ଶିଶୁ ବିକି ମା’ କିଣିଲେ ଟିଭି, ଫ୍ରିଜ୍

ଶିଶୁ ବିକି ମା’ କିଣିଲେ ଟିଭି, ଫ୍ରିଜ୍

ପ୍ରିଜମ ନ୍ୟୁଜ ବ୍ୟୁରୋ: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଏଠାରେ ଜଣେ ମା’ ନିଜର ୧୫ ଦିନର ନବଜାତ ଶିଶୁକୁ ବିକ୍ରି କରିଦେଇଛନ୍ତି। ବିକ୍ରି ଟଙ୍କାରେ ମା’ ଫ୍ରିଜ, ଟିଭି ଏବଂ ୱାଶିଂମେସିନ ଭଳି ଜିନିଷ କିଣିଥିଲେ। ଅଭିଯୁକ୍ତ ମା’ ତାଙ୍କ ସ୍ବାମୀଙ୍କ ସହମତିରେ ଏହି ଚୁକ୍ତି କରିଥିଲେ। ଏହି ମାମଲାରେ ପୋଲିସ ମୋଟ ୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି, ସେଥିମଧ୍ୟରୁ ୬ ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।

ସୂଚନାନୁସାରେ, ଇନ୍ଦୋରର ହେରା ନଗର ଅଞ୍ଚଳରେ ରହୁଥିବା ଜଣେ ମହିଳା ଶାୟରା ବି ପୋଲିସକୁ କହିଛନ୍ତି ଯେ, ତାଙ୍କ ସ୍ବାମୀ ପିଲାଟି ଉପରେ ସନ୍ଦେହ ଗର୍ଭପାତ କରିବାକୁ ଚାହୁଁଥିଲେ, କିନ୍ତୁ ଅଧିକ ସମୟ ହୋଇଯାଇଥିବାରୁ ଜନ୍ମ ପରେ ବିକ୍ରୟ କରିବା ପାଇଁ ଯୋଜନା କରିଥିଲୁ। ଜନ୍ମ ପରେ ଶିଶୁଟିକୁ ଲୀନା ନାମକ ଜଣେ ମହିଳା କିଣିଥିବା ପୋଲିସ କହିଛି। ଲୀନା କହିଛନ୍ତି ଯେ, ନିକଟରେ ତାଙ୍କର ଦୁଇ ପିଲାଙ୍କର ମୃତ୍ୟୁ ଘଟିଥିବାରୁ ସାଢେ ପାଞ୍ଚ ଲକ୍ଷ ଟଙ୍କା ଦେଇ ସେ ନବଜାତ ଶିଶୁଟିକୁ କିଣିଥିଲେ।

ପୋଲିସ କହିଛି ଯେ, ଶିଶୁକୁ ବିକ୍ରୟ କରିବା ପରେ ମିଳିଥିବା ଟଙ୍କାରେ ମହିଳା ଜଣକ ଟିଭି, ଫ୍ରିଜ, କୁଲର୍‌ ଏବଂ ୱାଶିଂ ମେସିନ ଭଳି ଜିନିଷ କିଣିଛନ୍ତି। ସାମାଜିକ କର୍ମୀଙ୍କ ମାଧ୍ୟମରେ ଏହି ବିଷୟରେ ସୂଚନା ଦିଆଯାଇଥିଲା। ଏହି ମାମଲାରେ ଅଭିଯୁକ୍ତ ମା’ ଶାୟରା ବିଙ୍କ ସମେତ ଆଠ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ମଧ୍ୟ ନାବାଳକ। ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ଗିରଫ କରାଯାଇଛି ଏବଂ ଦୁଇଜଣ ଫେରାର ଅଛନ୍ତି। ଖୁବଶୀଘ୍ର ତାଙ୍କୁ ଗିରଫ କରାଯିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: