ଓଡ଼ିଆ ଘର ଷ୍ଟାଇଲରେ ତିଆରି କରନ୍ତୁ ମଟନ ବେସର

ଓଡ଼ିଆ ଘର ଷ୍ଟାଇଲରେ ତିଆରି କରନ୍ତୁ ମଟନ ବେସର

ପ୍ରିଜମ ନ୍ୟୁଜ ବ୍ୟୁରୋ:ବେସର ତରକାରୀ ଓଡ଼ିଆଙ୍କର ପ୍ରିୟ ଆଉ ଏହା ସ୍ଵାଦିଷ୍ଟ ମଧ୍ୟ। ତାଛଡା ଛେଳି ମାଂସତ ରନ୍ଧା ହୋଇଗଲେ ଦୁଇ ଗୁଣା ଖାଦ୍ୟ ପେଟକୁ ଯାଏ। ତେବେ ଆଜି ଆମେ ଆପଣଙ୍କୁ ବେସର ଆଉ ମଟନ ମିଶ୍ରଣରେ ତିଆରି ଏକ ସ୍ବାଦିଷ୍ଟ ରେସିପ ବିଷୟରେ କହିବୁ। ଏହାର ନାମ ହେଉଛି ମଟନ ବେସର। ଏହାକୁ ଖାଇବା ଅତ୍ୟନ୍ତ ସ୍ଵାଦିଷ୍ଟ ହେବା ସହ ତିଆରି କରିବା ବି ସହଜ। ତେବେ ଚାଲନ୍ତୁ ଜାଣିବା ମଟନ ବେସର ପ୍ରସ୍ତୁତି ବିଷୟରେ।

ଆବଶ୍ୟକ ସାମଗ୍ରୀ: ମଟନ ୫୦୦ ଗ୍ରାମ, ଟମାଟୋ ୨ ଟି, ପିଆଜ ୩ଟି, ସୋରିଷ, ଜିରା, ରସୁଣ, ଧନିଆ ପତ୍ର, ସୋରିଷ ତେଲ, ମଟନ ମସଲା, ଲୁଣ, ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ଆବଶ୍ୟକ ଅନୁଯାୟୀ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମଟନକୁ ଭଲଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ । ଏହାପରେ ସୋରିଷ, ଜିରା ଓ ରସୁଣକୁ ଏକାଠି ଭଲଭାବେ ବାଟି ଦିଅନ୍ତୁ । ତା’ପରେ ଧୁଆହୋଇ ରହିଥିବା ମଟନରେ ଏହି ମସଲା ସହିତ ମଟନ ମସଲା ଓ ଅଳ୍ପ ତେଲ ପକାଇ ଗୋଳାଇ କିଛି ସମୟ ରଖି ଦିଅନ୍ତୁ । ଆପଣ ଚାହିଁଲେ ସିଝା ମଟନ ବ୍ୟବହାର କରି ପାରିବେ। ଏହାପରେ କରେଇରେ ତେଲ ଗରମ କରନ୍ତୁ । ତେଲ ଗରମ ହୋଇଯିବା ପରେ ସେଥିରେ କଟା ପିଆଜକୁ ପକାନ୍ତୁ । ପିଆଜ ଲାଲ ହୋଇଗଲା ପରେ ସେଥିରେ ମସଲାଗୋଳା ମଟନକୁ ପକାନ୍ତୁ । ପରେ ସେଥିରେ କଟା ହୋଇ ରଖିଥିବା ଟମାଟୋ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାନ୍ତୁ । ତା’ପରେ ମଟନକୁ କିଛି ସମୟ କଷନ୍ତୁ । ଏବେ ସେଥିରେ ଆବଶ୍ୟକ ଅନୁସାରେ ପାଣି ଦେଇ ଘୋଡ଼େଇ ଦିଅନ୍ତୁ । ମଟନ ସିଝି ଯିବା ପରେ କରେଇକୁ ତଳକୁ ଓହ୍ଲାଇ ଆଣନ୍ତୁ । ଏବେ ସେଥିରେ କଟା ଧନିଆ ପତ୍ର ପକାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ମଟନ ବେସର । ଏହାକୁ ଉଷୁନା ଭାତ ସହ କିମ୍ବା ରୁଟି,ପରଟା ସହ କହିବା ଅଧିକ ସୁଆଦିଆ ହୋଇଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: