ଦେଶରେ ଏବେ ଶସ୍ତା ହେବ ପିଆଜ, ସରକାର ଲଗାଇଲେ ରପ୍ତାନୀ ଉପରେ ରୋକ…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପିଆଜର ଅହେତୁକ ଦର ବୃଦ୍ଧି ଉପରେ ନିୟନ୍ତ୍ରଣ ଆଣିବା ପାଇଁ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ପିଆଜର ରପ୍ତାନୀ ଉପରେ ରୋକ ଲଗାଇଛନ୍ତି ସରକାର । ସରକାରଙ୍କ ଏହି ନିଷ୍ପତ୍ତି ପରେ ଭାରତୀୟ ବଜାରରେ ପିଆଜ ଉପଲବ୍ଧ ହେବ । ସ୍ଥାନୀୟ ବଜାରରେ ପିଆଜ ଯୋଗାଣ ହୋଇପାରିଲେ ଶସ୍ତାରେ ଖାଉଟିକୁ ଯୋଗାଇ ଦିଆଯାଇପାରିବ ।

ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶାଳୟ ବା ଡିଜିଏଫ୍ଟି ତରଫରୁ ଏନେଇ ଏକ ଅଧିସୂଚନା ଜାରି କରାଯାଇଛି । ‘ପିଆଜ ଉପରେ ସବୁ ପ୍ରକାର ରପ୍ତାନୀ ଉପରେ ପ୍ରତିବନ୍ଧକ ତତକ୍ଷଣାତ ଲଗାଯାଉଛି’ ବୋଲି ଏଥିରେ କୁହାଯାଇଛି  ।

କାହିଁକି ଲାଗିଲା ପିଆଜ ରପ୍ତାନୀ ଉପରେ ରୋକ?

ଆପଣଙ୍କୁ କହି ରଖୁଛୁ ଯେ, ଅଗଷ୍ଟ ମାସରେ ପିଆଜର ମହଙ୍ଗା ଦର ମାଇନସ 34 ଦଶମିକ ଚାରି ଆଠ ପ୍ରତିଶତ ରହିଥିଲା । ଏହା ପରେ ବି ପିଆଜର ଦର ବଜାରରେ ଉଚ୍ଚା ରହିଥିଲା  ।  ଦିଲ୍ଲୀରେ ପିଆଜ ଦର କିଲୋ ପିଛା ଦର 40 ପାର୍ କରିଥିଲା  ।  ଦକ୍ଷିଣ ଭାରତରେ ବଡ଼ ବର୍ଷା କାରଣରୁ ଏମିତି ସ୍ଥିତି ସୃଷ୍ଟି ହୋଇଥିଲା ।  ପିଆଜ ଚାଷୀ ଚଳିତ ଋତୁରେ ପ୍ରଚୁର କ୍ଷତି ମଧ୍ୟ ସହିଛନ୍ତି । ଗତବର୍ଷ ଭଳି ଏହି ବର୍ଷ ମଧ୍ୟ ପିଆଜ ପରିବହନରେ ସମସ୍ୟା ମଧ୍ୟ ଦେଖାଦେଇଥିଲା ।  ଗତ ଅଗଷ୍ଟ 8 ତାରିଖରୁ ହିଁ ଦେଶରେ ପିଆଜ ଦର ବଢ଼ି ବଢ଼ି ଚାଲିଛି ।

ସେପଟେ ସରକାରୀ ତଥ୍ୟ କହୁଛି ଏପ୍ରିଲ- ଜୁନ୍ ମାସରେ ଭାରତ 19 ଦଶମିକ 8 କୋଟି ଡଲାରର ପିଆଜ ବିଦେଶକୁ ରପ୍ତାନୀ କରିଥିଲା  ।  ପୂର୍ବବର୍ଷ 44 କୋଟି ଡଲାରର ରପ୍ତାନୀ କରାଯାଇଥିଲା  ।  ଶ୍ରୀଲଙ୍କା, ବାଂଲାଦେଶ, ମାଲେସିଆ ଏବଂ ସଂଯୁକ୍ତ ଆରବ ଏମିରଟ୍ସ ବା ୟୁଏଇକୁ ହୋଇଥାଏ  ।

ପୂର୍ବରୁ ମଧ୍ୟ ଲାଗିସାରିଛି ବ୍ୟାନ

ଏହା ପୂର୍ବରୁ ଭାରତ ସରକାର 2019 ସେପ୍ଟେମ୍ବରରେ ମଧ୍ୟ ପିଆଜ ରପ୍ତାନୀ ଉପରେ ରୋକ ଲଗାଇଥିଲ  ।  ସେହି ସମୟରେ ବଜାର ଚାହିଦା ଏବଂ ଅଭାବ କାରଣରୁ ପିଆଜ ଦର ଆକାଶ ଛୁଆଁ ହୋଇଥିଲା  ।  ମହାରାଷ୍ଟ୍ର ଭଳି ସବୁଠୁ ବଡ଼ ପିଆଜ ଉତ୍ପାଦନକାରୀ ରାଜ୍ୟରେ ବର୍ଷା, ବନ୍ୟା ଓ ପ୍ରାକୃତିକ ଦୁର୍ବିପାକ କାରଣରୁ ସ୍ଥିତି ଖରାପ ହେଉଛି ।

%d bloggers like this: