ଶ୍ମଶାନରେ ଜନ୍ମଦିନ ପାଳିଲେ ବ୍ୟକ୍ତି, ଭୋଜିଭାତ ସହ ବାଜିଲା ଡିଜେ

ଶ୍ମଶାନରେ ଜନ୍ମଦିନ ପାଳିଲେ ବ୍ୟକ୍ତି, ଭୋଜିଭାତ ସହ ବାଜିଲା ଡିଜେ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପ୍ରତ୍ୟେକ ବ୍ୟକ୍ତି ପାଇଁ ତାର ଜନ୍ମଦିନ ସ୍ଵତନ୍ତ୍ର ହୋଇଥାଏ। ଏହିଦିନଟିକୁ ଅତ୍ୟନ୍ତ ଖୁସିର ସହ ଧୁମ୍ ଧାମ ରେ ପାଳନ କରିବା ପାଇଁ ସମସ୍ତେ ଯୋଜନା କରନ୍ତି। କିଏ ନିଜ ଘରେ ତ କିଏ ମନ୍ଦିରରେ ଆଉ କେହି ବଡବଡ ହୋଟେଲରେ ଜନ୍ମଦିନ ପାଳନ କରିବାକୁ ଇଚ୍ଛା କରନ୍ତି। କିନ୍ତୁ ମହାରାଷ୍ଟ୍ରର ଥାନେ ଜିଲ୍ଲାର କଲ୍ୟାଣ ସହରର ଜଣେ ବ୍ୟକ୍ତି ଶ୍ମଶାନରେ ନିଜର ଜନ୍ମଦିନ ପାଳନ କରି ସମାଜରେ ପ୍ରଚଳିତ ଅନ୍ଧବିଶ୍ୱାସ ବିରୁଦ୍ଧରେ ବାର୍ତ୍ତା ଦେଇଛନ୍ତି।

୧୯ ନଭେମ୍ବରରେ ଗୌତମ ରତନ ମୋରେ ୫୪ ବର୍ଷର ହୋଇଛନ୍ତି। ତେବେ ସେହିଦିନ ରାତିରେ ମୋହନ ଶ୍ମଶାନ ପଡିଆରେ ରତନ ନିଜ ଜନ୍ମଦିନ ଭୋଜି ଦେଇଥିଲେ। ଏଥିରେ ଶହେରୁ ଅଧିକ ଲୋକ ଯୋଗ ଦେଇଥିଲେ। ଏହି ସମୟରେ, କେକ୍ ବ୍ୟତୀତ ବିରିୟାନି ମଧ୍ୟ ଅତିଥିମାନଙ୍କୁ ପରଷା ଯାଇଥିଲା। ନାଚ ଗୀତର ଅସର ଜମିଥିଲା।ଏବେ ଏହି ନିଆରା ଜନ୍ମଦିନ ଉତ୍ସବର ଭିଡିଓ ଭାଇରାଲ୍ ହେଉଛି। ଇଣ୍ଟରନେଟରେ ରତନଙ୍କ ଜନ୍ମଦିନ କେକ୍ କଟା ସହ ପାର୍ଟିର ଏକ ଭିଡିଓ ଭାଇରାଲ ହେଉଛି। ମୋରେ ଏନେଇ କହିଛନ୍ତି ଯେ, ଅନ୍ଧବିଶ୍ୱାସ, ଗୁଣିଗାରେଡି ବିରୋଧରେ ପ୍ରଚାର କରୁଥିବା ସାମାଜିକ କାର୍ଯ୍ୟକର୍ତ୍ତା ସିନ୍ଧୁତାଇ ସପକାଲ ଏବଂ ତର୍କବାଦୀ ସ୍ୱର୍ଗତ ନରେନ୍ଦ୍ର ଦାଭୋଲକରଙ୍କଠାରୁ ମୁଁ ଏଥି ପାଇଁ ପ୍ରେରଣା ପାଇଛି।

ସେ ଆହୁରି କହିଛନ୍ତି ଯେ, ସେ ମଧ୍ୟ ଲୋକମାନଙ୍କୁ ଏକ ବାର୍ତ୍ତା ଦେବାକୁ ଚାହୁଁଥିଲେ ଯେ ସାଧାରଣତଃ ଭୂତମାନେ ଶ୍ମଶାନ ଓ ଅନ୍ୟାନ୍ୟ ସ୍ଥାନରେ ନାହାନ୍ତି। ସେ କହିଛନ୍ତି ଯେ, ତାଙ୍କ ଜନ୍ମଦିନ ଭୋଜିରେ ୪୦ ମହିଳା ଏବଂ ଶିଶୁଙ୍କ ସମେତ ୧୦୦ ରୁ ଅଧିକ ଅତିଥି ଯୋଗ ଦେଇଥିଲେ।ଏହାପୂର୍ବରୁ ଅଗଷ୍ଟ ୨୦୨୨ ରେ, ଥାନେର କଲ୍ୟାଣରେ ଥିବା ଜଣେ ୩୫ ବର୍ଷୀୟ କଏଦୀ ରୋଶନ ଝାଙ୍କ ଏକ ପୋଲିସ୍ ଭ୍ୟାନ୍ ଭିତରେ ଜନ୍ମଦିନର କେକ୍ କାଟିବାର ଏକ ଭିଡିଓ ଇଣ୍ଟରନେଟ୍ ରେ ବେଶ ଭାଇରାଲ ହୋଇଥିଲା।

ପୋଲିସର ସୂଚନାନୁସାରେ, ଉଲହାସନଗରର ରୋଶନ କେକ୍ କାଟି ତାଙ୍କ ଜନ୍ମଦିନ ପାଳନ କରିଥିଲେ। ବନ୍ଧୁମାନେ କୋର୍ଟ ପରିସରରେ ଅବସ୍ଥିତ ପୋଲିସ୍ ଏସକର୍ଟ ଭ୍ୟାନର ଝରକା ନିକଟରେ ଏକ କେକ କାଟି ରୋଶନଙ୍କ ଜନ୍ମଦିନ ପାଳନ କରିଥିଲେ। ରୋଶନଙ୍କୁ କୋର୍ଟକୁ ଆଣିଥିବା ପୋଲିସ୍ ଏସକର୍ଟ ଟିମ୍ ଥାନେ ଗ୍ରାମୀଣ ପୋଲିସର ଥିଲା। ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ରୋଶନ ପୋଲିସ୍ ଭ୍ୟାନ୍ ଭିତରେ ଥିଲେ ଏବଂ ତାଙ୍କର ତିନିଜଣ ସାଙ୍ଗ କେକ୍ ଆଣି ପୋଲିସ୍ ଭ୍ୟାନ୍ ଝରକା ପାଖରେ ଛିଡ଼ା ହୋଇଥିଲେ ଭିତରୁ ରୋଶନ କାଠ ଛୁରୀରେ କେକ୍ କାଟିଥିଲେ। ପୋଲିସ୍ ଭ୍ୟାନ୍ ଭିତରେ ଅନେକ ପୋଲିସ୍ କନଷ୍ଟେବଳ ଏବଂ ପୋଲିସ୍ କର୍ମଚାରୀ ଉପସ୍ଥିତ ଥିଲେ ମଧ୍ୟ ସେମାନେ କୌଣସି ବାଧା ଦେଉ ନଥିଲେ ଏବଂ ତାଙ୍କୁ ତାଙ୍କ ଜନ୍ମଦିନ ପାଳନ କରିବାକୁ ଏବଂ ସାଙ୍ଗମାନଙ୍କ ସହ ଫଟୋ ଉଠାଇବାକୁ ଅନୁମତି ଦେଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: