ମିଆଁମାରରେ କ୍ଷମତା ଲଢ଼େଇ; ସେନା ହାତରେ ଶାସନ!

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆମେରିକାର କ୍ୟାପିଟାଲ ହିଲ୍, ଦିଲ୍ଲୀର ଲାଲକିଲ୍ଲା ପରେ ‘ତାଣ୍ଡବ’ ଏବେ ପଡ଼ୋଶୀ ମିଆଁମାରରେ ପ୍ରଭାବ ପକାଇଛି । କ୍ଷମତା ପାଇଁ ଆରମ୍ଭ ହୋଇଥିବା ମହାଯଜ୍ଞର କିଏ କେତେ ବଳିଦାନ ଦେଉଛି ତାକୁ ନେଇ ବିତର୍କ କରିବା ପୂର୍ବରୁ ସାମ୍ୟକ ସୂଚନା ।

ବର୍ଷକ ପାଇଁ ମିଆଁମାର(ବର୍ମା)ର ଶାସନ ଭାର ନିଜ ହାତକୁ ନେଇଛି ସେନା (Tatmadaw)

ସୋମବାର(ଆଜି) ସକାଳୁ ସକାଳୁ ଖବର ଆସିଲା ଯେ, ପଡ଼ୋଶୀ ମିଆଁମାରରେ ଅରାଜକତା ଦେଖାଦେଇଛି । ଷ୍ଟେଟ କାଉନସିଲର ଆଙ୍ଗ୍ ସାନ ସୁ କିଙ୍କୁ ନିଜ ଦେଶର ସେନା ଗୃହବନ୍ଦି କରି ରଖିଛି । ଏହା ସହ ଏହାର ରାଜଧାନୀ ନେପାଇତୋ (Naypyitaw)କୁ ସବୁ ପ୍ରକାର ସଂଯୋଗ ବିଚ୍ଛିନ୍ନ କରି ରଖାଯାଇଛି । କ୍ୟାପିଟାଲକୁ ଫୋନ ଓ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ଏହା ସହ ଆଙ୍ଗସାନ ସୁ କି ଙ୍କ ପାର୍ଟି ନ୍ୟାସନାଲ ଲିଗ୍ ଫର ଡେମୋକ୍ରାଟିକ୍ ପାର୍ଟି ସହ ମଧ୍ୟ ସମ୍ପର୍କ ରଖାଯାଇପାରୁନାହିଁ ।

https://twitter.com/PrismNewsOdisha/status/1356068872282107906

ଗତ ବର୍ଷର ସାଧାରଣ ନିର୍ବାଚନ ପରେ ପ୍ରଥମ ସଂସଦୀୟ ଅଧିବେଶନରେ ସାମିଲ ହେବାକୁ ଏକତ୍ରିତ ହୋଇଥିଲେ ।  75 ବର୍ଷୀୟ ଆଙ୍ଗ ସାନ ସୁ କି ହେଉଛନ୍ତି ମିଆଁମାର ସବୁଠାରୁ ବଡ଼ ପ୍ରଭାବଶାଳୀ ନେତା । ଦଶନ୍ଧିର ସଂଘର୍ସ ଓ ମିଲିଟାରୀ ରାଜ୍ ବିରୋଧରେ ସ୍ୱର ଉତ୍ତୋଳନ କରି ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଉଦ୍ୟମ କରି ସଫଳ ହୋଇଛନ୍ତି ।

ଗତ ନଭେମ୍ବର ମାସରେ ମିଆଁମାରରେ ହୋଇଥିବା ସାଧାରଣ ନିର୍ବାଚନରେ ଉଭୟ ଉଚ୍ଚ ଓ ନିମ୍ନ ସଦନରେ 476 ଆସନରୁ 396 ଆସନ ହାସଲ କରିଥିଲା ଆଙ୍ଗ ସାନ୍ ସୁ କି ଙ୍କ ଦଳ NLD।  2008ରେ ମିଲିଟାରୀ ଡ୍ରାଫ୍ଚଟ ଅନୁସାରେ 25 ସ୍ଥାନ ସଂରକ୍ଷିତ ରହିଛି । କେବଳ ସେତିକି ନୁହେଁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟରେ ମଧ୍ୟ ସେନା ପାଇଁ ସ୍ଥାନ ସଂରକ୍ଷିତ ରହିଛି ।

ଗତ ନିର୍ବାଚନରେ ଭୋଟିଂ ପ୍ରକ୍ରିୟାରେ ଗୁରୁତର ଜାଲିଆତି ହୋଇଥିବା ଅଭିଯୋଗ ଆଣିଛି ମିଆଁମାର ସେନା । ଏହାର ପ୍ରମାଣ ଦେବାରେ କିନ୍ତୁ ସେନା ବିଫଳ ହୋଇଛି । ଗତ ସପ୍ତାହରେ ଷ୍ଟେଟ ୟୁନିୟନ ଇଲେକ୍ସନ କମିଶନ  ସେନାର ଏହି ଅଭିଯୋଗକୁ ପ୍ରତ୍ୟାଖାନ କରାଯାଇଛି ।

%d bloggers like this: