୧୮ ମାସର ପିଲାକୁ ମଦ ପିଆଇ ଦେଲା ମା’, ତା’ପରେ ଯାହା ହେଲା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଲୋକମାନେ କାନ୍ଦୁଥିବା ପିଲାକୁ ଚୁପ୍ କରିବା ପାଇଁ କେତେ ପ୍ରକାର ଉପାୟ ଆପଣାନ୍ତି। କିନ୍ତୁ ଜଣେ କାଲିଯୁଗ ମା’ ନିଜ ୧୮ ମାସର ନିରୀହ ପୁଅକୁ ଚୁପ୍ କରିବା ପାଇଁ ଯାହା କରିଛନ୍ତି ଆପଣ ଜାଣିଲେ ଚକିତ ହୋଇଯିବେ। ଯେତେବେଳେ ଛୁଆଟି କାନ୍ଦୁଥିଲା, ତାର ମା’ ତାକୁ ବାଧ୍ୟକରି ମଦ୍ୟପାନ କରାଇଥିଲେ। ତାଙ୍କର ଏଭଳି ଅଭୁତ କାମରେ ଜଣେ ବନ୍ଧୁ ମଧ୍ୟ ତାଙ୍କୁ ସାହାଯ୍ୟ କରିଥିଲେ, ଏବଂ ପାଖରେ ରହି ସମସ୍ତ ଘଟଣାର ଭିଡ଼ିଓ କରିଥିଲେ। ଯେତେବେଳେ ଏହି ଘଟଣାର ଭାଇରାଲ ହୋଇଥିଲା ଘଟଣାଟି ସମସ୍ତଙ୍କ ସାମ୍ନାକୁ ଆସିଥିଲା।
ଘଟଣାଟି ବ୍ରିଟେନର ଏଡିନବର୍ଗରେ ଘଟିଛି। ଏକ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ମା’ ଏବଂ ତାଙ୍କ ବାନ୍ଧବୀଙ୍କୁ ଏହି ମାମଲାରେ ସ୍ଥାନୀୟ କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ କରାଯାଇଛି। ଉଭୟଙ୍କୁ କୋର୍ଟ ଦଣ୍ଡିତ କରିଛନ୍ତି। ଏହି ଘଟଣା ଚଳିତ ବର୍ଷ ଆରମ୍ଭରେ ଘଟିଥିଲା ​​ଯେତେବେଳେ ଦୁହେଁ ନିଜର ନିରୀହ ପିଲାକୁ ମଦ୍ୟପାନ କରିବାକୁ ବାଧ୍ୟ କରିଥିଲେ। ଏହି ଭିଡିଓରେ ଦେଖାଯାଉଛି ଯେ ଅଭିଯୁକ୍ତ ମା’ କାନ୍ଦୁଥିବା ୧୮ ମାସର ଛୁଆକୁ ମଦ ପିଆଉଛନ୍ତି ଏବଂ ଭିଡିଓଟି ଅଭିଯୁକ୍ତ ମା’ର ବନ୍ଧୁ ପ୍ରସ୍ତୁତ କରୁଥିଲେ। ପୋଲିସର ସୂଚନା ଅନୁଯାୟୀ, ଭିଡିଓଟି ଏଡିନବର୍ଗର ସୀମାନ୍ତରେ ଥିବା ମିଡଲୋଥିଆନରେ ଘଟିଥିଲା। ଯେତେବେଳେ ମହିଳା ଜଣକ ପିଲାଟି ଓଠରେ ମଦ ବୋତଲ ଲଗାଇବାକୁ ଚେଷ୍ଟା କରୁଥିଲେ ପିଲାଟି ତାକୁ ଏଡେଇ ଦେବାକୁ ଚେଷ୍ଟା କରୁଥିଲା। କିନ୍ତୁ ମହିଳା ଜଣକ ତାଙ୍କୁ ପିଇବାକୁ ବାଧ୍ୟ କରୁଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ପ୍ରଥମେ ଉଭୟଙ୍କୁ ଗିରଫ କରିଥିଲା। ଦୁହେଁ ପୋଲିସ ପାଖରେ ସେମାନଙ୍କ ଅପରାଧ ସ୍ୱୀକାର କରିଥିଲେ। ଏହା ପରେ ପୋଲିସ ଉଭୟଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। କୋର୍ଟ ଅଭିଯୁକ୍ତ ମା’ ଏବଂ ତାଙ୍କ ବନ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରି ସେମାନଙ୍କୁ ଦଣ୍ଡିତ କରିଛନ୍ତି।ଉଭୟଙ୍କୁ ଜେଲକୁ ପଠାଯାଇଛି। ବର୍ତ୍ତମାନ ଏହି ଭାଇରାଲ ଭିଡିଓରେ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ଆସୁଛି। ଲୋକମାନେ ଉଭୟଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *