ବର୍ଷାଙ୍କ ବିରୋଧରେ ଇଡି ପାଖରେ ଫେରାଦ ହେଲେ ଅନୁଭବ

ବର୍ଷାଙ୍କ ବିରୋଧରେ ଇଡି ପାଖରେ ଫେରାଦ ହେଲେ ଅନୁଭବ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବର୍ଷାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପାଖରେ ଫେରାଦ ହେଲେ ଅନୁଭବ। ଭିନ୍ନ ପରିଚୟ ଦେଇ ବର୍ଷା ଟିକସ ଫାଙ୍କିଛନ୍ତି ଅନୁଭବ ଅଭିଯୋଗ କରିଛନ୍ତି । ଅନୁଭବଙ୍କ ଅଭିଯୋଗ ଅନୁଯାୟୀ ବର୍ଷା ବିଭିନ୍ନ ସରକାରୀ ଦସ୍ତାବିଜରେ ନିଜର ଏକାଧିକ ଓ ତ୍ରୁଟିପୂର୍ଣ୍ଣ ପରିଚୟ ଦେଇ ଟିକସ ଫାଙ୍କୁଛନ୍ତି । ଏବଂ ବ୍ଲକମନି ରଖିଛନ୍ତି ।ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ, ଟିକସ ଫାଙ୍କିବା ପାଇଁ ବର୍ଷା ଉଦ୍ଦେଶ୍ୟମୂଳକ ଭାବେ ବିଭିନ୍ନ ସରକାରୀ ଦସ୍ତାବିଜରେ ଭିନ୍ନ ଭିନ୍ନ ପରିଚୟ ଦେଇଛନ୍ତି। ବିଭିନ୍ନ ସରକାରୀ ରେକର୍ଡରେ ଭଳି ଏକାଧିକ ନାଁ ଉଲ୍ଲେଖ ରହିଛି।

ସେହିପରି ମାଟ୍ରିକ ସାର୍ଟିଫିକେଟ୍, ଜନ୍ମ ସାର୍ଟିଫିକେଟ୍, ଆଧାର କାର୍ଡ, ପ୍ୟାନ୍ କାର୍ଡ, ପାସପୋର୍ଟ ଓ ବ୍ୟାଙ୍କ ପାସ୍ ବୁକରେ ନାମ, ମଝି ନାମ ଏବଂ ସାଙ୍ଗିଆ ଭିନ୍ନ ଭିନ୍ନ ରହିଛି। ଆକ୍ସିସ୍ ବ୍ୟାଙ୍କରେ ବର୍ଷାଙ୍କ ଏକାଧିକ ଆକାଉଣ୍ଟ ଥିବା ବେଳେ ସେଥିରେ ନାଁର ବନାନ୍ ମଧ୍ୟ ଭିନ୍ନ ଭିନ୍ନ ରହିଛି। କେବଳ ଏତିକି ନୁହେଁ, ବର୍ଷା କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ସ୍ୱୀକାର କରିଛନ୍ତି ଯେ ୬ବର୍ଷର ବୈବାହିକ ଜୀବନରେ ସେ ପ୍ରାୟ ୧୩କୋଟି ଟଙ୍କାର କ୍ଷତି ସହିଛନ୍ତି।ପ୍ରତ୍ୟେକ ଫିଲ୍ମ ପାଇଁ ସେ ୨୦ଲକ୍ଷ ଟଙ୍କା ଫି’ ନେଇଥାନ୍ତି। ଏଥିରୁ ସ୍ପଷ୍ଟ ଯେ, ସେ ବିବାହ ପୂର୍ବରୁ ବର୍ଷକୁ ୨କୋଟି ଟଙ୍କା ଉପାର୍ଜନ କରୁଥିଲେ। ଏପର୍ଯ୍ୟନ୍ତ ଆୟକର ଦାଖଲ କରିଛନ୍ତି କି ନାହିଁ ଅନୁଭବ ପ୍ରଶ୍ନ ଉଠାଇଛନ୍ତି। ଅନୁଭବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଭୁବନେଶ୍ୱର ଜୋନାଲ କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକଙ୍କୁ ଏହି ଚିଠି ଲେଖିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: