ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ଘରେ ଓଡ଼ିଶା ପଟ୍ଟଚିତ୍ର, ମୋଦି ଦେଖି…

ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ଘରେ ଓଡ଼ିଶା ପଟ୍ଟଚିତ୍ର, ମୋଦି ଦେଖି…

ପ୍ରିଜମ ନ୍ୟୁଜ ବ୍ୟୁରୋ:ଡେନ୍‌ମାର୍କ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତାଙ୍କ ଡାନିସ୍‌ ପ୍ରତିପକ୍ଷ ମେଟେ ଫ୍ରେଡେରିକ୍ସନ୍‌ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ଫ୍ରେଡେରିକ୍ସନ୍‌ ତାଙ୍କ ବାସଭବନରେ ଲାଗିଥିବା ଓଡ଼ିଶାର ପଟଚିତ୍ରକୁ ମୋଦିଙ୍କୁ ଦେଖାଇଥିଲେ। ପୂର୍ବରୁ ସେ ଭାରତ ଗସ୍ତରେ ଆସିଥିବାବେଳେ ମୋଦି ତାଙ୍କୁ ଏହି ପଟଚିତ୍ର ଉପହାର ଦେଇଥିଲେ।

ଅଯୋଧ୍ୟାର ରାମ ଦରବାରକୁ ନେଇ ଏହି ସୂକ୍ଷ୍ମ କାରୁକାର୍ଯ୍ୟ ତଥା ଓଡ଼ିଶାର ସମ୍ପଦ ଏହି ପଟଚିତ୍ର ଡେନ୍‌ମାର୍କ ପ୍ରଧାନମନ୍ତ୍ରୀଙ୍କ ଘରେ ସଜ୍ଜାହୋଇଛି। ଏଥିପାଇଁ ମୋଦି ତାଙ୍କୁ ପ୍ରଶଂସା କରିଛନ୍ତି। ଓଡ଼ିଶାର ପଟଚିତ୍ର କେବଳ ଜାତୀୟ ସ୍ତରରେ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ବେଶ୍‌ ପ୍ରସିଦ୍ଧ। ରାଜ୍ୟର ଅନନ୍ୟ କଳା, ସଂସ୍କୃତି, ପଟଚିତ୍ର, ଭାସ୍କର୍ଯ୍ୟକୁ ପ୍ରଧାନମନ୍ତ୍ରୀ ବିଶ୍ୱ ଦରବାରରେ ପହଞ୍ଚାଇଥିବାରୁ ଓଡ଼ିଶା ତରଫରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: