କଳି ଯୁଗରେ ସତ୍ୟ ଯୁଗ ଘଟଣା, ମା’ ଡାକରେ ଉଠି ବସିଲା ମୃତ ପୁଅ

କଳି ଯୁଗରେ ସତ୍ୟ ଯୁଗ ଘଟଣା, ମା’ ଡାକରେ ଉଠି ବସିଲା ମୃତ ପୁଅ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପୁରାଣ ହେଉ ବା ସତରେ ଆପଣ ଅନେକ ମା ‘ ମାନଙ୍କ କାହାଣୀ ସୁଣିଥିବେ, ଯେଉଁମାନେ ତାଙ୍କ ସନ୍ତାନର ଜୀବନ ରକ୍ଷା ପାଇଁ କିଛିବି କରିପାରନ୍ତି। ହେଲେ ଆଜିର କଳି ଯୁଗରେ ମଧ୍ୟ ସେଭଳି ସତ୍ୟ ଘଟଣା ଘଟିଛି। ମା ‘ ଡକା ଯମ ପାଖରୁ ତା ପୁଅକୁ ଫେରେଇ ଆଣିଛି। ହରିୟାନା ବାହାଦୂରଗଡରେ ଏଭଳି ସତସତିକା ଘଟଣା ଘଟିଛି। ଏଠାରେ ଗୋଟିଏ ମା ‘ ର ଡାକରେ ଜୀବନ ପାଇଛି ମରିଯାଇଥିବା ପୁଅ। ଖବର ଅନୁଯାୟୀ ଟାଇଫଏଡରେ ପୀଡିତ ୬ ବର୍ଷର ଶିଶୁ କୁନାଲ ଶର୍ମା ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ। ମେ ୨୬ ତାରିଖରେ ଡାକ୍ତରମାନେ କୁନାଲକୁ ମୃତ ଘୋଷଣା କରିଥିଲେ। ଏହାପରେ କୋହଭରା ହୃଦୟରେ ପିତାମାତା ମୃତ ପିଲାଟି ସହିତ ବାହାଦୂରଗଡକୁ ଫେରିଆସିଥିଲେ। ଘଟଣା ପରେ ଘର କାନ୍ଦବୋବାଳିରେ ଫାଟି ପଡୁଥିଲା। ଶୋକାକୁଳ ପରିସ୍ଥିତି ଭିତରେ ଶିଶୁର ଶରୀରକୁ ସେହି ଭଳି ଅବସ୍ଥାରେ କବର ଦେବା ପାଇଁ ପ୍ରସ୍ତୁତି ଚଳାଇଥିଲେ ପରିବାର ଲୋକେ। ଏଥିପାଇଁ ସେଇ ରାତିରେ ବରଫର ବ୍ୟବସ୍ଥା କରାଯିବା ସହ ଲୁଣ ମଧ୍ୟ ଅର୍ଡର କରିଥିଲେ। ହେଲେ ଗର୍ଭଧାରୀ ମା’ ନିଜ ସନ୍ତାନର ମୃତ୍ୟୁରେ ଗଭୀର ଆଘାତ ପାଇଥିଲେ। ସେ ନିଜ ଇନ୍ଦ୍ରିୟ ଉପରେ ବିଶ୍ବାସ କରି ପାରୁନଥିଲା ଯେ ତାର ପୁଅ ମରିଯାଇଛି ବୋଲି। ସେ ସବୁଦିନ ଭଳି ପିଲାଟିକୁ ଗେଲ କରୁ କରୁ କହିବାକୁ ଲାଗିଥିଲା – ମୋ ଛୁଆଟା ପରା ଉଠିଯା, ଉଠ ମୋ ଧନ…।
ଶିଶୁର ମା’ ତାଙ୍କୁ ବାରମ୍ବାର ସ୍ନେହରେ ସେହି କଥା କହିବା ସହ ହଲାଉଥିଲା ଏବଂ ବଞ୍ଚି ଯିବାକୁ କାନ୍ଦୁଥିଲା। କୁହାଯାଏ ଯେ କିଛି ସମୟ ପରେ ସିଟ୍ ପ୍ୟାକିଂରେ ରଖାଯାଇଥିବା ଶିଶୁର ଶରୀରରେ ହଲଚଲ ଦେଖାଦେଇଥିଲା। ଏହା ଅନୁଭବ କରି ମା’ ଜଣକ ପିଲାଟିର ପିତାଙ୍କୁ ଡାକିଥିଲେ। ଯେତେବେଳେ ବାପା ପିଲାଟିର ମୁହଁକୁ ପ୍ୟାକିଂରୁ ବାହାର କରି ତାଙ୍କ ପାଟିରୁ ନିଶ୍ୱାସ ଦେଲେ, ପିଲାଟି ବାପାଙ୍କ ଓଠରେ ଦାନ୍ତ ଲଗାଇଥିଲା। ଏହା ଦେଖି ପରିବାର ଲୋକଙ୍କ ମନରେ ପୁଣି ପୁଅ ବଞ୍ଚିବାର ଆଶା ସଞ୍ଚାର ହୋଇଥିଲା। ଏହାପରେ ସେହି ରାତିରେ ଅର୍ଥାତ୍ ୨୬ ମଇରେ ସେମାନେ ପିଲାଟିକୁ ରୋହତକର ଏକ ଘରୋଇ ଡାକ୍ତରଖାନାକୁ ନେଇଗଲେ। ଯେଉଁଠାରେ ଡାକ୍ତର କହିଥିଲେ ଯେ ତାଙ୍କ ବଞ୍ଚିବାର ମାତ୍ର ୧୫% ସୁଯୋଗ ଅଛି। ପରିବାର ସଦସ୍ୟ ତାଙ୍କୁ ଅନୁରୋଧ କରିବା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା।
ପିଲାଟି ହସ୍ପିଟାଲରେ ଶୀଘ୍ର ସୁସ୍ଥ ହେବାକୁ ଲାଗିଥିଲା ଏବଂ ତା’ପରେ ୨୦ ଦିନ ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ମଙ୍ଗଳବାର ଦିନ ଘରେ ପହଞ୍ଚିଲା। ନିଜ ପୁଅକୁ ପାଇ ମା’ର ଖୁସି କହିଲେ ନସରେ।ପଡୋଶୀ ଏବଂ ଆଖପାଖର ଲୋକମାନେ ପିଲାଟିକୁ ଦେଖିବାକୁ ରୁଣ୍ଡ ହେବା ସହ ଘଟଣା ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ। ପିଲାଟିର ବାପା ମଧ୍ୟ ଓଠରେ ପୁଅ ଦେଇଥିବା କ୍ଷତକୁ ଦେଖାଇ ଲୋକଙ୍କ ଜିଜ୍ଞାସାକୁ ଶାନ୍ତ କରିବାକୁ ଲାଗିଲେ। ଏଥି ସହିତ ପିଲାଟିର ଜେଜେବାପା ଏହାକୁ ଏକ ଚମତ୍କାର ବୋଲି କହିଛନ୍ତି। ଶିଶୁର ମା’ କହିଛନ୍ତି ଯେ ଭଗବାନ ତାଙ୍କ ପୁଅକୁ ପୁଣି ଥରେ ଜୀବନ ଦେଇଛନ୍ତି। ମା ଜଣକ କହିଛନ୍ତି, “ଯେତେବେଳେ ଡାକ୍ତରମାନେ ତାଙ୍କୁ ମୃତ ବୋଲି କହିଥିଲେ ସେତେବେଳେ ମୋର ହୃଦୟ ଫାଟି ଯାଇଥିଲା। ପରିବାର ମଧ୍ୟ ତାଙ୍କର ଶେଷ ରୀତିନୀତି ପାଇଁ ପ୍ରସ୍ତୁତ କରିସାରିଥିଲେ। ସେହି ରାତିରେ ଭଗବାନ ମୋର ଡାକ ଶୁଣିଥିଲେ।” ଉକ୍ତ ଶିଶୁଟି ବାହାଦୂରଗଡର କିଲା ମୋହାଲା ନିବାସୀ କୁନାଲ ଶର୍ମା ବୋଲି ଜନଯାଇଥିବା ବେଳେ ତାର ମାତାର ନାମ ହେଉଛି ଜାନଭୀ । ପିତାଙ୍କ ନାମ ହେଉଛି ହିତେଶ ଶର୍ମା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: