇଥିବାବେଳେ ବୁଧବାର ନଓ୍ବାବଙ୍କୁ ଇଡି ଗିରଫ କରିଥିଲା । ଗୁରୁବାର ଉଭୟଙ୍କୁ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ଶୁଣାଣିବେଳେ କୋର୍ଟ ଇକ୍‌ବାଲର ରିମାଣ୍ଡ ଅବଧି ୧୪ ଦିନ ବଢ଼ାଇଥିଲେ। ସେହିପରି ନଓ୍ବାବଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବା ପାଇଁ ଇଡି ପକ୍ଷରୁ ଆବେଦନ ହୋଇଥିଲେ କୋର୍ଟ ତାଙ୍କୁ ୮ ଦିନିଆ ରିମାଣ୍ଡରେ ପଠାଇଛନ୍ତି। ତେବେ ଜେରା ବେଳେ ନଓ୍ବାବଙ୍କ ଓକିଲ ତାଙ୍କ ପାଖରେ ଉପସ୍ଥିତ ରହିବା ଏବଂ ତାଙ୍କୁ ଘର ଖାଇବା ଯୋଗାଇ ଦେବା ପାଇଁ ଗୁରୁବାର ଶୁଣାଣିରେ ସ୍ବତନ୍ତ୍ର କୋର୍ଟ ଅନୁମତି ଦେଇଥିଲେ। ନଓ୍ବାବ ଗିରଫ ହେବା ପରେ ରାଜ୍ୟ ରାଜନୀତି ଏବେ ସରଗରମ। ବିରୋଧୀ ଭାଜପା ନଓ୍ବାବଙ୍କ ବହିଷ୍କାର ଦାବି କରୁଥିବାବେଳେ କଂଗ୍ରେସ, ଏନ୍‌ସିପି ଏବଂ ଶିବଶେନା ଏଥିରେ ଅଗ୍ରାହ୍ୟ ପ୍ରକାଶ କରିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: