ସୋଡ଼ାରେ ମଦ ମିଶାଇ ପିଉଛନ୍ତି କି? ସାବଧାନ! ଶରୀରରେ ରହିବନି ଗୋଟିଏ ହାଡ

ସୋଡ଼ାରେ ମଦ ମିଶାଇ ପିଉଛନ୍ତି କି? ସାବଧାନ! ଶରୀରରେ ରହିବନି ଗୋଟିଏ ହାଡ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଆଜିକା ସମୟରେ ମଦ ପିଇବା ସାଧାରଣ କଥା ହୋଇଗଲାଣି। କୌଣସି ପାର୍ଟି ବା ଉତ୍ସବରେ ସ୍ଵତନ୍ତ୍ର ଭାବେ ମକଟେଲ ଆୟୋଜନ କରାଯାଇ ଜମୁଛି ମଦର୍ ଅସର୍। ତେବେ ଅନେକ ଲୋକ ମଦ ପିଇବା ସମୟରେ ସୋଡ଼ା, କୋଲଡ୍ରିଙ୍କ ସେଥିରେ ମିଶାଇ ପିଇଥାନ୍ତି । ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଭୟଙ୍କର ବିପଦ ଡାକି ଆଣିଥାଏ ବୋଲି ଏକ ଅଧ୍ୟୟନରୁ ଜଣା ପଡିଛି। ସୋଡ଼ା, କୋଲଡ୍ରିଙ୍କ ମିଶାଇ ଲଗାତର ଭାବେ ମଦ ପିଇବା ଦ୍ୱାରା ଶରୀର ଅନେକ କ୍ଷତି ହୋଇଥାଏ। ବିଶେଷ କରି ଏହାର ପ୍ରଭାବ ହାଡ଼ ଉପରେ ଦେଖାଯାଏ।

ମଦ ପିଇବା ପରେ ସଙ୍ଗେସଙ୍ଗେ ସୋଡ଼ାରେ ଥିବା କାର୍ବନ ଡାଇଅକ୍ସାଇଡ ବହୁତ କ୍ଷିପ୍ର ଗତିରେ ରକ୍ତରେ ମିଶିଯାଏ ଯେଉଁଥିପାଇଁ ନିଶା ବହୁତ ଅଧିକ ମଧ୍ୟ ହୋଇଥାଏ। ତେବେ ଲୋକମାନେ ଅଧିକ ନିଶା ପାଇଁ ମଧ୍ୟ ମାଦରେ ସୋଡ଼ା ମିଶେଇ ଥାଆନ୍ତି। ସୋଡ଼ାରେ ଫସଫୋରିକ ଏସିଡ୍ ଯାହା ଶରୀରରେ ଥିବା କ୍ୟାଲସିୟମକୁ କ୍ଷରିତ କରିଥାଏ । ପରବର୍ତ୍ତୀ ସମୟରେ ଏହି କ୍ୟାଲସିୟମ ୟୁରିନ ବାଟ ଦେଇ ବାହାରକୁ ବାହାରି ଯାଇଥାଏ । କ୍ୟାଲସିୟମର ଏପରି ଭାବେ ଶରୀରରୁ ବାହାରିଯିବା ଫଳରେ ଆମର ହାଡ଼ ନରମ ହୋଇ ଦୁର୍ବଳ ହୋଇପଡେ । କୋଲ ଡ୍ରିଙ୍କରେ ସୋଡ଼ା ବ୍ୟତୀତ ଚିନି ବହୁତ ବହୁ ମାତ୍ରାରେ ରହିଥାଏ। ଏହା ଆମର ରକ୍ତରେ ଥିବା ସରକାର ସ୍ତରକୁ ବହୁତ ଅଧିକ କରିଦେଇଥାଏ। ଯାହାକି ହୃଦ ରୋଗର ଆଉ ଏକ କାରଣ ପାଲଟି ଥାଏ। ଏହାଛଡା ଏହା ମଣିଷ ଯକୃତ ଖରାପ ହେବାର ଆଉ ଏକ କାରଣ ପାଲଟି ଥାଏ। ଏକ ରିସର୍ଚ୍ଚ ମୁତାବକ, କିଛି ନ ମିଶାଇ ମଦ ପିଉଥିବା ଲୋକଙ୍କ ଅପେକ୍ଷା ସଫ୍ଟ ଡ୍ରିଙ୍କ ମିଶାଇ ମଦ ପିଉଥିବା ଲୋକଙ୍କର ରକ୍ତରେ ଆଲକହଲ କନସେଣ୍ଟ୍ରେସନ ୧୮ ପ୍ରତିଶତ ଅଧିକ ରହିଥାଏ । ଏହାସହ କୋଲ ଡ୍ରିଙ୍କରେ କଫିନ ବହୁ ମାତ୍ରାରେ ରହିଥାଏ ।

ଆଲକହଲ ଶରୀର ପାଇଁ ଅନେକ ସମୟରେ ଲାଭଦାୟକ ହେଉଥିବା ବେଳେ କଫିନ ଶରୀରର ଅଧିକ କ୍ଷତି କରିଥାଏ। ଏପରି ଭାବେ ଦେଖିବାକୁ ଗଲେ ଉଭୟ ମଦ ଓ କଫିନ ଆମ ଶରୀର ପାଇଁ କ୍ଷତିକାରକ ଅଟେ । ନିୟମିତ ଭାବେ କୋଲ ଡ୍ରିଙ୍କ ସହିତ ମଦ ମିଶାଇ ପିଇବା ଫଳରେ ଡିହାଇଡ୍ରେସନ ଓ ହ୍ୟାଙ୍ଗଓଭର ପରି ସମସ୍ୟା ଦେଖାଦେଇଥାଏ । ଏହା ଛଡ଼ା କେବଳ ସୋଡ଼ା କି କୋଲ୍ ଡ୍ରିଙ୍କସ ନିୟମିତ ସେବନ ଦ୍ଵାରା ଶରୀର ହୃଦୟ, ସ୍ନାୟୁ ଓ ହାଡ଼ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: