ଏକାସଙ୍ଗେ ୮ ମାସ ପାଇଁ ଖାଦ୍ୟ ରାନ୍ଧି ରଖୁଛନ୍ତି ମହିଳା

ଏକାସଙ୍ଗେ ୮ ମାସ ପାଇଁ ଖାଦ୍ୟ ରାନ୍ଧି ରଖୁଛନ୍ତି ମହିଳା

ପ୍ରିଜମ ନ୍ୟୁଜ ବ୍ୟୁରୋ:ଅନେକ ସମୟର ଗୃହିଣୀମାନେ ଭାବନ୍ତି ଯେ ସବୁଦିନ ଖାଦ୍ୟ ରନ୍ଧିବାକୁ ପଡୁଛି ଗୋଟେ ଦିନ ରାନ୍ଧି ତିନି ଚାରିଦିନ ଖାଇଲେ ହୁଅନ୍ତାନି। କିନ୍ତୁ ତାହା ସମ୍ଭବ ନୁହେଁ କାରଣ ଖାଦ୍ୟ ଅନେକ ଦିନ ରହିଲେ ନଷ୍ଟ ହେବା ସହ ବାସିଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। କିନ୍ତୁ ଅଷ୍ଟ୍ରେଲିଆରେ ରହୁଥିବା ଜଣେ ମା’ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି। ଏବଂ ସେ ନିଜ ପରିବାରର ଖାଦ୍ୟକୁ ଏକ ଭିନ୍ନ ଉପାୟରେ ପରିଚାଳନା କରୁଛନ୍ତି । କେଲସି ଶା ନାମକ ଜଣେ ମହିଳା ନିଜ ପରିବାର ପାଇଁ ୮ ମାସର ଖାଦ୍ୟ ରାନ୍ଧି ସଂରକ୍ଷଣ କରନ୍ତି। ଏହା ପ୍ରାୟ ୪୨୬ ଜଣଙ୍କ ଖାଦ୍ୟ ଅଟେ।

୮ ମାସ ପୁରୁଣା ଖାଦ୍ୟ କିପରି ସାଇତି ରଖନ୍ତି?ଦୈନିକ ମେନୁ ବିଷୟରେ ଚିନ୍ତା କରିବା ଏବଂ ତା’ପରେ ଏହା ପାଇଁ ପ୍ରସ୍ତୁତୀ କରି ରାନ୍ଧିବା ପ୍ରକୃତରେ ସମୟ ସାପେକ୍ଷ କାର୍ଯ୍ୟ। କିନ୍ତୁ ଯେତେବେଳେ ଏହି ୩୦ ବର୍ଷୀୟ ଅଷ୍ଟ୍ରେଲୀୟ ମା’ ଆମେରିକାରୁ ସିଫିଟ ହେଲେ, ସେ ନିଜ ପରିବାର ପାଇଁ ଖାଦ୍ୟ ସଂରକ୍ଷଣ ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ଗୋଟିଏ ଥର ୪୨୬ ଜଣଙ୍କ ମିଲ ଟିଆରି କରନ୍ତି ଏବଂ ପରବର୍ତ୍ତୀ ୮ ମାସ ପର୍ଯ୍ୟନ୍ତ ଖାଦ୍ୟ ପ୍ରସ୍ତୁତ କାର୍ଯ୍ୟରୁ ସମ୍ପୂର୍ଣ୍ଣ ଫ୍ରୀ ହୋଇଥାନ୍ତି । ସାଧାରଣତଃ ଲୋକମାନେ ଏକ ସପ୍ତାହ କିମ୍ବା କିଛି ଦିନ ଖାଦ୍ୟ ବ୍ୟବସ୍ଥା କରି ରଖନ୍ତି, କିନ୍ତୁ ଶାଙ୍କ ରୋଷେଇ ଘରେ, ପୂର୍ବରୁ ରନ୍ଧା ହୋଇଥିବା ଖାଦ୍ୟ, କେନଡ୍ ତାଜା ପନିପରିବା ରଖାଯାଇଥାଏ। ଯେତେବେଳେ ସେମାନଙ୍କର ପରିବାର ଚାହାଁନ୍ତି ସେମାନେ ଖାଇପାରିବେ।

ଏହି ଅଭ୍ୟାସ ୨୦୧୭ ରୁ ଆରମ୍ଭ ହୋଇଥିଲା:

ଆମେରିକାର ଇଣ୍ଡିଆନାକୁ ସ୍ଥାନାନ୍ତରିତ ହେବା ପରେ ଶା ଏହି ଅଭ୍ୟାସ ଆରମ୍ଭ କରିଥିଲେ। ସେ ତାଙ୍କ ଜୀବନରେ ଆରାମ ଚାହୁଁଥିଲେ, ତେଣୁ ସେ ଖାଦ୍ୟ ସଂରକ୍ଷଣ କୌଶଳ ଶିଖିଲେ। ସେ ଏହାକୁ ଶିଖିବା ପାଇଁ ପ୍ରତିଦିନ ୨ ଘଣ୍ଟା ବିତାଉଥିଲେ। ଏଥିପାଇଁ ସେ ବହି ପଢ଼ିବା ସହ ୟୁଟ୍ୟୁବରେ ଭିଡିଓ ଦେଖୁଥିଲେ। ମହାମାରୀ ସମୟରେ ତାଙ୍କର ସଂରକ୍ଷଣ କଳା ତାଙ୍କୁ ବହୁତ ସାହାଯ୍ୟ କଲା। ଯେତେବେଳେ ବିଶ୍ଵର ଲୋକମାନେ କରୋନା, ଲକ୍ ଡାଉନ୍ ପିଆ ଖାଦ୍ୟ ଏବଂ ପାନ୍ୟ ସଂଗ୍ରହରେ ଲାଗିପଡିଲେ, ସେତେବେଳେ ଶା ଆଶ୍ବସ୍ତ ହୋଇ ବସିଥିଲେ, କାରଣ ସେ ଖାଦ୍ୟ ସଂରକ୍ଷଣ କରିସାରିଥିଲେ। ତାଙ୍କର ଏହି ଖାଦ୍ୟ ସଂରକ୍ଷଣ କଳା ଅନେକଙ୍କୁ ଆଶ୍ଚର୍ଯ୍ୟ କରେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: