କୁକୁର ଅଛି ସିକ୍ୟୁରିଟ୍ ଗାର୍ଡ, ଗେଟ୍ ଖୋଲିବାଠୁ ଆରମ୍ଭ କରି ଏଣ୍ଟ୍ରି କରୁଛି  ତଥ୍ୟ

କୁକୁର ଅଛି ସିକ୍ୟୁରିଟ୍ ଗାର୍ଡ, ଗେଟ୍ ଖୋଲିବାଠୁ ଆରମ୍ଭ କରି ଏଣ୍ଟ୍ରି କରୁଛି ତଥ୍ୟ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସିକ୍ୟୁରିଟ୍ ଗାର୍ଡ ଚାକିରି ଆଜିକା ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଚାକିରି । ଅନ୍ୟ ଚାକିରି ଅପେକ୍ଷା ଏଥିରେ ଅଧିକ ରିସ୍କ ରହିଥାଏ। ସିକ୍ୟୁରିଟ୍ ଗାର୍ଡଙ୍କୁ କେବଳ ଆସିଥିବା ଲୋକଙ୍କ ଉପରେ ନଜର ରଖିବାକୁ ପଡିଥାଏ ତାହା ନାହିଁ, ବରଂ ସେମାନଙ୍କ ଆହୁରି ଅନେକ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ଦିନ ରାତି ସେମାନଙ୍କୁ ସତର୍କ ରହିବାକୁ ପଡିଥାଏ । କାରଣ ସେମାନଙ୍କର ଟିକିଏ ଅନ୍ୟମନସ୍କତା ଅନେକ ଧନ ଜୀବନ ନଷ୍ଟ କରିଦେଇପାରେ । ତେବେ ଆପଣ ବଡ଼ ବଡ଼ ଅଫିସଠୁ ଆରମ୍ଭ କରି ବିଲ୍ଡିଂଗୁଡିକରେ ମଣିଷମାନେ ସିକ୍ୟୁରିଟ୍ ଗାର୍ଡଙ୍କ କାର୍ଯ୍ୟ କରୁଥିବାର ଦେଖିଥିବେ, କିନ୍ତୁ ଆପଣ କେବେ କୌଣସି ପଶୁ ବା କୁକୁରକୁ ସିକ୍ୟୁରିଟ୍ ଗାର୍ଡ କାର୍ଯ୍ୟ କରୁଥିବା ଦେଖିଛନ୍ତି କି? ନାହିଁ ନା ? ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଗୋଟିଏ କୁକୁର ସିକ୍ୟୁରିଟ୍ ଗାର୍ଡ ଭାବରେ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି।

https://www.instagram.com/p/CNAZkSaDhsX/?utm_source=ig_web_copy_link

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୋଟିଏ କୁକୁର ଘର ଜଗିବା ପାଇଁ ସିକ୍ୟୁରିଟ୍ ଗାର୍ଡ ଭାବରେ କାର୍ଯ୍ୟ କରୁଛି । ସେ ଆସୁଥିବା ଏବଂ ଯାଉଥିବା ଲୋକମାନଙ୍କ ଉପରେ ନଜର ରଖୁଛି ଏବଂ ଯଦି କେହି ଭିତରକୁ ଆସୁଛନ୍ତି, ତାଙ୍କୁ ଅଟକାଇ ତାଙ୍କ ବିଷୟରେ ସବିଶେଷ ତଥ୍ୟ ପ୍ରବେଶ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଗାଡ଼ି ଦେଖିବା ପରେ କୁକୁରଟି ମଣିଷଙ୍କ ପରି ଫାଟକ ଖୋଲୁଛି ଏବଂ ବନ୍ଦ କରୁଛି । ଏବଂ ସେଠାକୁ ଆସୁଥିବା ଲୋକମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରିବା ପରେ ଯାଇ ଭିତରକୁ ଛାଡୁଛି । ଏବଂ ତଥ୍ୟ ପ୍ରବେଶ ବିନା କୁକୁରଟି ଘର ଭିତରକୁ କାହାକୁ ପ୍ରବେଶ କରିବାକୁ ଦିଉ ନାହିଁ। ଏହାସହ ଭାଇରାଲ୍ ହେଇଥିବା ଏହି ଭିଡିଓରେ ସିସିଟିଭି ଫୁଟେଜରେ ଦେଖାଯାଇଛି କୁକୁରଟି ସିକ୍ୟୁରିଟ୍ ଗାର୍ଡର ପୋଷାକ ମଧ୍ୟ ପିନ୍ଧିଛି । କୁକୁରର ବିଶ୍ୱସ୍ତତା ବିଷୟରେ ପୂର୍ବରୁ ପ୍ରାୟ ସମସ୍ତେ ଜାଣନ୍ତି । କିନ୍ତୁ ଏହି ଭିଡ଼ିଓଟି ସେହି ବିଶ୍ୱସ୍ତତାକୁ ଅଧିକ ମଜଭୁତ କରିଦେଇଛି । ସିକ୍ୟୁରିଟ୍ ଗାର୍ଡ ଡ୍ୟୁଟିରେ ଥିବା ଏହି କୁକୁରର ଭିଡିଓ ଏବେ ଲୋକଙ୍କୁ ଚକିତ କରିଛି। ଏହି ଭିଡିଓଟିକୁ ଅଧିକ ସଂଖ୍ୟାରେ ଲୋକ ଦେଖୁଥିବା ବେଳେ ବହୁ ସଂଖ୍ୟାରେ ଲାଇକ ଓ ସେୟାର ମଧ୍ୟ କରୁଛନ୍ତି । ତେବେ ଭିଡିଓ ପୋଷ୍ଟ କରିଥିବା ବ୍ୟକ୍ତି କ୍ୟାପସନରେ ଲେଖିଛି, ଏହା କିପରି ସମ୍ଭବ ହୋଇପାରେ ? ସେପଟେ କୁକୁରର ଏହି କାମକୁ ସୋସିଆଲ ମିଡିଆ ୟୁଜର୍ସମାନେ ବେଶ ପ୍ରଶଂସା କରୁଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: